Advertisment

AIIMS Recruitment 2025: ପୂରଣ ହେବ ପ୍ରଫେସର୍ ପଦବୀ; ଦରମା ୨ଲ‍କ୍ଷ ୨୦ହଜାର

ଏମ୍ସ ଆପଣଙ୍କ ପାଇଁ ନିଯୁକ୍ତି ସୁଯୋଗ ନେଇଆସିଛି। ପ୍ରଫେସର୍‌ ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
AIIMS Professor Recruitment 2025 apply for 110 post

AIIMS Professor Recruitment 2025 apply for 110 post

Advertisment

ଏମ୍ସ(AIIMS) ବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାରେ କିଏ ବା ଚାକିରି କରିବାକୁ ନ ଚାହେ। ଆପଣ ଏହି ସ୍ୱପ୍ନ ଦେଖୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏମ୍ସ, ବିଲାସପୁର ହିମାଚଳ ପ୍ରଦେଶ ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଏମ୍ସରେ ପ୍ରଫେସର, ଆଡିଶନାଲ୍‌ ପ୍ରଫେସର୍‌, ଆସୋସିଏଟ୍ ପ୍ରଫେସ୍‌ର ଏବଂ ସହକାରୀ ପ୍ରଫେସର୍‌ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୧୦ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: ଭାରତୀୟ ସେନାରେ ଚାକିରି ସୁଯୋଗ: ଦରମା ୨ଲ‍କ୍ଷ ୫୦ହଜାର

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ AIIMSର ଅଫିସିଆଲ୍ ୱେବ୍‌ସାଇଟ୍‌ www.aiimsbilaspur.edu.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AIIMS Professor Recruitment 2025 apply for 110 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଜାନୁଆରୀ ୨୦୨୫
  • ହାର୍ଡ କପି ଆବେଦନ ଶେଷ – ୨୨ ଜାନୁଆରୀ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ପ୍ରଫେସର – ୨୨ଟି ପୋଷ୍ଟ୍‌
  • ଆଡିଶନାଲ୍‌ ପ୍ରଫେସର୍‌ – ୧୬ଟି ପୋଷ୍ଟ୍‌
  • ଆସୋସିଏଟ୍ ପ୍ରଫେସ୍‌ର – ୧୬ଟି ପୋଷ୍ଟ୍‌
  • ସହକାରୀ ପ୍ରଫେସର୍‌ – ୫୬ଟି ପୋଷ୍ଟ୍‌
  • ମୋଟ ପ୍ରାର୍ଥୀ – ୧୧୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ MBBS ଡିଗ୍ରୀ ସହିତ ସମ୍ପୃକ୍ତ ବିଷୟରେ MD କିମ୍ବା MS ଡିଗ୍ରୀ ରହିବା ଉଚିତ।
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବାଧିକ ବୟସ (ଆସୋସିଏଟ୍ ପ୍ରଫେସର ଏବଂ ସହକାରୀ ପ୍ରଫେସର) – ୫୦ ବର୍ଷ
  • ସର୍ବାଧିକ ବୟସ (ପ୍ରଫେସର ଏବଂ ଆଡିଶନାଲ୍ ପ୍ରଫେସର) – ୫୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: ପ୍ରଥମ ଚେଷ୍ଟାରେ ସାକ୍ଷାତକାରରେ ପାସ୍ ହେବାକୁ ଚାହୁଁଛନ୍ତି କି… ଆପଣଙ୍କ ପାଇଁ ୫ଟି ଟିପ୍ସ

ଦରମା:

  • ସର୍ବନିମ୍ନ ଦରମା – ୧,୮୮, ୦୦୦ ଟଙ୍କା
  • ସର୍ବାଧିକ ଦରମା – ୨,୨୦, ୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାମାନ୍ୟ ବର୍ଗ/OBC – ୨୩୬୦ ଟଙ୍କା
  • SC/ST – ୧୧୮୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଏହି ନିଯୁକ୍ତି ଡାଇରେକ୍ଟ, ଡେପୁଟେସନ୍ ନିଯୁକ୍ତି ଏବଂ ଚୁକ୍ତିନାମା ଆଧାରରେ ହେବ।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ aiimsbilaspur.edu.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Recruitment ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • Faculty (Group-A) on Direct Recruitment / Deputation / Contractual basis ଟ୍ୟାପ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପରେ କ’ଣ କରିବେ ଚିନ୍ତାରେ ଅଛନ୍ତି କି… କରନ୍ତୁ ଏହି କୋର୍ସ, ସାଙ୍ଗେ ସାଙ୍ଗେ ମିଳିବ ଚାକିରି

AIIMS Govt Jobs Job Search Job Seekers AIIMS Job
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ