/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645513312.jpg)
10th pass govt jobs 2022, India Post Recruitment 2022
ଭାରତୀୟ ଡାକସେବା ବିଭାଗ ପକ୍ଷରୁ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହି ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବାବେଳେ ଆଶୀୟୀ ପ୍ରାର୍ଥୀମାନେ ୧୫ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
Advertisment
ଷ୍ଟାଫ୍ କାର୍ ଡ୍ରାଇଭରର ୨୯ ଟି ଖାଲି ପଦବୀ ରହିଛି । ଆଶାୟୀ ପ୍ରାର୍ଥୀମାନେ କେବଳ ପଞ୍ଜୀକୃତ ପୋଷ୍ଟ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା
- ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ହୋଇଥିବା ଆବଶ୍ୟକ । ଏହାସହ ପ୍ରାର୍ଥୀଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ରହିବା ଆବଶ୍ୟକ ।
Advertisment
ବୟସ ସୀମା
- ଏହି ପଦବୀ ପାଇଁ ଆବେଦନ କରିବା ଇଚ୍ଛୁକ ପ୍ରାର୍ଥୀଙ୍କୁ ୧୮ ବର୍ଷରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ । ସେହିପରି ଓବିସି ପ୍ରାର୍ଥୀଙ୍କ ବୟସ ସୀମାକୁ ୩ ବର୍ଷ କୋହଳ କରାଯାଇଥିବାବେଳେ ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ କରାଯାଇଛି ।
ଚୟନ ପ୍ରକ୍ରିୟା
- ଏହି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ନିଯୁକ୍ତି ସମ୍ବନ୍ଧୀୟ ଅଧିକ ସୂଚନା ପାଇବା ପାଇଁ ଡାକସେବା ବିଭାଗର ଅଫିସିଆଲ୍ ୱେବସାଇଟକୁ ଭିଜିଟ୍ କରିପାରିବେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)