Advertisment

ବିଶ୍ୱର ବୃହତ୍ତମ କାର୍ ! ହେଲିପ୍ୟାଡ୍ ସହ ରହିଛି ସୁଇମିଂ ପୁଲ ସୁବିଧା

କାର୍ ଦେଖିବାକୁ ରେଳ ଗାଡ଼ି ଭଳି। ଏହାର ଲମ୍ବ ୧୦୦ ଫୁଟ ହୋଇଥିବା ବେଳେ ୭୫ ଜଣ ଆରାମରେ ବସିବା ଯାଇ ପାରିବେ।

Special Story

Special Story

Advertisment

ରାସ୍ତାରେ ବିଭିନ୍ନ ପ୍ରକାରର କାର୍ ଗଡ଼ୁଝି । ଭଳିକି ଭଳି କଂପାନୀ ତଥା ଡିଜାଇନର କାର ଦେଖିବାକୁ ମିଳୁଛି। କେଉଁଥିରେ ଜଣେ ଯାଉଛନ୍ତି ତ ଆଉ କେଉଁଥିରେ ୩ରୁ୪ ଜଣ ବି ଯାଉଛନ୍ତି। ଏମତି ଅନେକ କାର ଅଛି ଯେଉଁଥିରେ ଖୁନ୍ଦାଖୁନ୍ଦି ହୋଇ ୧୦ ଜଣ ବସି ଯାଇ ପାରୁଛନ୍ତି । ନିତିଦିନିଆ ଜୀବନରେ ଆପଣ ଏମିତି ଅନେକ ଦୃଶ୍ୟ ଦେଖୁଥିବେ । କିନ୍ତୁ କାର ଭିତରେ ସୁଇମିଂ ପୁଲ୍ ଏବଂ ଛାତ ଉପରେ ହେଲିପ୍ୟାଡ୍ ଥିବା ଆପଣ ଜାଣିଛନ୍ତି ? ଖାଲି ଏତିକି ନୁହେଁ ୭୫ ଜଣ ଆରାମରେ ବସିବା ପାଇଁ ବ୍ୟବସ୍ଥା ବି ରହିଛି ।

Advertisment

ବିଶ୍ୱରର ସବୁଠାରୁ ବଡ଼ କାର ରେଳ ଗାଡି ଭଳି ଦେଖାଯାଉଯାଏ । ଯେଉଁଥିରେ ଗାଧେଇବା ପାଇଁ ସୁଇମିଂ ପୁଲ ଓ ଦୂରଯାତ୍ରା ପାଇଁ କାର ଉପରେ ରହିଛି ହେଲିପ୍ୟାଡ୍। ଏହା ହେଉଛି ଆମେରିକୀୟ ଡ୍ରିମ୍ କାର୍। ଏହି କାରଟି ଦୁନିଆର ସବୁଠାରୁ ବୃହତ୍ତମ କାର ତାଲିକାରେ ରହିଛି। କାରର ଲମ୍ବ ୧୦୦ଫୁଟ ହୋଇଥିବା ବେଳେ ଏଥିରେ ୨୬ଟି ଚକ ରହିଛି। ଏହା ସହ କାର ଭିତରେ ସୁଇମିଂ ପୁଲ୍ ଏବଂ ଉପରେ ହେଲିପ୍ୟାଡ୍ ମଧ୍ୟ ରହିଛି। ଆମେରିକୀୟ ଡ୍ରିମ୍ ନାମକ ଏହି କାରର ନାମ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ମଧ୍ୟ ସାମିଲ ହୋଇ ସାରିଛି। ଏବେ କିନ୍ତୁ ଏହି କାର ନିଜର ପୁରୁଣା ରେକର୍ଡ ଭାଙ୍ଗି ଦେଇଛି। କାରର ଲମ୍ବ ୬୦ ଫୁଟରୁ ୧୦୦ ଫୁଟକୁ ବଢି ଯାଇଥିବା ବେଳେ ଚଉଡା ୧.୫ ଇଞ୍ଚ ରହିଛି।

ବିଶ୍ୱର ସବୁଠାରୁ ବଡ଼ କାରକୁ ୧୯୮୬ ମସିହାରେ ତିଆରି କରାଯାଇଥିଲା। କାଲିଫର୍ନିଆରେ ରହୁଥିବା କାର୍ କଷ୍ଟମାଇଜର୍ ଜୟ ଓହରବର୍ଗଙ୍କ ଦ୍ୱାରା ଏହା ନିର୍ମିତ ହୋଇଥିଲା। ସେତେବେଳେ ଏହାର ଲମ୍ବ ୬୦ ଫୁଟ ଥିଲା। ପରେ ସେ ଏହାକୁ ୧୦୦ ଫୁଟକୁ ବଢ଼ାଇ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ନିଜ କାରକୁ ସାମିଲ କରିଛନ୍ତି। ଦୁନିଆର ଏହି ଚର୍ଚ୍ଚିତ କାରଟି ଅନେକ ହଲିଉଡ୍ ଫିଲ୍ମରେ ପ୍ରଦର୍ଶିତ ହୋଇଛି।

Advertisment
World's Longest Car
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ