Advertisment

AAIରେ ୩୬୪ ଟି ପଦବୀ ପାଇଁ ଚାଲିଛି ଆବେଦନ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

AAI ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୬୪ ଟି ପଦବୀ ପୂରଣ ହେବ। ଦରମା ୩୬,୦୦୦ ରୁ ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

ଅଦ୍ୟତନ ହୋଇଛି
AAI Recruitment 2023

AAI recruitment for 364 posts

Advertisment

ଭାରତୀୟ ବିମାନବନ୍ଦର ପ୍ରାଧିକରଣ(AAI) ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୨୨ରୁ ଆରମ୍ଭ ହୋଇଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ aai.aero ର ଅଫିସିଆଲ୍ ୱେବ୍‌ସାଇ୍‌କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ଜାନୁୟାରୀ ୨୦୨୩ ରହିଛି।

Advertisment

ଖାଲି ପଦବୀ:

  • ମୋଟ ୩୬୪ ଟି ପଦବୀ ପୂରଣ ହେବ
  • ଜୁନିଅର ଏକ୍ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍) – ୩୫୬ଟି ପୋଷ୍ଟ୍‌
  • ଜୁନିଅର ଏକ୍ଜିକ୍ୟୁଟିଭ୍ (ରାଜଭାଷା) - ୦୪ଟି ପୋଷ୍ଟ୍‌
  • ସିନିୟର ଆସିଷ୍ଟାଣ୍ଟ (ରାଜଭାଷା) - ୦୪ଟି ପୋଷ୍ଟ୍‌
  • ମ୍ୟାନେଜର (ରାଜଭାଷା) - ୦୨ଟି ପୋଷ୍ଟ୍‌

ଅଧିକ ପଢ଼ନ୍ତୁ: CRPFରେ ଚାକିରି କରିବା ପାଇଁ ବଡ଼ ସୁଯୋଗ ! ତୁରନ୍ତ କରନ୍ତୁ ଆବେଦନ

ବୟସ ସୀମା:

  • ଜୁନିଅର ଏକ୍ଜିକ୍ୟୁଟିଭ୍ – ସର୍ବାଧିକ ବୟସ ୨୭ ବର୍ଷ
  • ସିନିୟର ଆସିଷ୍ଟାଣ୍ଟ – ସର୍ବାଧିକ ବୟସ ୩୦ ବର୍ଷ
  • ମ୍ୟାନେଜର – ସର୍ବାଧିକ ବୟସ ୩୨ ବର୍ଷ
Advertisment

ପେ ସ୍କେଲ୍‌ (IDA):

  • ମ୍ୟାନେଜର (ଇ -୩) – ୬୦,୦୦୦ ରୁ ୧,୮୦,୦୦୦ ଟଙ୍କା
  • ଜୁନିଅର ଏକ୍ଜିକ୍ୟୁଟିଭ୍ (ଇ-୧)) – ୪୦,୦୦୦ ରୁ ୧,୪୦,୦୦୦ ଟଙ୍କା
  • ସିନିୟର ଆସିଷ୍ଟାଣ୍ଟ (NE-୬) – ୩୬,୦୦୦ ରୁ ୧,୧୦,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ଆବେଦନକାରୀ ପ୍ରାର୍ଥୀଙ୍କୁ ୧,୦୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ
  • SC / ST / PWD ପ୍ରାର୍ଥୀ / AAI ପ୍ରଶିକ୍ଷାର୍ଥୀ / ମହିଳା ପ୍ରାର୍ଥୀ(ଏକ ବର୍ଷର ଶିକ୍ଷାଦାନ ତାଲିମକୁ ସଫଳତାର ସହିତ ସମାପ୍ତ କରିଥିବେ)ଙ୍କୁ କୌଣସି ଦେୟ ଦେବାକୁ ପଡିବନି
Advertisment
Govt Jobs AAI Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ