Advertisment

ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ, ଓଜନ ଓ ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଆପଣ ଅନେକ ବନ୍ଧୁକ ଦେଖିଥିବେ। କେତେବେଳେ ପୋଲିସ ହାତରେ ଥାଏ ବନ୍ଧୁକ ତ ଆଉ କେତେବେଳେ ବନ୍ଧୁକ ଧରି ସୀମା ଜଗି ରହିଥାନ୍ତି ଜବାନ। ସାଧାରଣତଃ ରାଇଫଲଠାରୁ ଆରମ୍ଭ କରି ଏକେ-47 ପର୍ଯ୍ୟନ୍ତ ଆମେ ଦେଖୁଛୁ। ହେଲେ ଏମିତି ବନ୍ଧୁକ କେବେ ହେଲେ ଦେଖିନଥିବେ। ଏହାର ଓଜନ ଓ ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଅଦ୍ୟତନ ହୋଇଛି
World's Smallest Gun

World's Smallest Gun

Advertisment

ନୂଆଦିଲ୍ଲୀ: ଆପଣ ଅନେକ ବନ୍ଧୁକ ଦେଖିଥିବେ। କେତେବେଳେ ପୋଲିସ ହାତରେ ଥାଏ ବନ୍ଧୁକ ତ ଆଉ କେତେବେଳେ ବନ୍ଧୁକ ଧରି ସୀମା ଜଗି ରହିଥାନ୍ତି ଜବାନ। ସାଧାରଣତଃ ରାଇଫଲଠାରୁ ଆରମ୍ଭ କରି ଏକେ-47 ପର୍ଯ୍ୟନ୍ତ ଆମେ ଦେଖୁଛୁ। ହେଲେ ଏମିତି ବନ୍ଧୁକ କେବେ ହେଲେ ଦେଖିନଥିବେ। ଏହାର ଓଜନ ଓ ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଜାଣନ୍ତୁ ସେହି ଛୋଟିଆ ବନ୍ଧୁକ ବିଷୟରେ ଅନେକ ଅଜଣା କଥା।

Advertisment

ହାତ ପାପୁଲିରେ ଧରିବା ବେଳେ ବନ୍ଧୁକଟି ବେଶ୍‌ ନିଆରା ଦେଖାଯାଉଛି । ଦେଖିବାକୁ ବେଶ ଛୋଟ ଦେଖା ଯାଉଥିବା ଏହି ବନ୍ଧୁକ ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ। ଓଜନ ମାତ୍ର ୧୯.୮ ଗ୍ରାମ ହୋଇଥିବା ବେଳେ ଦାମ ବି କମ ନୁହେଁ। ଏହି ବନ୍ଧୁକ କିଣିବାକୁ ହେଲେ ଆପଣଙ୍କୁ ଦେବାକୁ ହେବ ୫ ଲକ୍ଷ ଟଙ୍କା। ବିଶ୍ୱର ସବୁଠାରୁ ଛୋଟ ବନ୍ଧୁକ ‘ସ୍ୱିସ୍ ମିନି ଗନ୍’ ବଡ଼ ବନ୍ଧୁକଠାରୁ କୌଣସି ଗୁଣରେ କମ ନୁହେଁ। ଅନ୍ୟ ବନ୍ଧୁକ ଭଳି ଏ ବନ୍ଧୁକ ସବୁ କିଛି କାମ କରି ପାରେ। ଫାୟାର କଲେ ମାତ୍ର କେଇ ସେକେଣ୍ଡରେ ଜୀବନ ବି ଯାଇପାରେ। ସବୁଠାରୁ ଛୋଟ ବନ୍ଧୁକ ହୋଇଥିବାରୁ ଏହା ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି।

Advertisment

ଆଖିକୁ ବେଶ ଛୋଟ ଦେଖାଯାଉଥିବା ‘ସ୍ୱିସ୍ ମିନି ଗନ୍’ର ନାଁ C1ST। ଷ୍ଟେନଲେସ ଷ୍ଟିଲରେ ତିଆରି ଏହି ବନ୍ଧୁକରେ ସ୍ୱିସ୍ ଘଣ୍ଟା ଓ ଗହଣା ନିର୍ମାଣର ଟେକନିକ ବ୍ୟବହାର କରାଯାଇଛି। ଏପରିକି ବନ୍ଧୁକରେ ଏକ ଷ୍ଟାଇଲିସ ଲେଦର ହୋଲ୍ଡର ମଧ୍ୟ ଲାଗିଛି। ବନ୍ଧୁକରେ ୨୪ ଗୁଳି ରହିବାର ସୁବିଧା ରହିଥିବା ବେଳେ ଚାବି ପେନ୍ଥା ସାହାଯ୍ୟରେ ବେଲ୍ଟରେ ଏହାକୁ ଲଗା ଯାଇ ପାରିବ। ଏହାର ଛୋଟ ଆକାର ପାଇଁ ଆମେରିକା ଓ ବ୍ରିଟେନ ଭଳି ଦେଶରେ ଏହାର ଆମଦାନୀ ବ୍ୟାନ କରାଯାଇଛି। କାରଣ ଏହାକୁ କପଡା ଓ ଅନ୍ୟ ସାମଗ୍ରୀ ଭିତରେ ସହଜରେ ଲୁଚାଇ ନେଇହୁଏ।

ଦେଖିବାକୁ ବେଶ ଛୋଟ ଦେଖା ଯାଉଥିବା ‘ସ୍ୱିସ୍ ମିନି ଗନ୍’ର ଲମ୍ବ ୫.୫ ସେମି। ଚୌଡା ୧ ସେମି ଓ ଓଜନ ମାତ୍ର ୧୯.୮ ଗ୍ରାମ। ଏଥିରେ କାହାର ଜୀବନ ନେବା ବହୁତ କଷ୍ଟକର। କାରଣ ଏହାର କ୍ଷମତା ୧ ଜୁଲରୁ ବି କମ୍। ଯଦି କାହାରିକୁ ମାରିବାକୁ ହୁଏ, ତେବେ ମସ୍ତିସ୍କର ସବୁଠାରୁ ଦୁର୍ବଳ ଅଂଶକୁ ଅତି ନିକଟରୁ ଫାୟାରିଂ କରିବାକୁ ହୋଇଥାଏ ବୋଲି କହିଛନ୍ତି ଏହାର ନିର୍ମାତା।

Advertisment

ଏସବୁ ବିଶେଷ ଗୁଣ ଥିବାରୁ C1ST ବନ୍ଧୁକର ଦାମ ୫ ଲକ୍ଷରୁ ଅଧିକ ଟଙ୍କା ରହିଛି। ଏହି ବନ୍ଧୁକର ଗୋଲ୍ଡ ଏଡିସନ ମଧ୍ୟ ମିଳୁଛି। ଗ୍ରାହକଙ୍କ ଚାହିଦା ଅନୁସାରେ ଏପରି ଡିଜାଇନ ତିଆରି କରାଯାଇଥାଏ ବୋଲି କୁହାଯାଉଛି।

World Smallest Gun
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ