• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ପକ୍ଷରୁ ଭୁବନେଶ୍ୱର ସିନିୟର ରିସର୍ଚ୍ଚ ଫେଲୋ (SRF) ଏବଂ ପ୍ରୋଜେକ୍ଟ ଟେକ୍ନିସିଆନ ପୋଷ୍ଟ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ “ଆଇସିଏମ୍ଆର ନେଟୱାର୍କ ଅଫ୍ ପଲ୍ମୋନାରି ଫାଇବ୍ରୋସିସ୍” ଶୀର୍ଷକ ପ୍ରକଳ୍ପ ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ନିଯୁକ୍ତି ଦିଆଯିବ।

ଜାଣନ୍ତୁ କେଉଁ କେଉଁ ପଦବୀ ରହିଛି:

ସିନିୟର ରିସର୍ଚ୍ଚ ଫେଲୋ (SRF): ୧ ଟି ପୋଷ୍ଟ

ପ୍ରୋଜେକ୍ଟ ଟେକ୍ନିସିଆନ୍ III- ୧ ଟି ପୋଷ୍ଟ

ଯୋଗ୍ୟତା ଏବଂ ଅଭିଜ୍ଞତା:

ସିନିୟର ରିସର୍ଚ୍ଚ ଫେଲୋ SRF- ଦୁଇ ବର୍ଷର ଗବେଷଣା ଅଭିଜ୍ଞତା ସହିତ ମୌଳିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ପ୍ରୋଜେକ୍ଟ ଟେକ୍ନିସିଆନ୍ III- ବିଜ୍ଞାନରେ ଦ୍ୱାଦଶ ପାସ୍ ଏବଂ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜି/ପିଏମ୍‌.ଡବ୍‌ଲୁ/ ରେଡିଓଲୋଜି / ରେଡିଓଗ୍ରାଫି କିମ୍ବା ଆନୁଷଙ୍ଗିକ ବିଷୟ ଉପରେ ଦୁଇ ବର୍ଷର ଡିପ୍ଲୋମା ନିହାତି ଆବଶ୍ୟକ ।

ପଦବୀ ପାଇଁ ଦରମା:

SRF ପଦବୀରେ HRA ସହିତ ମାସିକ ଦରମା ୩୫,୦୦୦ ଟଙ୍କା ଥିବାବେଳେ ପ୍ରୋଜେକ୍ଟ ଟେକ୍ନିସିଆନ୍-III ପଦବୀ ପାଇଁ ୧୮,୦୦୦ ଟଙ୍କା ଦରମା ରହିଛି ।

ବୟସ ସୀମା:

SRF ପୋଷ୍ଟ ପାଇଁ ବୟସ ସୀମା ସର୍ବାଧିକ ୩୫ ବର୍ଷ ରଖାଯାଇଥିବାବେଳେ ପ୍ରୋଜେକ୍ଟ ଟେକ୍ନିସିଆନ୍-III ପାଇଁ ବୟସ ୩୦ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ରହିଛି ।

ପଦବୀ ପାଇଁ କିପରି ଆବେଦନ କରିବେ:

  • ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଫେବୃଆରୀ ୨୬ ୨୦୨୨ ସୁଦ୍ଧା ବିଜ୍ଞପ୍ତି ଅନୁଯାୟୀ ନିଜ ଆବେଦନ କରିପାରିବେ
  • @aiimsbhubaneswar.edu.in ଇମେଲ ମାଧ୍ୟମରେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ ଫର୍ମ ଦାଖଲ କରିପାରିବେ
  • ସ୍କ୍ରିନିଂ ପରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ
  • ପ୍ରାର୍ଥୀମାନେ ଇଣ୍ଟରଭ୍ୟୁ ସମୟରେ ଉପଯୁକ୍ତ ଆବେଦନ ଫର୍ମ ଏବଂ ନିଜ ବାୟୋଡାଟାକୁ ଆଣିପାରିବେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  1.  ଇ-ମେଲ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୨୭-୦୨-୨୦୨୨ (ରବିବାର)
  2.  ୱେବସାଇଟରେ ସଂକ୍ଷିପ୍ତ ତାଲିକାଭୁକ୍ତ ପ୍ରାର୍ଥୀଙ୍କ ଘୋଷଣା ତାରିଖ: ୦୨-୦୩- ୨୦୨୨ (ବୁଧବାର)
  3.  ଇଣ୍ଟରଭ୍ୟୁ ତାରିଖ: ୧୧-୦୩-୨୦୨୨(ଶୁକ୍ରବାର)

OTV is now on Whatsapp

Join and get latest news update delivered to you via whatsapp

Join Now