10th pass can get job in reserve bank of india
ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (RBI) ଫାର୍ମାସିଷ୍ଟ ପଦ ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ମାଗିଛି। ଯୋଗ୍ୟ ପ୍ରାର୍ଥୀମାନେ RBIର ଅଫିସିଆଲ୍ ୱେବସାଇଟ୍, rbi.org.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ୨୫ଟି ପଦବୀ ପୂରଣ ହେବ।
ଡକ୍ୟୁମେଣ୍ଟ୍ ସହିତ ଆବେଦନ ଫର୍ମ ପଠାଇବା ପାଇଁ ଶେଷ ତାରିଖ ହେଉଛି ୧୦ ଏପ୍ରିଲ ୨୦୨୩। ଯେଉଁ ପ୍ରାର୍ଥୀମାନେ ଆର୍ବିଆଇରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ପ୍ରଥମେ ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ନିମ୍ନରେ ଦିଆଯାଇଥିବା ଅନ୍ୟାନ୍ୟ ବିବରଣୀ ଉପରେ ନଜର ପକେଇବା ଜରୁରୀ।
ଅଧିକ ପଢ଼ନ୍ତୁ: ସରି ଯାଉଛି ସମୟ, ଅବସରପ୍ରାପ୍ତ କର୍ମଚାରୀ ତୁରନ୍ତ କରନ୍ତୁ ଆବେଦନ...
ଯୋଗ୍ୟତା:
- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ମାଟ୍ରିକ୍ କିମ୍ବା ଏହାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜରୁରୀ।
- ପ୍ରାର୍ଥୀମାନଙ୍କର ଫାର୍ମାସି ଆକ୍ଟ ୧୯୪୮ ଅନୁଯାୟୀ ପଞ୍ଜୀକୃତ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫାର୍ମାସିରେ ସର୍ବନିମ୍ନ ଡିପ୍ଲୋମା ଯୋଗ୍ୟତା ଥିବା ଉଚିତ।
ଚୟନ ପ୍ରକ୍ରିୟା:
- ସାକ୍ଷାତକାର
- ଶିକ୍ଷାଗତ ଯୋଗ୍ୟତା (ପିଜି / ଡିଗ୍ରୀ / ଡିପ୍ଲୋମା)
- ବ୍ୟାଙ୍କ୍ ଡିସ୍ପେନ୍ସାରିରୁ ବାସସ୍ଥାନ ଦୂରତା
- PSB / PSU / ସରକାରୀ ସଂଗଠନ / ଆର୍ବିଆଇ ଇତ୍ୟାଦି ଆଧାରରେ ସର୍ଟଲିଷ୍ଟ୍
- ଡାକ୍ତରୀ ପରୀକ୍ଷା
- ଡକ୍ୟୁମେଣ୍ଟ ଯାଞ୍ଚ
ଅନ୍ୟାନ୍ୟ ସୂଚନା:
ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟର ଫଟୋକପି ସହିତ ପୂରଣ ହୋଇଥିବା ଆବେଦନ ଫର୍ମ ଆଞ୍ଚଳିକ ନିର୍ଦ୍ଦେଶକ, ମାନବ ସମ୍ବଳ ପରିଚାଳନା ବିଭାଗ, ନିଯୁକ୍ତି ବିଭାଗ, ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ମୁମ୍ବାଇ ଆଞ୍ଚଳିକ କାର୍ଯ୍ୟାଳୟ, ଶହୀଦ ଭଗତ ସିଂହ ରୋଡ୍, ଫୋର୍ଟ, ମୁମ୍ବାଇ – ୪୦୦୦୧ ଠିକଣାରେରେ ୧୦ ଏପ୍ରିଲ ସଂଖ୍ୟା ୫ଟା ସୁଦ୍ଧା ପହଞ୍ଚିଯିବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679576350.jpg)