Advertisment

RBI ରେ ନିଯୁକ୍ତି, ଆଜି ହିଁ କରନ୍ତୁ ଆବେଦନ

ଆପଣ RBI ରେ ଚାକିରି କରିବାକୁ ଚାହୁଁଛନ୍ତି କି ? ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କରେ ଗ୍ରେଡ୍‌ ବି ନିଯୁକ୍ତି ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ?ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
rbi recruitment

rbi recruitment

Advertisment

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI)ରେ ଚାକିରି କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI ଆଣି ଦେଇଛି ସୁବର୍ଣ୍ଣସୁଯୋଗ । ଆର୍‌ବିଆଇ ପକ୍ଷରୁ ବ୍ୟାଙ୍କରେ ଗ୍ରେଡ୍‌ ବି ନିଯୁକ୍ତି ପାଇଁ ଅଫିସିଆଲ ବିଜ୍ଞପ୍ତି ଜାରି କରାଯାଇଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ (rbi.org.in)ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ପକ୍ଷରୁ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ମେ ୨୮ରେ ଆୟୋଜିତ ହେବଆ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପ୍ରାର୍ଥୀ ଦ୍ୱିତୀୟ ପରୀକ୍ଷାରେ ଜୁନ୍‌ ୨୫ରେ ହେବ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ମୋଟ୍‌ ୨୯୮ଟି ପଦ ପାଇଁ ଏହି ପରୀକ୍ଷା ଆୟୋଜିତ ହେବ। ତେବେ ଆବେଦନର ଶେଷ ତାରିଖ ରହିଛି ଏପ୍ରିଲ ୧୮ ତାରିଖ ରହିଛି ।

ପଦବୀ ପାଇଁ ବୟସ ସୀମା ଓ ଶିକ୍ଷାଗତ ଯୋଗ୍ୟତା:

ସ୍ନାତକରେ ଯେକୌଣସି ବିଷୟରେ ୬୦ ପ୍ରତିଶତ ମାର୍କ ରଖିଥିବେ କିମ୍ବା ସ୍ନାତକୋତ୍ତରରେ ୫୫ ପ୍ରତିଶତ ମାର୍କ ରଖିଥିବେ। । ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୦ ବର୍ଷ ଦରକାର ।

Advertisment

ପଦବୀ ପାଇଁ କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ ୱେବ୍‌ସାଇଟ୍‌ (opportunities.rbi.org.in)କୁ ଯାଆନ୍ତୁ।
  • ଏହାପରେ ଆରବିଆଇ ଗ୍ରେଡ୍‌ ବିର ନୋଟିଫିକେସନ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ‘ଅନ୍‌ଲାଇନ୍‌ ଆବେଦନ କରନ୍ତୁ’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହାପରେ ସମସ୍ତ ସୂଚନା ପୂରଣ କରି ସବ୍‌ମିଟ୍‌ କରନ୍ତୁ।
  • ଆବେଦନ ପାଇଁ ଶୁଳ୍କ ଭରନ୍ତୁ।
RBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ