ଅଦ୍ୟତନ ହୋଇଛି
afcat registration 2023 begin till june 30
Advertisment
ଭାରତୀୟ ବାୟୁସେନାରେ ଯୋଗ ଦେଇ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏୟାରଫୋର୍ସ କମନ୍ ଆଡମିଶନ ଟେଷ୍ଟ୍(AFCAT) ୨୦୨୩ ପାଇଁ ବିଜ୍ଞପ୍ତି ଜାରି ହୋଇଛି। AFCAT II ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
Advertisment
ଆବେଦନଗୁଡ଼ିକ କେବଳ ଅନ୍ଲାଇନ୍ ମୋଡ୍ରେ ଗ୍ରହଣ କରାଯିବ। ଏଥିପାଇଁ ଆପଣଙ୍କୁ ଏୟାରଫୋର୍ସ କମନ୍ ଆଡମିଶନ ଟେଷ୍ଟ୍ର ଅଫିସିଆଲ୍ ୱେବ୍ସାଇଟ୍ afcat.cdac.in କୁ ଯାଇ ଆବେଦନ କରିବାକୁ ପଡିବ। ମନୋନୀତ ପ୍ରାର୍ଥୀଙ୍କୁ ଗ୍ରାଉଣ୍ଡ ଡ୍ୟୁଟି ଏବଂ ଫ୍ଲାଇଙ୍ଗ ବ୍ରାଞ୍ଚ ପାଇଁ ନିଯୁକ୍ତ କରାଯିବ।
ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ IDBI ବ୍ୟାଙ୍କ୍ରେ ଚାକିରି; ଦରମା ୧ ଲକ୍ଷ ୫୫ ହଜାର
Advertisment
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନର ଶେଷ ତାରିଖ - ୩୦ ଜୁନ୍ ୨୦୨୩
- ଆଡମିଟ୍ କାର୍ଡ ପ୍ରଦାନ - ୧୦ ଅଗଷ୍ଟ ୨୦୨୩
- ପରୀକ୍ଷା ତାରିଖ – ୨୫, ୨୬, ୨୭ ଅଗଷ୍ଟ ୨୦୨୩
ଆବେଦନ ଶୁଳ୍କ:
- ସମସ୍ତ ପ୍ରାର୍ଥୀ – ୨୫୦ ଟଙ୍କା
- NCC ସ୍ପେଶାଲ ଏଣ୍ଟ୍ରି – ଦେୟ ମୁକ୍ତ
ବୟସ ସୀମା:
- ଫ୍ଲାଇଙ୍ଗ ବ୍ରାଞ୍ଚ୍ - ୨୦ ରୁ ୨୪ ବର୍ଷ। ୧ ଜୁଲାଇ ୨୦୨୪କୁ ଆଧାର କରି ବୟସ ଗଣନା କରାଯିବ। ଏହି କ୍ଷେତ୍ରରେ, ପ୍ରାର୍ଥୀ ୦୨ ଜୁଲାଇ ୨୦୦୦ ରୁ ୦୧ ଜୁଲାଇ ୨୦୦୪ ମଧ୍ୟରେ ଜନ୍ମ ହୋଇଥିବା ଉଚିତ। ଯେଉଁ ପ୍ରାର୍ଥୀଙ୍କ ପାଖରେ କମର୍ସିଆଲ୍ ପାଇଲଟ ଲାଇସେନ୍ସ ଥିବ ସେମାନଙ୍କ କ୍ଷେତ୍ରରେ ବୟସ କୋହଳର ବ୍ୟବସ୍ଥା ଅଛି।
- ଗ୍ରାଉଣ୍ଡ ଡ୍ୟୁଟି - ୨୦ ରୁ ୨୬ ବର୍ଷ। ୧ ଜୁଲାଇ ୨୦୨୪କୁ ଆଧାର କରି ବୟସ ଗଣନା କରାଯିବ। ଏହି କ୍ଷେତ୍ରରେ ପ୍ରାର୍ଥୀ ନିଶ୍ଚିତ ଭାବରେ ୦୨ ଜୁଲାଇ ୧୯୯୮ ରୁ ୦୧ ଜୁଲାଇ ୨୦୦୪ ମଧ୍ୟରେ ଜନ୍ମ ହୋଇଥିବେ। ଏହା ସହିତ ପ୍ରାର୍ଥୀ ଅବିବାହିତ ହେବା ବାଧ୍ୟତାମୂଳକ।
Advertisment
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବ୍ସାଇଟ୍ afcat.cdac.inକୁ ଯାଆନ୍ତୁ
- New Registration and Register Filling ଉପରେ କ୍ଲିକ୍ କରନ୍ତୁ
- ରେଜିଷ୍ଟ୍ରେସନ ପରେ ରେଜିଷ୍ଟ୍ରେସନ୍ ନମ୍ବର ଓ ପାସ୍ୱାର୍ଡ ବ୍ୟବହାର କରି ଲଗ୍ ଇନ୍ କରନ୍ତୁ ଓ ନୂଆ ପାସ୍ୱାର୍ଡ ତିଆରି କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବେଦନ ଶୁଳ୍କ ପୈଠ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ପତ୍ର ଡାଉନ୍ଲୋଡ୍ କରି ପ୍ରିଣ୍ଟ୍ ବାହାର କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685706103.jpg)