Advertisment

ବଡ଼ ନିଯୁକ୍ତି: କେନ୍ଦ୍ରୀୟ ବିଦ୍ୟାଳୟରେ ପୂରଣ ହେବ ୬,୦୦୦ରୁ ଅଧିକ ଶିକ୍ଷକ ପଦବୀ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍‌ସାଇଟ୍‌-  www.kvsangathan.nic.in କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
KVS Recruitment 2022

Big Vacancy In Kendriya Vidyalaya

Advertisment

ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(KVS)ରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ସିଧାସଳଖ ଭାବେ ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ ଏହି  ପଦବୀ ପୂରଣ ହେବ। ଜାରି ହୋଇଥିବା ନୋଟିସ୍‌ରେ କୁହାଯାଇଛି ଯେ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନରେ ଖାଲି ପଡ଼ିଥିବା ପ୍ରାଇମେରୀ ଶିକ୍ଷକ ପଦବୀ ପାଇଁ KVS ଆବେଦନପତ୍ର ଆହ୍ୱାନ କରୁଛି। ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ KVS ୱେବ୍‌ସାଇଟ୍‌-  www.kvsangathan.nic.in କୁ ଯାଇ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। 

Advertisment

ଅଧିକ ପଢ଼ନ୍ତୁ: ରାଜ୍ୟରେ ପୂରଣ ହେବ ୭୫୪୦ ଶିକ୍ଷକ ପଦବୀ : ଖୁବ୍‌ ଶୀଘ୍ର ଆବେଦନ କରନ୍ତୁ . . .

ନୋଟିସ୍‌ ଅନୁସାରେ, ଖାଲି ପଡ଼ିଥିବା ୬,୪୧୪ ପଦବୀ ପୂରଣ ହେବ। ଏଥିରେ ୨,୫୯୯(UR),୧,୭୩୧ (OBC), ୯୬୨(SC), ୪୮୧(ST) ଓ ୬୪୧(EWS) ପଦବୀ ରହିଛି। କମ୍ପ୍ୟୁଟର ବେସ୍‌ଡ୍‌ ଟେଷ୍ଟ୍‌ (CBT) ଜରିଆରେ ନିଯୁକ୍ତି ପରୀକ୍ଷା ହେବ। ଏଥିରେ ଯେଉଁ ପ୍ରାର୍ଥୀ ଚୟନ ହେବେ ପ୍ରାରମ୍ଭିକ ଭାବେ ତାଙ୍କୁ ଦେଶର କୌଣସି ସ୍ଥାନରେ ପୋଷ୍ଟିଂ କରାଯିବ। B.Ed ପ୍ରାର୍ଥୀ ମଧ୍ୟ ଏହି ପଦବୀ ପାଇଁ ଆବେଦନ କରିପାରିବେ। 

Advertisment

ନୋଟିସ୍‌ରେ ଆହୁରି କୁହାଯାଇଛି ଯେ, ଇଚ୍ଛୁକ ଓ ଆଶାୟୀ ପ୍ରାର୍ଥୀ ଡିସେମ୍ବର ୫ରୁ KVS ୱେବ୍‌ସାଇଟ୍‌ www.kvsangathan.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଡିସେମ୍ବର ୨୬ ରହିଛି। ଭାରତ ସରକାରଙ୍କ ନିୟମ ଅନୁସାରେ, SC/ST/OBC/PH/EWS କ୍ୟାଟେଗୋରୀ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି  SC/ST/OBC/PH & Ex-Servicemen କ୍ୟାଟେଗୋରୀରେ ଆସୁଥିବା ପ୍ରାର୍ଥୀଙ୍କ ବୟସ ସୀମାରେ ମଧ୍ୟ କୋହଳ କରାଯିବ। 

ଅଧିକ ସୂଚନା ଯଥା- ବୟସ ସୀମା, ବୟସ ସୀମାରେ କୋହଳ, ଦରମା, ପେ’ ସ୍କେଲ୍‌, ପରୀକ୍ଷା କେନ୍ଦ୍ର, ପରୀକ୍ଷା ସିଲାବସ୍, ଗୁରୁତ୍ୱପୂର୍ଣ୍ଣ ତାରିଖ, ଚୟନ ପ୍ରକ୍ରିୟା ଓ ସ୍କିମ୍‌ ଇତ୍ୟାଦି ପାଇଁ ପ୍ରାର୍ଥୀ KVS ୱେବ୍‌ସାଇଟ୍‌ www.kv sangathan.nic.in କୁ ଯାଇ ଚେକ୍‌ କରିପାରିବେ। ଲିଖିତ ପରୀକ୍ଷା ଦେବା ପରେ ପ୍ରାର୍ଥୀଙ୍କୁ ସେମାନଙ୍କର ଆବେଦନ ଫି’ ଫେରସ୍ତ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। 

Advertisment
Kendriya Vidyalaya Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ