Advertisment

ଏହି ମହିଳାଙ୍କ ଉଚ୍ଚତା ଜାଣିଲେ ହୋସ୍‌ ଉଡ଼ିଯିବ ! ହେଲେ ୪ ମିନିଟ୍‌ ବି ଛିଡ଼ା ହୋଇପାରୁ ନାହାନ୍ତି ସେ..

ଆପଣଙ୍କ ଉଚ୍ଚତା କେତେ ? ୪ ଫୁଟ, ୫ ଫୁଟ୍, ଅତି ବେଶୀରେ ୬ ଫୁଟ୍ । କିନ୍ତୁ ଆମେ ଆଜି ଏମିତି ଜଣେ ମହିଳାଙ୍କ କଥା କହିବୁ ଯାହାର ଛଚ୍ଚାତା ୨୧୫ ଦଶମିକ ୧୬ ସେଣ୍ଟିମିଟର । ଫୁୁଟରେ ହିସାବ କଲେ ୭ ଫୁଟ୍ ୭ ଇଞ୍ଚ ।

Tallest Woman

Tallest Woman

Advertisment
Advertisment

ଆପଣଙ୍କ ଉଚ୍ଚତା କେତେ ? ୪ ଫୁଟ, ୫ ଫୁଟ୍, ଅତି ବେଶୀରେ ୬ ଫୁଟ୍ । କିନ୍ତୁ ଆମେ ଆଜି ଏମିତି ଜଣେ ମହିଳାଙ୍କ କଥା କହିବୁ ଯାହାର ଛଚ୍ଚାତା ୨୧୫ ଦଶମିକ ୧୬ ସେଣ୍ଟିମିଟର । ଫୁୁଟରେ ହିସାବ କଲେ ୭ ଫୁଟ୍ ୭ ଇଞ୍ଚ । ଏହି ମହିଳାଙ୍କ ନାଁ ରୁମେସା ଗେଲ୍‌ଗି, ସେ ତୁର୍କୀ ଦେଶର ମୂଳ ବାସିନ୍ଦା । ବର୍ତ୍ତମାନ ସେ ଗିନିଜ୍ ଓ୍ୱାର୍ଲଡ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି । ବିଶ୍ୱର ସବୁଠାରୁ ଲମ୍ବା ମହିଳା ଭାବେ ତାଙ୍କୁ ପ୍ରମାଣ ପତ୍ର ଦିଆଯାଇଛି ଏବଂ ସମ୍ମାନିତ ବି କରାଯାଇଛି ।୨୦୧୪ ମସିହାରେ ୧୮ ବର୍ଷ ବୟସରେରେ ସେ ବିଶ୍ୱର ସବୁଠୁ ଲମ୍ବା ଟିନ୍ ଏଜର ଲିଭିଙ୍ଗ କାଟାଗୋରୀ ପାଇଁ ବିଶ୍ୱ ରେକର୍ଡରେ ସ୍ଥାନ ପାଇଥିଲେ । ଆଉ ଚଳିତ ବର୍ଷ ସେ ଗିନିଜ୍ ଓ୍ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି ।

ଆପଣ ଭାବୁଥିବେ ଅନ୍ୟମାନଙ୍କ ଉଚ୍ଚତାଠାରୁ ରୁମେସା ଗେଲ୍‌ଗି ଏତେ ଡେଙ୍ଗା କେମିତି ? ଏହା କେମିତି ସମ୍ଭବ ହୋଇପାରିଲା ? ସ୍ୱାଭାବିକ ଶାରୀରିକ ଗଠନ ଯୋଗୁଁ ନା ଉଚ୍ଚତା ବଢ଼ିବା ଲାଗି ? ନା ଆଉ କିଛି କାରଣ ରହିଛି ? ହଁ, ଓ୍ୱିବର ସିଣ୍ଡ୍ରୋମ୍ ଜନିତ ବ୍ୟାଧିରୁ ତାଙ୍କର ଉଚ୍ଚତା ବଢ଼ି ଏମିତି ହୋଇଛି । ସ୍କେଲଟେଲ୍ ମାଚୁରେସନ୍ ବା କଙ୍କାଳ ପରିପକ୍ୱତା ସହିତ ଅନ୍ୟ ଶାରୀରିକ ଅସାମନତା ଯୋଗୁଁ ଶରୀରର ଉଚ୍ଚତା ବଢ଼ି ଚାଲିଛି । ଆଉ ଏହି କାରଣ ପାଇଁ ରୁମେସାଙ୍କୁ ସବୁବେଳେ ହ୍ୱିଲ୍ ଚେୟାର ବ୍ୟବହାର କରିବାକୁ ପଡ଼ୁଛି । ଏହି ଉଚ୍ଚତା ତାଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ୨୪ ଘଣ୍ଟାରେ ୪ ମିନିଟ୍ ବି ଚାଲିବା ତାଙ୍କ ପକ୍ଷେ କଷ୍ଟକର ବ୍ୟାପାର । 

Advertisment

ଗୁରୁତର ଶାରୀରିକ ସମସ୍ୟା ସତ୍ତ୍ୱେ ସେ ଲୋକଙ୍କ ମଧ୍ୟରେ ଦୁରାରୋଗ୍ୟ ସମ୍ପର୍କରେ ସଚେତନ କରାଇଥାନ୍ତି । ସେ ଯେବେ ବି ରାସ୍ତାରେ ଯା, ଆସ କରନ୍ତି ତାଙ୍କ ଉଚ୍ଚତା ଦେଖି ଅନେକ ବିଚଳିତ ହୋଇଯାଆନ୍ତି ଓ ତାଙ୍କୁ କଟାକ୍ଷ କରନ୍ତି । ଅନେକ କନ୍ତୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ବୋଲି କୁହନ୍ତି ରୁମେସା । ଘରେ ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟ ଏବଂ ସ୍ୱିଇମିଂ ପୁଲ୍‌ରେ ସମୟ ବିତାଇବା ହିଁ ତାଙ୍କୁ ସବୁ କ୍ଲାନ୍ତି ଏବଂ ଅବସାଦରୁ ମୁକ୍ତ କରିଥାଏ ବୋଲି କୁହନ୍ତି । ରୁମେସା ଗେଲ୍‌ଗିଙ୍କ ଭଳି ପୁରୁଷ ବର୍ଗରେ ତୁର୍କୀର ସୁଲତାନ୍ କୋସେନ୍ ୮ ଫୁଟ୍ ୨ ଇଞ୍ଚର ଉଚ୍ଚତା ସହ ଗିନିଜ୍ ଓ୍ୱାର୍ଲଡ ରେକର୍ଡର ଅଧିକାରୀ ରହିଛନ୍ତି ।

Tallest Woman Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ