Advertisment

BSF Recruitment 2024: ସୀମା ସୁରକ୍ଷା ବଳରେ ଚାକିରି ସୁଯୋଗ; ଏକ ଲକ୍ଷ ପରେ ଦରମା

ଆପଣ ଯଦି ସେନା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ସୀମା ସୁରକ୍ଷା ବଳ(BSF) । ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
BSF Tradesman Recruitment 2024

bsf recruitment 2024 for 82 group b-c posts

Advertisment

ଆପଣ ଯଦି ପ୍ରତିରକ୍ଷା ବିଭାଗରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇଆସିଛି ସୀମା ସୁରକ୍ଷା ବଳ(BSF) । ଏନେଇ BSF ଏକ ବିଜ୍ଞପ୍ତି ଜାରି କରିଛି। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ BSF ଗ୍ରୁପ୍ ବି ଓ ସି ଅଧୀନରେ ସହାୟକ ବିମାନ ମେକାନିକ୍, ସହାୟକ ରେଡିଓ ମେକାନିକ୍, ଏସ୍‌ଆଇ, ହେଡ୍ କନଷ୍ଟେବଲ୍ ଏବଂ କନଷ୍ଟେବଳ ପଦବୀ ପୂରଣ କରିବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୮୨ଟି ପଦବୀ ପୂରଣ ହେବ। ଦଶମ ପାଶ୍ ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: OAVS ରେ ନିଯୁକ୍ତି ପାଇବେ ଶିକ୍ଷକ ଓ ପ୍ରିନ୍ସପାଲ୍‌; ୧୩୦୦ରୁ ଅଧିକ ପଦବୀ ପୂରଣ ହେବ

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବସାଇଟ୍ https://rectt.bsf.gov.in/ କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହା ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ। Current Recruitment Openings ଅଧିନରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ସହକାରୀ ବିମାନ ମେକାନିକ୍ (ASI) – ୦୮ଟି ପୋଷ୍ଟ୍‌
  • ସହକାରୀ ରେଡିଓ ମେକାନିକ୍ (ASI) - ୧୧ଟି ପୋଷ୍ଟ୍‌
  • କନଷ୍ଟେବଲ୍ (ଷ୍ଟୋରମ୍ୟାନ୍) - ୦୩ଟି ପୋଷ୍ଟ୍‌
  • SI (ୱାର୍କ୍ସ) – ୧୩ଟି ପୋଷ୍ଟ
  • SI / JE (ଇଲେକ୍ଟ୍ରିକାଲ୍) – ୦୯ଟି ପୋଷ୍ଟ୍‌
  • ହେଡ୍ କନ୍‌ଷ୍ଟେବଲ୍ (ପ୍ଲମ୍ବର) – ୦୧ଟି ପୋଷ୍ଟ୍‌
  • ହେଡ୍ କନ୍‌ଷ୍ଟେବଲ୍ (କାର୍ପେଣ୍ଟର) – ୦୧ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ (ଜେନେରେଟର ଅପରେଟର୍) – ୧୩ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ (ଜେନେରେଟର ମେକାନିକ୍) – ୧୪ଟି ପୋଷ୍ଟ୍‌
  • କନ୍‌ଷ୍ଟେବଲ୍ (ଲାଇନ୍‌ମ୍ୟାନ୍) – ୦୯ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ତିନି ବର୍ଷ ଡିପ୍ଲୋମା
  • ସିଭିଲ୍ ଆଭିଏସନ୍ ନିର୍ଦ୍ଦେଶାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟେଲି ଯୋଗାଯୋଗ କିମ୍ବା ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା
  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ପାଶ୍‌
  • ଆବେଦନ କରୁଥିବା ଟ୍ରେଡ୍‌ରେ ITI ସାର୍ଟିଫିକେଟ୍
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ

ଆବେଦନ ଶୁଳ୍କ:

  • ଗ୍ରୁପ୍ ବି – ୨୦୦ ଟଙ୍କା
  • ଗ୍ରୁପ୍ ସି – ୧୦୦ ଟଙ୍କା

ଦରମା:

  • ସର୍ବନିମ୍ନ ମାସିକ ଦରମା – ୨୧, ୭୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୧୨, ୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ଟ୍ରେଡ ଟେଷ୍ଟ୍
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍

ଅଧିକ ପଢ଼ନ୍ତୁ: ଆପଣ JEE ମେନ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ କି; ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ rectt.bsf.gov.in କୁ ଯାଆନ୍ତୁ
  • ଗ୍ରୁପ୍-ସି ଏବଂ ଗ୍ରୁପ୍ ବି ପୋଷ୍ଟଗୁଡିକ ପାର୍ଶ୍ୱରେ ଥିବା “Apply Here” ଉପରେ କ୍ଲିକ୍ କରନ୍ତୁ
  • ସବିଶେଷ ତଥ୍ୟ ପୁରଣ କରନ୍ତୁ, ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
BSF Govt Jobs BSF Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ