BSFରେ ଖାଲି ପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

 ଆପଣ ବିଏସଏଫ୍ ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବିଏସଏଫରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍‌ ଖାଲିପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

BSF Recruitment

News Summary

 BSFରେ ଆବେଦନ କରିବାର ଶେଷ ତାରିଖ ୨୯ ଡିସେମ୍ବର 

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ବିଏସଏଫ(ବର୍ଡର ସିକ୍ୟୁରିଟି ଫୋର୍ସ) ପକ୍ଷରୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦବୀ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି।

BSFରେ ମୋଟ୍ ପଦବୀ ୭୨ଟି ରହିଥିବା ବେଳେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ASI) ପଦବୀ,ହେଡ କନେଷ୍ଟବଳ (HC) ଓ କନେଷ୍ଟବଳ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ଆବେଦନ କରିବାର ତାରିଖ ୧୫ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି ।

ପଦବୀ ପାଇଁ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

BSFରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଆବଶ୍ୟକ ଅଟେ। ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଆବଶ୍ୟକ । ଏହାସହିତ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ ।

ଆବେଦନ ଶୁଳ୍କ:

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଏକ୍ସ ସର୍ଭିସମ୍ୟାନ ଏବଂ ମହିଳାମାନଙ୍କ ପାଇଁ ନିଶୁଳ୍କ ରହିଥିବା ବେଳେ ସାଧାରଣ ବର୍ଗ, ଓବିସି ଏବଂ EWS ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି ।

କିପରି କରିବେ ଆବେଦନ: