/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675581373.jpg)
Agniveer Recruitment 2023
ବଦଳିଲା ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା । ଏଣିକି ସେନାରେ ଯୋଗ ଦେବାକୁ ହେଲେ ମିଳିତ ପ୍ରବେଶିକା ପରୀକ୍ଷା ଦେବାକୁ ହେବ । ଅଗ୍ନିବୀର ମାଧ୍ୟମରେ ଯେଉଁ ଯୁବକମାନେ ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବେ ସେମାନେ ବର୍ତ୍ତମାନ ପରୀକ୍ଷା ଦେବେ ବୋଲି ଘୋଷଣା କରାଯାଇଛି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କର ଶାରୀରିକ ସୁସ୍ଥତା ଓ ଡାକ୍ତରୀ ପରୀକ୍ଷା କରାଯିବ ।
ଏଥିପାଇଁ ଇଚ୍ଛୁକ ଯୁବକ ମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଫେବ୍ରୁଆରୀ ୧୦ ତାରିଖରୁ ମାର୍ଚ୍ଚ ୧୧ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲୁରହିବ । ଆସନ୍ତା ଏପ୍ରିଲ ମାସ ୧୨ ତାରିଖରେ ଏହି ପରୀକ୍ଷା କରାଯିବା ନେଇ କୁହାଯାଇଛି । ଖାଲି ସେତିକି ନୁହେଁ ଯେଉଁ ପ୍ରାର୍ଥୀମାନେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ସେମାନେ ମଧ୍ୟ ଆବେଦନ କରିପାରିବେ ।
ବର୍ତ୍ତମାନ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତନ କରାଯାଇଥିବାରୁ ପ୍ରାର୍ଥୀମାନେ ନିଯୁକ୍ତି ପାଇବାକୁ ହେଲେ ୩ଟି ପର୍ଯ୍ୟାୟ ଦେଇ ପରୀକ୍ଷା ଦେବାକୁପଡ଼ିବ ।
ପ୍ରଥମ ପର୍ଯ୍ୟାୟରେ ନିର୍ଦ୍ଧିଷ୍ଟ କେନ୍ଦ୍ର ଗୁଡ଼ିକରେ ସିଇଇ ଅନୁଷ୍ଠିତ ହେବ । ଏଥିରେ ଯେଉଁ ପ୍ରାର୍ଥୀ ପାସ୍ କରିବେ ସେମାନେ ଦ୍ୱିତୀୟ ପର୍ଯ୍ୟାୟରେ ଫିଟନେସ୍ ପରୀକ୍ଷା ଦେବେ । ଶେଷରେ ଅର୍ଥାତ୍ ତୃତୀୟ ପର୍ଯ୍ୟାୟରେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା ଦେବାକୁ ହେବ । ସେନା ଦ୍ୱାରା ଘୋଷଣା କରାଯାଥିବା ନିୟମ ଅନୁସାରେ ସିଇଇ ଅନଲାଇନ୍ ମାଧ୍ୟମରେ କରାଯିବ ।
ସେହିପରି ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ୨୦୦ଟି ସ୍ଥାନ ସ୍ଥିର କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦିଆଯାଇଛି । ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ କରିବାକୁ ହେଲେ ୨୫୦ଟଙ୍କା ଦେବାକୁ ହେବ । ସମସ୍ତ ପଦ୍ଧତି ଅନୁସାରେ ଅନଲାଇନରେ ପ୍ରାର୍ଥୀମାନେ ଆବେଦନ କରିପାରିବେ । ୧୧ ମାର୍ଚ୍ଚ ଆବେଦନ ପ୍ରକ୍ରିୟାର ଶେଷ ଦିନ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)