Advertisment

୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଜାହାଜ ଠାବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ବୁଡ଼ି ଯାଇଥିଲା...

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଛି। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଏହି ଜାହାଜ ମିଳିଛି।

World War II Ship That Sank Found After 84 Years

World War II Ship That Sank Found After 84 Years

Advertisment

୮୪ ବର୍ଷ ପରେ ସମୁଦ୍ରରୁ ମିଳିଲା ଜାହାଜ। ଦ୍ୱିତୀୟ ବିଶ୍ୱଯୁଦ୍ଧ(World War II) ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଛି। Independentର ରିପୋର୍ଟ ଅନୁସାରେ, ଦକ୍ଷିଣ ଚୀନ ସାଗରରୁ ସର୍ଭେ ଏକ୍ସପର୍ଟ ଏହି ଜାହାଜକୁ ଠାବ କରିଛନ୍ତି। ଜାହାଜ ବୁଡ଼ିବା ବେଳେ ଏଥିରେ ୮୬୪ ଜଣ ଅଷ୍ଟ୍ରେଲୀୟ ସୈନିକ ଥିଲେ। 

Advertisment

ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ ଶନିବାର ଘୋଷଣା କରିଛନ୍ତି, ୧୯୪୨ ମସିହା ଜୁଲାଇରେ ଫିଲିପାଇନ୍ସ ଉପକୂଳରେ ବୁଡ଼ି ଯାଇଥିବା ଏସ୍‌ଏସ୍‌ ମୋଣ୍ଟେଭିଡିଓ ମାରୁ(SS Montevideo Maru) ଜାହାଜକୁ ଠାବ କରାଯାଇଛି। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଏହି ଜାହାଜ ମିଳିଛି। ‘ସବୁଠାରୁ ଭୟଙ୍କର ସାମୁଦ୍ରିକ ବିପର୍ଯ୍ୟୟ’ ଭାବେ ନାମିତ ଏହି ଜାହାଜ ପପୁଆ ନିୟୁ ଗିନିଆରୁ ଚୀନର ହଇନାନ୍‌ ଅଭିମୁଖେ ଯାତ୍ରା କରୁଥିବା ବେଳେ ବୁଡ଼ି ଯାଇଥିଲା। 

ସରକାରଙ୍କ ସୂଚନା ଅନୁସାରେ, ୧୩,୧୨୩ ଫୁଟ୍‌ ଅଧିକ ଗଭୀରରୁ ଜାହାଜ ଠାବ କରାଯାଇଥିଲା। ଅଷ୍ଟ୍ରେଲିଆର ପ୍ରତିରକ୍ଷା ବିଭାଗ ମଧ୍ୟ ଏହି ସର୍ଚ୍ଚ ଅପରେସନ୍‌ରେ ସାମିଲ ଥିଲା। ଜାହାଜ ବୁଡ଼ି ଯିବା ଯୋଗୁ ହଜାରେରୁ ଅଧିକ ପୁରୁଷଙ୍କ ଜୀବନ ଚାଲି ଯାଇଥିଲା। ସେମାନଙ୍କ ମଧ୍ୟରେ ଯୁଦ୍ଧବନ୍ଦୀ ଓ ବିଭିନ୍ନ ଦେଶର ସାଧାରଣ ନାଗରିକ ଥିଲେ। ୮୬୪ ଜଣ ଅଷ୍ଟ୍ରେଲୀୟ ସୈନିକ ମଧ୍ୟ ଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ