Advertisment

ପ୍ରକାଶ ପାଇଲା OJS ରେଜଲ୍ଟ, ଆଦ୍ୟାଶା ମିଶ୍ର ଟପ୍ପର

ପ୍ରଥମ ତିନି ଜଣରେ ରହିଛନ୍ତି ଝିଅ।

ଅଦ୍ୟତନ ହୋଇଛି
OJS Result, OPSC

OJS Result, OPSC

Advertisment

ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ। ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନେଇ OPSC ପକ୍ଷରୁ ସୂଚନା ଦିଆଯାଇଛି। ଆଦ୍ୟାଶା ମିଶ୍ର ଟପ୍ପର, ଚେତନା ପଟ୍ଟନାୟକ ଦ୍ୱିତୀୟ, ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ହୋଇଛନ୍ତି। ୫୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି। ସିଭିଲ୍ ଜଜ୍ ପଦବୀରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

Advertisment

ରେଜଲ୍ଟକୁ ନେଇ OJS ଟପ୍ପର ଆଦ୍ୟାଶା ମିଶ୍ର କହିଛନ୍ତି ଯେ- ମୁଁ ଟପ୍ପର ହେବି ବୋଲି ଭାବିନଥିଲି। ମୁଁ ଏନେଇ କୋଚିଂ ନେଉଥିଲି ଓ ବାକି ସମୟ ଘରେ ପଢାପଢି କରୁଥିଲି। ଇଣ୍ଟରଭ୍ୟୁରେ ସୁପ୍ରିମକୋର୍ଟ ଦେଇଥିବା  ଗର୍ଭପାତ ରାୟ ଉପରେ ମୋତେ ପ୍ରଶ୍ନ ପଚରାଯାଇଥିଲା। ମୋ ପାଇଁ ଏହା ପ୍ରଥମ ଇଣ୍ଟରଭ୍ୟୁ ଥିଲା, ପ୍ରାକ୍ଟିସ କରିବା ପାଇଁ ମୋ ପାଖରେ ସମୟ ନଥିଲା। 

Advertisment

OJS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ଯେ, ମୋର ସଫଳତାର ଶ୍ରେୟ ମୁଁ ବଡ଼ବାପାଙ୍କୁ ଦେବାକୁ ଚାହିଁବି। ମୁଁ ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିଲି। ମୋତେ ଯେଉଁ ଦାୟିତ୍ୱ ମିଳିବ, ମୁଁ ତାକୁ ସଠିକ୍ ଭାବେ ନିର୍ବାହ କରିବି। ଲୋକଙ୍କୁ ନ୍ୟାୟ ଦେବାକୁ ଶତପ୍ରତିଶତ ଚେଷ୍ଟା କରିବି।  

OPSC OJS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ