Advertisment

ଯେତେ ଚେଷ୍ଟା କଲେ ବି ସୁଧୁରିନାହିଁ ତାଲିବାନ୍‌ର ଅସଲ ଛବି

ବିଶ୍ୱବାସୀଙ୍କ ସମ୍ମୁଖରେ ତାଲିବନୀର ଅତ୍ୟାଚାର ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ୨୦ବର୍ଷ ପୂର୍ବର ତାଲିବାନ୍ ଶାସନ ଡରରେ ଦେଶବାସୀ ଆତଙ୍କିତ ହୋଇ ଦେଶ ଛାଡି ପଳାଇଛନ୍ତି। ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଂପୃକ୍ତ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଫଗାନିସ୍ତାନର ଏପରି ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା।

Taliban

Taliban

Advertisment

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ବିଶ୍ୱର ନଜର ଆଫଗାନିସ୍ତାନ ଉପରେ ହିଁ ରହିଛି। ତାଲିବାନ ଆଫଗାନିସ୍ତାନରେ ନିଜ ସରକାର ଗଠନ କରିବାକୁ ଚେଷ୍ଟା କରୁଛି। ହେଲେ ଅଧିକାଂଶ ରାଷ୍ଟ୍ର ତାଲିବାନକୁ ଗ୍ରହଣ କରିପାରୁ ନାହାନ୍ତି। ଅନ୍ତର୍ଜାତୀୟ କ୍ଷେତ୍ରରେ ତାଲିବାନ ନିଜର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି। ହେଲେ ଅତୀତର କ୍ରୁରତା ତାଲିବାନର ପିଛା ଛାଡ଼ୁନାହିଁ। ବିଶ୍ୱବାସୀଙ୍କ ସମ୍ମୁଖରେ ତାଲିବନୀର ଅତ୍ୟାଚାର ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ୨୦ବର୍ଷ ପୂର୍ବର ତାଲିବାନ୍ ଶାସନ ଡରରେ ଦେଶବାସୀ ଆତଙ୍କିତ ହୋଇ ଦେଶ ଛାଡି ପଳାଇଛନ୍ତି। ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଂପୃକ୍ତ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଫଗାନିସ୍ତାନର ଏପରି ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା।

Advertisment

ଆଫଗାନିସ୍ତାନର ଏହି ପରିସ୍ଥିତି ପାଇଁ କେବଳ ଆମେରିକା ହିଁ ଦାୟୀ ବୋଲି କହିଛନ୍ତି ସିହ୍ନା। ଆମେରିକାର ଏତେ ସୈନ୍ୟବାହିନୀ ଏବଂ ମାରଣାସ୍ତ୍ର ଥିବା ପରେ ବି ତାଲିବାନର ଆକ୍ରମଣକୁ ଆମେରିକା ଜାଣିପାରିଲାନି କିପରି ବୋଲି ପ୍ରଶ୍ନ କରିଛନ୍ତି ସିହ୍ନା। ତାଲିବାନ ଏତେ ଶୀଘ୍ର କାବୁଲ ଅକ୍ତିଆର କରିବା ଆଶ୍ଚର୍ଯ୍ୟଜନକ ବୋଲି ସେ ମଧ୍ୟ ମତ ଦେଇଛନ୍ତି। ଯେତେବେଳେ ଆମେରିକା ତାର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର କରିନେବ ତେବେ ଦେଶର ପରିସ୍ଥିତିକୁ ନେଇ ଚିନ୍ତାରେ ଏବେ ପଡିଛି ଆଫଗାନିସ୍ତାନ୍।

Advertisment

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି କ୍ରୁର କାର୍ଯ୍ୟକଳାପ ଆଫଗାନିସ୍ତାନରେ ଏତେ ଶୀଘ୍ର ଦେଖାଯିବ ବୋଲି କେହି ବିଶ୍ୱାସ କରିନଥିବେ ବୋଲି ସେ କହିଛନ୍ତି। ତେବେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ହୋଇଥିବା ରାଜନୈତିକ ହିଂସାକୁ ନେଇ ପୂର୍ବରୁ ବିଶିଷ୍ଟ କବି ମୁନାୱର ରାଣା କହିଥିଲେ ଯେ ଆଫଗାନିସ୍ତାନ ଅପେକ୍ଷା ଭାରତରେ ଅଧିକ ନିଷ୍ଠୁରତା ବଢିଛି। ସେ ଯାହା ବି ହେଉ ଆଫଗାନ୍‌ର ସ୍ଥିତି ନେଇ ଏବେ ପୂରା ବିଶ୍ୱ ଚିନ୍ତାରେ ରହିଛି।

ସେପଟେ, କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। କେବଳ ବିସ୍ଫୋରଣ ହୋଇଛି ତାହା ନୁହେଁ ବରଂ ଗୁଳିମାଡ଼ ମଧ୍ୟ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଏୟାରପୋର୍ଟରେ ଆତଙ୍କୀ ହମଲା ହେବା ନେଇ ପୂର୍ବାନୁମାନ କରାଯାଇଥିଲା ଆଉ ଆଜି ସେଇଆ ହିଁ ହୋଇଛି। ବିସ୍ପୋରଣ ସମ୍ପର୍କରେ ଆମେରିକା ନାଗରିକମାନଙ୍କୁ ସୂଚନା ମଧ୍ୟ ଦେଇଥିଲା।

Advertisment
Afghanistan Taliban Taliban Attack Afghanista
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ