Advertisment

ଆପଣ ବି ଚାହିଁଲେ କିଣିପାରିବେ ବିମାନ, ଏହି ବ୍ୟାଙ୍କ ଦେଉଛି ଲୋନ୍‌

ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍‌ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍‌। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍‌ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?

Loan

Loan

Advertisment

ନୂଆଦିଲ୍ଲୀ: ଏଣିକି ଆକାଶରେ ଉଡ଼ିବା ସାଧାରଣ ଲୋକଙ୍କ ପାଇଁ ସହଜ ହେବ। କାରଣ ଏଣିକି ଲୋନ୍‌ରେ ମିଳିବ ଉଡ଼ାଜାହାଜ। ଆଉ ବ୍ୟାଙ୍କ୍ ଦେବ ଲୋନ୍‌। ହୁଏତ ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ ଏବଂ କହିବେ ଆଜିକା ଦିନରେ ବାଇକ୍‌ କିଣିବା କଷ୍ଟ ହେଉଛି ଆଉ ସେହି ସମୟରେ ଉଡ଼ାଜାହାଜ କିଣିବା କଥା ଭାବୁଛି କିଏ?

Advertisment

ଆଜି କା ସମୟରେ ଆପଣମାନେ ପ୍ରାୟ ସମସ୍ତେ ବସ୍‌, ଟ୍ରେନ୍‌ ନଚେତ୍‌ ବେଶିରୁ ବେଶି ବିଳାଶପୂର୍ଣ୍ଣ କାରରେ ଯାତ୍ରା କରୁଛନ୍ତି। ହୁଏତ କାହା ପାଖରେ ବିଳାଶପୂର୍ଣ୍ଣ କାର ରହିଛି। କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି ଆପଣଙ୍କ ପାଖରେ ନିଜସ୍ୱ ପ୍ଲେନ ରହିଥିବ ତେବେ କଣ ହେବ? କାରଣ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ? ଆଜିର ସମୟରେ ଏବେ ବି ଆକାଶରେ ଉଡ଼ାଜାହାଜ ଗଲେ ଆମେ ଚାହାଁନ୍ତି, ଆଉ ବସିବାର ଅଭିଳାଷା ମଧ୍ୟ ରଖନ୍ତି। ହେଲେ ଏହି ଅଭିଳାଷା ମଧ୍ୟ ଆପଣଙ୍କର ପୂରଣ ହୋଇପାରିବ।

ହେଲେ ବିମାନ କିଣିବା ପୂର୍ବରୁ ତାହାର ଦାମ୍‌ ସମ୍ପର୍କରେ ଆମେ ଜାଣିବା ନିହାତି ଦରକାର। ବିଶ୍ୱରେ ବିମାନ ନିର୍ମାଣ କରୁଥିବା ସବୁଠାରୁ ବଡ଼ ଆମେରିକୀୟ କମ୍ପାନୀ ବୋଇଂ। ଏହା ବିଶ୍ୱକୁ ଉଡ଼ାଜାହାଜ ଯୋଗାଣ କରିଥାଏ। ଆଉ ଏହାର ଦାମ୍‌ ୭୦୦ କୋଟିରୁ ଆରମ୍ଭ କରି ୩ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ରହିଥାଏ। ହେଲେ ଯଦି ଆପଣ ବିମାନ କିଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ପ୍ରଥମେ ଆପଣ କୋଟିପତିଙ୍କ କ୍ଲବରେ ସାମିଲ ହେବେ।

Advertisment

ଏଠାରେ ସ୍ପଷ୍ଟ କରୁଛୁ କି ହେଲିକପ୍ଟର କିଣିବା ପାଇଁ ଆପଣଙ୍କୁ ୧୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ଆପଣ ନିଜସ୍ୱ ବିମାନ କିମ୍ବା ହେଲିକପ୍ଟରକୁ ପାର୍କିଂ କରିବା ପାଇଁ ହେଲେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ପଡ଼ିବ। ଏଥିପାଇଁ ଫି ଦେବାକୁ ମଧ୍ୟ ପଡ଼ିବ। ଏହାସହ ATC ର ଅନୁମତି ବି ଦରକାର। ହେଲେ ଏବେ ବିମାନ ପାଇଁ ଆମେରିକାର ବିଭିନ୍ନ ବ୍ୟାଙ୍କ ଓ କମ୍ପାନୀ ଲୋନ୍‌ ଦେଉଛନ୍ତି। ଯଦି ଆପଣ ବ୍ୟାଙ୍କ ଓ କମ୍ପାନୀର ନିୟମକୁ ମାନିବେ ତେବେ ସେ ଆପଣଙ୍କୁ ଟଙ୍କା ଦେବ ଏବଂ ଆପଣ ସହଜରେ ବିମାନ କିଣିପାରିବେ।

Advertisment

କିନ୍ତୁ କମ୍ପାନୀ ସ୍ପଷ୍ଟ କରିଛି ଯେ, ଯେଉଁମାନେ କମ୍ପାନୀର ମାନଦଣ୍ଡକୁ ମାନିବେ ନାହିଁ ସେମାନଙ୍କୁ ଟଙ୍କା ଲୋନରେ ମିଳିବ ନାହିଁ। ପ୍ରଥମେ ଆପଣ ଆବେଦନ କରିବା ପରେ ହିଁ କମ୍ପାନୀ ପକ୍ଷରୁ ଯାଂଚ କରାଯିବ ପରେ ଲୋନ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

Aircraft
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ