Advertisment

ଅଜବ ପରମ୍ପରା...ଲୋକଙ୍କୁ ଗାଧୋଇବା ମନା...ଜୀବନରେ ଥରେ ମାତ୍ର ମିଳେ ଅନୁମତି

ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି।

ଅଦ୍ୟତନ ହୋଇଛି
Himba

Himba

Advertisment

ଦୁନିଆରେ ବିଭିନ୍ନ ଜନଜାତିର ଲୋକ ବାସ କରନ୍ତି। ଏମାନଙ୍କର ଖାଦ୍ୟ, ପୋଷାକ, ଜୀବନଶୈଳୀ, ରୀତିନୀତି ଏବଂ ପରମ୍ପରା ଭିନ୍ନ ଭିନ୍ନ। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଜନଜାତି ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସେମାନଙ୍କ ଜୀବନରେ କେବଳ ଥରେ ମାତ୍ର ଗାଧୋଇ ଥାଆନ୍ତି। ଆପଣ ଭାବୁଥିବେ ଯେ ସେମାନେ କିପରି ନିଜକୁ ସଫା ରଖନ୍ତି ଏବଂ ରୋଗରୁ ନିଜକୁ କିପରି ରକ୍ଷା କରନ୍ତି?

Advertisment

ଦୁନିଆର ଅଧିକାଂଶ ଜନଜାତି ଏବଂ ଆଦିବାସୀ ସମ୍ପ୍ରଦାୟର ନିଜନିଜର ରୀତିନୀତି ଏବଂ ପରମ୍ପରା ରହିଛି। କେବଳ ଏତିକି ନୁହେଁ, ଏହି ଲୋକମାନେ ହଜାର ହଜାର ବର୍ଷର ପୁରୁଣା ପରମ୍ପରାକୁ ଅନୁସରଣ କରୁଛନ୍ତି। ତେବେ ଆଫ୍ରିକୀୟ ମହାଦେଶର ନାମ୍ୱିଆରେ ହିମ୍ବା ନାମକ ଏକ ଜନଜାତିର ଲୋକ ଅଛନ୍ତି। ଯେଉଁମାନେ ଜୀବନରେ କେବଳ ଥରେ ହିଁ ଗାଧୋଇଥାଆନ୍ତି।

ଗାଧୋଇବା ଉପରେ ରହିଛି କଟକଣା

କେବଳ ଏତିକି ନୁହେଁ ସେମାନଙ୍କର ଗାଧୋଇବା ଉପରେ କଡା ନିଷେଧାଦେଶ ରହିଛି। ଏହି ଜାତିର ମହିଳାମାନେ କେବଳ ନିଜ ବିବାହ ଦିନ ହିଁ ସ୍ନାନ କରନ୍ତି। ସେମାନଙ୍କର ପୋଷାକ ଧୋଇବା ପାଇଁ ପାଣି ମଧ୍ୟ ବ୍ୟବହାର କରିବା ଉପରେ କଟକଣା ରହିଛି। ଆଫ୍ରିକାରେ ଏହି ଜନଜାତିର ସମୁଦାୟ ଜନସଂଖ୍ୟା ପ୍ରାୟ ୫୦ହଜାର। ସବୁଠୁ ବଡ ପ୍ରଶ୍ନ ହେଉଛି ଯେତେବେଳେ ସେମାନେ ସ୍ନାନ କରନ୍ତି ନାହିଁ, ତେବେ ସେମାନେ କିପରି ନିଜକୁ ସଫା ରଖନ୍ତି।

Advertisment

ନିଜ ଶରୀରରୁ କିପରି ସଫା ରଖନ୍ତି?

ଏମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଧୂଆଁର ସାହାଯ୍ୟ ନିଅନ୍ତି। ମହିଳାମାନେ ସଫା ରହିବା ପାଇଁ ସ୍ୱତନ୍ତ୍ର ପଦ୍ଧତି ଆପଣାଇଥାଆନ୍ତି। ସେମାନେ ପାଣିରେ ଏକ ସ୍ୱତନ୍ତ୍ର ପ୍ରକାରର ଜଡିବୁଟିକୁ ପାଣିରେ ଫୁଟାନ୍ତି ଏବଂ ଏଥିରୁ ବାହାରୁଥିବା ବାଷ୍ପକୁ ନିଜକୁ ସଫା ରଖିବା ପାଇଁ ବ୍ୟବହାର କରନ୍ତି। ଏହି କାରଣରୁ ସେମାନଙ୍କର ଶରୀର ଦୁର୍ଗନ୍ଧ ହୁଏ ନାହିଁ। ନିଜ ଚର୍ମକୁ ସୂର୍ଯ୍ୟଙ୍କଠାରୁ ରକ୍ଷା କରିବା ପାଇଁ ନିଜେ ପ୍ରସ୍ତୁତ ଏକ ସ୍ୱତନ୍ତ୍ର ଲୋସନ ମଧ୍ୟ ଲଗାନ୍ତି। ଏହି ଲୋସନ ପଶୁ ଚର୍ବି ଏବଂ ସ୍ୱତନ୍ତ୍ର ମିନେରାଲ୍ ହେମାଟାଇଟରୁ ତିଆରି ହୋଇଥାଏ।

ପିଲାଜନ୍ମ ନେଇ ରହିଛି ଅଜବ ପରମ୍ପରା

ହିମ୍ବା ଜନଜାତିରେ ପିଲା ଜନ୍ମକୁ ନେଇ ଏକ ଭିନ୍ନ ପରମ୍ପରା ପାଳନ କରାଯାଏ। ଶିଶୁ ଜନ୍ମହେବା ପରେ ତାର ଜନ୍ମ ତାରିଖ ମନେ ରଖାଯାଏ ନାହିଁ। ମହିଳା ସନ୍ତାନ ଜନ୍ମ କରିବା ବିଷୟରେ ଚିନ୍ତା କରିବା ଆରମ୍ଭ କରିବା ଦିନଠାରୁ, ଶିଶୁର ଜନ୍ମ ଗ୍ରହଣୀୟ ବୋଲି ଧରାଯାଏ । କେବଳ ଏତିକି ନୁହେଁ, ସେମାନେ ନିଜ ପିଲାଙ୍କ ପାଇଁ ଏକ ଗୀତ ରଚନା କରିଥାନ୍ତି, ଯାହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ପିଲାଙ୍କୁ ଶୁଣାଯାଇଥାଏ।

Advertisment
Bathing Tribal Women
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ