Advertisment

New Journey: ୫୦୦ ଥର ରିଜେକ୍ଟ , ମାସକୁ ୨୦ ଲକ୍ଷ ଦରମା..ଏବେ ଖୋଲିବେ କଂପାନୀ

ମାସ ମାସ ଧରି ତାଙ୍କୁ ରିଜେକ୍ଟ ପରେ ରିଜେକ୍ଟ କରାଯାଇଥିଲା। ହେଲେ ବାରମ୍ବାର ନିରାଶ ହେବା ପରେ ତାଙ୍କୁ ମିଳିଥିଲା ସଫଳତା। ଶତାଧିକ ଆବେଦନ ମଧ୍ୟରୁ କେବଳ ଗୋଟିଏ କମ୍ପାନୀରୁ ସାକ୍ଷାତକାର ପାଇଁ ତାଙ୍କ ପାଖକୁ ଆସିଥିଲା କଲ। ବାସ୍ ଏହାକୁ ସେ ଗୋଟିଏ ଥରରେ କ୍ଲିୟର କରିଥିଲେ ବୋଲି ଯୁବକ ଜଣଙ୍କ ରେଡିଟ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଅଦ୍ୟତନ ହୋଇଛି
 NEW JOURNEY

NEW JOURNEY

Advertisment

ବିଫଳତା ସଫଳତାର ଚାବି କାଠି। ଥରେ କି ଦୁଇ ଥର ନୁହେଁ, ୫୦୦ ଥର ଚାକିରି ପାଇଁ ଆବେଦନ କରି ବିଫଳ ହୋଇଥିଲେ। ୫୦୦ ଥର ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ତଥାପି ସେ ଏଥିରେ ଭାଙ୍ଗି ପଡ଼ି ନଥିଲେ। ଏହି ବିଫଳତା ଏବେ ତାଙ୍କୁ ସଫଳତାର ସ୍ୱାଦ ଚକାଇଛି।

Advertisment

ଉତ୍ତର ଭାରତର ଗୋଟିଏ ଛୋଟିଆ ସହରର ୨୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ବାରମ୍ବାର ନିରାଶ ହେବା ପରେ ଏମିତି ଏକ ଚାକିରି ପାଇଲେ, ଯେଉଁଥି ପାଇଁ ତାଙ୍କୁ ମାସକୁ ମିଳିଥିଲା ୨୦ ଲକ୍ଷ ଟଙ୍କା। ଓପନଏଆଇ ପ୍ରୋଜେକ୍ଟରେ ସେ ସାମିଲ ହୋଇଥିଲେ। ଆଉ ଘରେ ବସି ସେ ଅଫିସ ପାଇଁ କାମ କରିଥିଲେ ଓ ତାଙ୍କୁ ମାସିକ ଦରମା ଥିଲା ୨୦ ଲକ୍ଷ।

ଏହି ଯୁବକ ଜଣଙ୍କ ତାଙ୍କ ପରିବାରର ପ୍ରଥମ ସଦସ୍ୟ ଭାବେ କମ୍ପ୍ୟୁଟର ସାଇନ୍ସରେ ବିଟେକ ଡିଗ୍ରୀ ହାସଲ କରିଥିଲେ। ଏହାପରେ କ୍ୟାମ୍ପସ ପ୍ଲେସମେଣ୍ଟ ଜରିଆରେ ତାଙ୍କୁ ବାର୍ଷିକ ୩.୬ ଲକ୍ଷ ଟଙ୍କାର ଚାକିରି ମିଳିଥିଲା। କିନ୍ତୁ ଏହି ଅଫର ତାଙ୍କୁ ୮ ମାସର ଅପେକ୍ଷା ପରେ ମିଳିଥିଲା। ଚାକିରି ଅଫରକୁ ଅପେକ୍ଷା କରିବା ବଦଳରେ ଯୁବକ ଜଣଙ୍କ ୫୦୦ରୁ ୬୦୦ ଅନ୍ତର୍ଜାତୀୟ କମ୍ପାନୀରେ ଚାକିରି ପାଇଁ ଆବେଦନ କରିଥିଲେ। ୱାର୍କ ଫର୍ମ ହୋମ ଅଫର ଦେଉଥିବା କମ୍ପାନୀଗୁଡ଼ିକରେ ସେ ଚାକିରି ପାଇଁ ଆବେଦନ ଦାଖଲ କରିଥିଲେ ହେଁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Advertisment

ମାସ ମାସ ଧରି ତାଙ୍କୁ ରିଜେକ୍ଟ ପରେ ରିଜେକ୍ଟ କରାଯାଇଥିଲା। ହେଲେ ବାରମ୍ବାର ନିରାଶ ହେବା ପରେ ତାଙ୍କୁ ମିଳିଥିଲା ସଫଳତା। ଶତାଧିକ ଆବେଦନ ମଧ୍ୟରୁ କେବଳ ଗୋଟିଏ କମ୍ପାନୀରୁ ସାକ୍ଷାତକାର ପାଇଁ ତାଙ୍କ ପାଖକୁ ଆସିଥିଲା କଲ। ବାସ୍ ଏହାକୁ ସେ ଗୋଟିଏ ଥରରେ କ୍ଲିୟର କରିଥିଲେ ବୋଲି ଯୁବକ ଜଣଙ୍କ ରେଡିଟ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏହି ଗୋଟିଏ ଚାକିରି ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଓପନଏଆଇ ଲିଙ୍କ ପ୍ରୋଜେକ୍ଟ ତା’କୁ ବିଶ୍ୱସ୍ତରୀୟ ଅଭିଜ୍ଞତା, ଆର୍ଥିକ ସ୍ୱାଧୀନତା ଓ ବଡ଼ ସ୍ୱପ୍ନ ଦେଖିବାକୁ ନିଜ ଭିତରେ ବିଶ୍ୱାସ ସୃଷ୍ଟି କରାଇଥିଲା।

Advertisment

ଏହି ପ୍ରୋଜେକ୍ଟ ପାଇଁ ତାଙ୍କୁ ମାସିକ ୨୦ ଲକ୍ଷ ଟଙ୍କା ଅଫର ମିଳିଥିଲା। ଏହା ତାଙ୍କ ପ୍ରଥମ ପ୍ଲେସମେଣ୍ଟ ଚାକିରି ଠାରୁ ଢେର ଅଧିକ ଥିଲା। ତେଣୁ ଯୁବକ ଜଣଙ୍କ କାମ କରିବାକୁ ରାଜି ହୋଇଥିଲେ। ସେ ପ୍ରୋଜେକ୍ଟ କାମରେ ଦିନ ରାତି ଲାଗି ପଡ଼ିଥିଲେ। ଦିନିକୁ ମାତ୍ର ୪ରୁ ୫ ଘଣ୍ଟା ଶୋଉଥିଲେ। ନିଜର ଶ୍ରେଷ୍ଠ ଦେବାକୁ ସେ ସବୁ କିଛି ଭୁଲି ଯାଇଥିଲେ।

ଓପନଏଆଇ ପ୍ରୋଜେକ୍ଟ ଅଗଷ୍ଟ ମାସରେ ଶେଷ ହୋଇଛି। କିନ୍ତୁ ଯୁବକ ଯାତ୍ରା ଶେଷ ହୋଇ ନାହିଁ। ମାତ୍ର ୨୩ ବର୍ଷ ବୟସରେ ସେ ନିଜର ଗୋଟିଏ ଟେକ୍‌ କମ୍ପାନୀ ଖୋଲିବାକୁ ଯାଉଛନ୍ତି। ସେ ଛୋଟ ସହରର ଆଶୟୀଙ୍କୁ ଗୋଟିଏ ପରାମର୍ଶ ଦେଇଛନ୍ତି – “କେବଳ ଭଲରେ ସନ୍ତୁଷ୍ଟ ହୁଅ ନାହିଁ। ସବୁଠାରେ ଆବେଦନ କର, ସର୍ବସମ୍ମୁଖରେ ନିଜକୁ ଗଢ଼ ଓ ନିଜର ନେଟୱର୍କକୁ ବୃଦ୍ଧି କର।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ