Advertisment

UPPCLରେ ପୂରଣ ହେବ ଏହିସବୁ ଡାଇରେକ୍ଟର ପଦବୀ, ଦରମା ଲକ୍ଷେରୁ ଅଧିକ

ପାୱାର କର୍ପୋରେଶନ ଲିମିଟେଡ  (UPPCL)-ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ଡାଇରେକ୍ଟର ପଦ ପୂରଣ ହେବ। ଏ ନେଇ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ  ଆବେଦନପତ୍ର ଆହ୍ୱାନ କରାଯାଇଛି।

ଅଦ୍ୟତନ ହୋଇଛି
govt jobs for youth

govt jobs for youth

Advertisment

ନୂଆଦିଲ୍ଲୀ: ପାୱାର କର୍ପୋରେଶନ ଲିମିଟେଡ  (UPPCL)-ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ଡାଇରେକ୍ଟର ପଦ ପୂରଣ ହେବ। ଏ ନେଇ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ  ଆବେଦନପତ୍ର ଆହ୍ୱାନ କରାଯାଇଛି। ସେପ୍ଟେମ୍ବର ୧୩ ତାରିଖରୁ ଆବେଦନ ଆରମ୍ଭ ହୋଇଯାଇଛି। ତେବେ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୮ ତାରିଖ ୨୦୨୧ ରହିଛି।  ଆଗ୍ରହୀ ପ୍ରାର୍ଥୀମାନେ UPPCLର ଅଫିସିଆଲ ୱେବସାଇଟ application.uppcl.orgକୁ ଯାଇ ଆବଦନ କରିପାରିବେ। ଏ ସମ୍ପର୍କରେ ଅଧିକ ସୂଚନା UPPCLର ମୁଖ୍ୟ ୱେବସାଇଟhttps://www.upenergy.inରେ ପାଇପାରିବେ। 
ସୂଚନାଥାଉ କି,  UPPCLରେ ୨୦ଟି ଡାଇରେକ୍ଟର ପଦବୀ ଖାଲି ପଡିଛି। ପଦବୀଗୁଡ଼ିକ ହେଲା 
୧-ଡାଇରେକ୍ଟର(ଆଇଟି)-ଯୋଗ୍ୟତା-  ପ୍ରାର୍ଥୀ ବିଇ/ବିଟେକ/ ଏମ୍‌ଇ/ଏମଟେକ୍‌/ଏମବିଏ  କରିଥିବେ। 
୨-ଡାଇରେକ୍ଟର (କର୍ପୋରେଟ ପ୍ଲାନିଂ)- ଯୋଗ୍ୟତା- ପ୍ରାର୍ଥୀ ଇଲେକ୍ଟ୍ରିକାଲ, ମେକାନିକାଲ, ଟେଲିକମ୍ୟୁନିକେଶନ,ଇଲେକ୍ଟ୍ରୋନିକ୍ସ/ କମ୍ପ୍ୟୁଟର ଇଞ୍ଜିନିୟରିଂ ବା ଇଣ୍ଡଷ୍ଟ୍ରିଆଲ ଆଣ୍ଡ ପ୍ରଡକ୍ସନ ଇଞ୍ଜିନିୟରିଂ କରିଥିବେ। 
୩-ଡାଇରେକ୍ଟର-୨(ଫାଇନାନ୍ସିଆଲ) ଯୋଗ୍ୟତା- ସିଏ/ ସିଡବ୍ଲ୍ୟୁଏ/ଏମବିଏ(ଫାଇନାନ୍ସ)
୪-ଡାଇରେକ୍ଟର-୨(କମର୍ସିଆଲ)
୫-ଡାଇରେକ୍ଟର-ପର୍ସନାଲ ମ୍ୟାନେଜମେଣ୍ଡ ଆଣ୍ଡ ଆଡମିନିଷ୍ଟ୍ରେଶନ-ଯୋଗ୍ୟତା- ପର୍ସନାଲ ମାନେଜମେଣ୍ଟରେ ସ୍ପେଶିଆଲାଇଜେସନ ସହ ଏମବିଏ
୬-ଡାଇରେକ୍ଟର(ପ୍ରୋଜେକ୍ଟ ଆଣ୍ଡ କମର୍ସିଆଲ)
୭-ଡାଇରେକ୍ଟର-୩(ଫାଇନାନ୍ସ)
୮-ଡାଇରେକ୍ଟର-(ୱାର୍କ ଆଣ୍ଡ ପ୍ରୋଜେକ୍ଟ)
୯-ଡାଇରେକ୍ଟର-(ଅପରେଶନ)
୧୦-ଡାଇରେକ୍ଟର-(ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଆଡମିନ୍‌)-ଯୋଗ୍ୟତା- ଗ୍ରାଜୁଏଟ ହୋଇଥିବା ଆବଶ୍ୟକ।
୧୧-ଡାଇରେକ୍ଟର (ଟେକ୍ନିକାଲ)
ଦରମା-ଏହି ସବୁ ପଦବୀରେ ନିଯୁକ୍ତ ପ୍ରାର୍ଥୀଙ୍କୁ ୧,୮୨,୨୦୦ରୁ ୨,୨୪,୧୦୦ ପର୍ଯ୍ୟନ୍ତ ମାସିକ ଦରମା ମିଳିବ।

Advertisment
Uttar Pradesh UPPCL
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ