Advertisment

AAI Recruitment 2024: ଏୟାରପୋର୍ଟରେ ଚାକିରି ପାଇବେ ଜୁନିଅର କନ୍ସଲଟାଣ୍ଟ; ଜାଣନ୍ତୁ ଓଡ଼ିଶାରେ କେଉଁଠି ହେବେ ପୋଷ୍ଟିଂ

AAIରେ ଚାକିରି ପାଇବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ AAIର ପୂର୍ବାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଆରସିଏସ୍ ବିମାନବନ୍ଦରରେ ନିଯୁକ୍ତି ମିଳିବ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
AAI Recruitment 2024

AAI Recruitment 2024

Advertisment

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ରେ ଚାକିରି ପାଇବାକୁ ଯୋଜନା କରୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ AAIର ପୂର୍ବାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଆରସିଏସ୍ ବିମାନବନ୍ଦରରେ ନିଯୁକ୍ତି ମିଳିବ। ଏନେଇ AAI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହାଁନ୍ତି ସେମାନେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ AAIରେ ଜୁନିଅର କନ୍ସଲଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅଫ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମନୋନୀତ ପ୍ରାର୍ଥୀମାନେ ଅମ୍ବିକାପୁର(ଛତିଶଗଡ), ଉତ୍କେଳା(ଓଡ଼ିଶା), ରାଉରକେଲା(ଓଡ଼ିଶା), ଜୟପୁର(ଓଡ଼ିଶା), କ୍ୟାମ୍ପ ବେଲ୍‌ ବେ(A&N Islands), ଶିବପୁର (ଡିଗଲିପୁର) (A&N Islands) ଏବଂ କୁଚ ବେହର (ପଶ୍ଚିମବଙ୍ଗ)ରେ ନିଯୁକ୍ତି ହେବେ।

ଅଧିକ ପଢ଼ନ୍ତୁ: Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AAI ର ଅଫିସିଆଲ୍ ୱେବ୍‌ସାଇଟ୍‌ aai.aero କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ AAI Recruitment 2024 Apply for junior consultan posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • କେବଳ ଭାରତୀୟ ବାୟୁସେନା / ଭାରତୀୟ ସେନା / ଭାରତୀୟ ନୈସେନା / ଅବସରପ୍ରାପ୍ତ PSU / AAI କର୍ମଚାରୀ E3 / E4 / E5 ସ୍ତରର ଏବଂ ରାଜ୍ୟ କିମ୍ବା କେନ୍ଦ୍ର ସରକାର / ପାରାମିଲିଟାରୀ ଫୋର୍ସ କିମ୍ବା ସମ୍ପୃକ୍ତ କ୍ଷେତ୍ରରେ ସର୍ବନିମ୍ନ ପାଞ୍ଚ ବର୍ଷର ଅଭିଜ୍ଞତା ଥିବା ପ୍ରତିଷ୍ଠିତ ସଂଗଠନର ଅଧିକାରୀ ଏଥିପାଇଁ ଆବେଦନ କରିପାରିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଚୟନ ହୋଇଥିବା ପ୍ରାର୍ଥୀ ମାସକୁ ୫୦,୦୦୦ ଟଙ୍କା ପାଇବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କେଉଁଠି ହେବ ସାକ୍ଷାତକାର: ମୁଖ୍ୟ କାର୍ଯ୍ୟାଳୟ, କୋଲକାତା

କିପରି କରିବେ ଆବେଦନ:

  • ବିଜ୍ଞପ୍ତିରେ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ ଫର୍ମ ପୂରଣ କରନ୍ତୁ
  • hrrhqer@aai.aero କୁ ଇମେଲ ମାଧ୍ୟମରେ ସମସ୍ତ ଡକ୍ୟୁମେଣ୍ଟ ସହିତ ପଠାନ୍ତୁ

ଅଧିକ ପଢ଼ନ୍ତୁ: Railway Recruitment 2024: ଆପଣ ଯଦି ଦଶମ ପାଶ୍, ରେଳବାଇରେ ଚାକିରି କରିବାକୁ ଚାହାନ୍ତି… ପଢନ୍ତୁ ଏହି ଖବର

Govt Jobs Job Search Job Seekers AAI Airport Authority Of India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ