Yulia Tymoshenko first Ukrainian- woman prime minister
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷ୍ର ଆକ୍ରମଣ ମଧ୍ୟରେ ୟୁକ୍ରେନର ଜଣେ ନେତ୍ରୀଙ୍କୁ ସ୍ମରଣ କରାଯାଉଛି, ଯାହାଙ୍କୁ ଋଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଭୟ କରୁଥିଲେ। ଏହି ନେତ୍ରୀଙ୍କ ନାମ ହେଉଛି ୟୁଲିଆ ଟେମୋସେନକୋଭା। ବର୍ତ୍ତମାନର ସଂକଟ ସମୟରେ ଲୋକମାନଙ୍କୁ ଲାଗୁଛି ଯେ ଦେଶର ନେତୃତ୍ୱ ଯଦି ୟୁଲିଆଙ୍କ ହାତରେ ଥାଆନ୍ତା ତେବେ ପରିସ୍ଥିତି ଏଭଳି ହୋଇ ନଥାନ୍ତା।
ୟୁଲିଆ ୨୦୦୫ରେ କିଛି ମାସ ପାଇଁ ଏବଂ ପୁନର୍ବାର ୨୦୦୭ ରୁ ୨୦୨୧ ପର୍ଯ୍ୟନ୍ତ ୟୁକ୍ରେନର ପ୍ରଧାନମନ୍ତ୍ରୀ ହୋଇଥିଲେ। ବିପକ୍ଷ ନେତା ଥାଇ ମଧୁଅ ତାଙ୍କର ଆକ୍ରମଣାତ୍ମକ ବୟାନ କେବେ କମି ଯାଇ ନଥିଲା। ଏହି ସମୟ ମଧ୍ୟରେ ସେ ଋଷ୍ ବିରୋଧରେ ଖୋଲାଖୋଲି ଭାବେ ଚାଲେଞ୍ଜ୍ କରୁଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ୟୁଲିଆ ପାଶ୍ଚାତ୍ୟ ଦେଶମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ଏବଂ ୟୁକ୍ରେନ୍କୁ ନାଟୋର ସଦସ୍ୟ କରିବା ପାଇଁ ଓକିଲାତି ମଧ୍ୟ କରିଥିଲେ। ତାଙ୍କ ସମୟରେ ଋଷ୍ ସବୁବେଳେ ଦୁଇ ପାଦ ପଛରେ ଥିଲା। ସେ ଋଷ୍କୁ ମଧ୍ୟ ଅନେକ ଥର ଖୋଲା ଚ୍ୟାଲେଞ୍ଜ୍ ଦେଇଥିଲେ। ବିନା ଯୁଦ୍ଧରେ ନିଜ ଦେଶର ଏକ ଇଞ୍ଚ ଜମି ମଧ୍ୟ ଋଷ୍କୁ ଦେବା ସପକ୍ଷରେ ସେ ନ ଥିଲେ। ଏନେଇ ସେ ଋଷ୍କୁ ମଧ୍ୟ ଧମକ ଦେଉଥିଲେ।
ୟୁଲିଆ ୟୁକ୍ରେନର ଗ୍ୟାସ୍ ରାଣୀ ଭାବରେ ଜଣାଶୁଣା କାରଣ ସେଠାରେ ତାଙ୍କର ଏକ ବିରାଟ ଗ୍ୟାସ୍ ବ୍ୟବସାୟ ମଧ୍ୟ ଥିଲା। ତାଙ୍କୁ ୟୁକ୍ରେନର ଅନ୍ୟତମ ସଫଳ ବ୍ୟବସାୟୀ ମହିଳା ଭାବରେ ଗଣାଯାଉଥିଲ।
ୟୁଲିଆ ଟେମୋସେନକୋଭା୨୦୧୦ ରେ ୟୁଲିଆ ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରେ ସେ ପରାସ୍ତ ହୋଇଥିଲେ। ସେବେଠାରୁ ତାଙ୍କର ଖରାପ ଦିନ ଆରମ୍ଭ ହୋଇଥିଲା। ଯେତେବେଳେ ୟୁଲିଆ ପ୍ରଧାନମନ୍ତ୍ରୀ ଥିଲେ, ଋଷ୍ ସହିତ ହୋଇଥିବା ଏକ ଗ୍ୟାସ୍ ଡିଲରେ ଭ୍ରାଷ୍ଟାଚାର ଆରୋପରେ ରାଷ୍ଟ୍ରପତି ଭିକ୍ଟର ୟୁଶନକୋଭ ତାଙ୍କୁ କାରାଗାରକୁ ପଠାଇଥିଲେ। ସେ ୨୦୧୧ ରୁ ୨୦୧୨୪ ପର୍ଯ୍ୟନ୍ତ ଜେଲ୍ରେ ରହିଥିଲେ।
୨୦୦୫ରେ ଫୋର୍ବସ୍ ମାଗାଜିନ ୟୁଲିଆଙ୍କୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ତୃତୀୟ ସ୍ଥାନରେ ରଖିଥିଲା। କେବଳ ୟୁକ୍ରେନ୍ରେ ନୁହେଁ, ପୂର୍ବତନ ସୋଭିଏତ୍ ୟୁନିଅନ ଦେଶରେ ମଧ୍ୟ ୟୁଲିଆ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645786234.jpg)