Advertisment

Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି କି; ଆପଣଙ୍କ ପାଇଁ ସୁଯୋଗ

ଭାରତୀୟ ବାୟୁସେନାରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
Indian Air Force Recruitment 2024

airman group y medical assistant posts vacancy

Advertisment

ଭାରତୀୟ ବାୟୁସେନାରେ(IAF) ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ଯୁବବର୍ଗଙ୍କ ପାଇଁ ଏହି ଖବର। ଏୟାରମ୍ୟାନ୍ ଗ୍ରୁପ୍ Y ଅଧୀନରେ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ IAF ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ IAF ରେ ଗ୍ରୁପ୍ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଏହି ଆବେଦନ କରିବାକୁ ପଡିବ। ଏନେଇ କେବଳ ଅବିବାହିତ ପୁରୁଷ ଆବେଦନ କରିପାରିବେ। ଦ୍ୱାଦଶ ପାଶ କରିଥିବା ପ୍ରାର୍ଥୀ ଏହି ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: BSF Recruitment 2024: ଭାରତୀୟ ସେନାରେ ପୂରଣ ହେବ ଅନେକ ପଦବୀ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IAF ର ଅଫିସିଆଲ୍ ୱେବ୍‌ସାଇଟ୍‌ https://agnipathvayu.cdac.in/AV/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IAF Recruitment 2024: Apply for Airmen posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୫ ଜୁନ୍ ୨୦୨୪
  • ନିଯୁକ୍ତି ରାଲି ଆରମ୍ଭ – ୦୩ ଜୁଲାଇ ୨୦୨୪
  • ନିଯୁକ୍ତି ରାଲି ଶେଷ – ୧୨ ଜୁଲାଇ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ଦ୍ୱାଦଶ ପାଶ୍
  • ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଫାର୍ମାସୀରେ ଡିପ୍ଲୋମା କିମ୍ବା ବି.ଏସ୍। ଇଂରାଜୀରେ ମଧ୍ୟ ୫୦% ମାର୍କ ରହିବା ଉଚିତ।
Advertisment

ବୟସ ସୀମା:

  • ଦ୍ୱାଦଶ ପାଶ୍ – ୨ ଜାନୁଆରୀ ୨୦୦୪ ରୁ ୨ ଜାନୁୟାରୀ ୨୦୦୮ ମଧ୍ୟରେ
  • ଫାର୍ମାସୀରେ ଡିପ୍ଲୋମା କିମ୍ବା ବି.ଏସ୍ – ୨ ଜାନୁଆରୀ ୨୦୦୧ ରୁ ୨ ଜାନୁୟାରୀ ୨୦୦୪ ମଧ୍ୟରେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Railway Recruitment 2024: ଚୟନ ହେଲେ ମାସକୁ ୨ ଲକ୍ଷରୁ ଅଧିକ ଦରମା

ଶାରୀରିକ ମାପଦଣ୍ଡ:

  • ଉଚ୍ଚତା – ୧୫୨ ସେମି
  • ଛାତି – ଅତିକମରେ ୫ ସେମି ଫୁଲୁଥିବ
  • ଓଜନ – ବୟସ ଏବଂ ଉଚ୍ଚତା ଅନୁପାତରେ
  • ଶ୍ରବଣ କ୍ଷମତା – ଶ୍ରବଣ କ୍ଷମତା ସାଧାରଣ ହେବା ଉଚିତ। ପ୍ରତ୍ୟେକ କାନ ପୃଥକ ଭାବରେ ଛଅ ମିଟର ଦୂରରୁ ଆସୁଥିବା ଶବ୍ଦ ଶୁଣିପାରୁଥିବ
  • ଦାନ୍ତ – ମାଢି ସୁସ୍ଥ ଏବଂ ଦାନ୍ତ ଭଲ ହେବା ଉଚିତ। ଅତିକମରେ ୧୪ଟି ଡେଣ୍ଟାଲ୍ ପଏଣ୍ଟ ଥିବା ଜରୁରୀ

ଶାରୀରିକ ସୁସ୍ଥତା ପରୀକ୍ଷା (PFT):

  • ଦ୍ୱାଦଶ ପାଶ୍ ପ୍ରାର୍ଥୀଙ୍କୁ ୭ ମିନିଟରେ ୧.୬ କିଲୋମିଟର ଦୌଡିବାକୁ ପଡିବ।
  • ଡିପ୍ଲୋମା କିମ୍ବା ବି.ଏସ୍.ସି ପାଶ୍ କରିଥିବା ପ୍ରାର୍ଥୀଙ୍କୁ ୭ ମିନିଟ୍ ୩୦ ସେକେଣ୍ଡ୍ ୧.୬ କିଲୋମିଟର ଦୌଡିବାକୁ ପଡିବ। ଏହା ସହିତ ୧୦ଟି ପୁସ୍ଅପ୍, ୧୦ଟି ସିଟ୍ଅପ୍, ୧୦ଟି ଉଠକ ବୈଠକ କରିବାକୁ ପଡିବ।

ଲିଖିତ ପରୀକ୍ଷା:

ଲିଖିତ ପରୀକ୍ଷା ୪୫ ମିନିଟ୍ ହେବ। ଏଥିରେ ଅବଜେକ୍‌ଟିଭ୍ ପ୍ରକାର ପ୍ରଶ୍ନ ରହିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ। ଇଂରାଜୀରୁ ୨୦ଟି ପ୍ରଶ୍ନ ଏବଂ ରିଜୋନିଙ୍ଗ ଏବଂ ଜେନେରାଲ ଆୱାର୍‌ନେସ୍‌ରୁ ୩ ଟି ପ୍ରଶ୍ନ। ୦.୨୫ ମାର୍କର ଏକ ମାଇନସ୍ ମାର୍କିଂ ରହିବ।

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ୧୦୦ ଟଙ୍କା
  • ଜିଏସ୍‌ଟି ଅଲଗା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା
Rephrase with Ginger (Ctrl+Alt+E)
Indian Air Force Govt Jobs Indian Air Force Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ