Advertisment

କଞ୍ଜୁସ୍ କୋଟିପତି : ଅର୍ଥ ସଞ୍ଚୟ କରିବାକୁ ଖାଉଛନ୍ତି ବିଲେଇ ଖାଦ୍ୟ...

କୃପଣ ବ୍ୟକ୍ତି, ଯିଏ ଟଙ୍କା ସଞ୍ଚୟ  କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି।

ଅଦ୍ୟତନ ହୋଇଛି
World's Most Kanjoos Crorepati

World's most 'kanjoos' crorepati

Advertisment

ଆପଣ କୃପଣ ଦେଖିଥିବେ, କିନ୍ତୁ ଏମିତି କୃପଣ କେବେ ଦେଖିନଥିବେ, ଯିଏ ଟଙ୍କା ସଞ୍ଚୟ  କରିବାକୁ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଇଏ ପୁଣି ଦିନେ ଦୁଇଦିନ ପାଇଁ ନୁହେଁ, ଅଧିକାଂଶ ଦିନ ସେ ଏପରି ଖାଦ୍ୟ ଖାଉଛନ୍ତି। ଏମିତି ଆହୁରି ଅନେକ ଅଜବ କାରନାମା ସେ କରୁଛନ୍ତି, ଶୁଣିଲେ ଆପଣ ତାଜୁବ ହେବେ।

Advertisment

ଆମେ ଯେଉଁ ମହିଳାଙ୍କ କଥା କହୁଛୁ ସେ ହେଉଛନ୍ତି ଏମି ଏଲିଜାବେଥ। ବୟସ ୫୧। ରହୁଛନ୍ତି ଆମେରିକାର ଲାସ୍ ଭେଗାସ୍‌ରେ। ତାଙ୍କ ସଂପତ୍ତିର ମୂଲ୍ୟ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ। ଏବେ ସୁଦ୍ଧା ତାଙ୍କ ସଂପତ୍ତିର ମୂଲ୍ୟ ହେଉଛି ୪୩ କୋଟି। ଏଥିରେ ଆହୁରି କୋଟି ଯୋଡ଼ିବାକୁ ସେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି।

ପ୍ରକୃତରେ ଦେଖିବାକୁ ଗଲେ ସେ କିଛି ଖର୍ଚ୍ଚ କରୁ ନାହାନ୍ତି। ବର୍ଷ ବର୍ଷ ଧରି ସେ ତାଙ୍କ ଘର ପାଇଁ କୌଣସି ଆସବାବ ପତ୍ର କିଣି ନାହାନ୍ତି। ଏମିତିକି ସେଇ ଗୋଟିଏ ପୋଷାକକୁ ସେ ବର୍ଷ ବର୍ଷ ଧରି ପିନ୍ଧୁଛନ୍ତି। ସବୁଠୁ ମଜାଦାର କଥା ହେଉଛି, ସେ ମଣିଷ ଖାଦ୍ୟ ବଦଳରେ ବିଲେଇ ଖାଦ୍ୟ ଖାଉଛନ୍ତି। ଏମିଙ୍କ କହିବା କଥା ମଣିଷ ଖାଦ୍ୟ ତୁଳନାରେ ବିଲେଇ ଖାଦ୍ୟ ଖୁବ୍ କମ୍ ମୂଲ୍ୟରେ ମିଳିଯାଉଛି। ସେଥିପାଇଁ ସେ ବିଲେଇ ଖାଦ୍ୟ ଖାଇ ଅର୍ଥ ସଞ୍ଚୟ କରୁଛନ୍ତି। 

Advertisment

ଅଧିକ ପଢ଼ନ୍ତୁ: ସନ୍ନ୍ୟାସ ନେଲେ କୋଟିପତି ଘରର ୯ ବର୍ଷୀୟା ଝିଅ

ଏମିତିକି ସେ ତାଙ୍କର ୱାଟର ହିଟର ଲଗେଇବାକୁ ପସନ୍ଦ କରନ୍ତି ନାହିଁ। ଯଦି ବି ଲଗାନ୍ତି, ନିର୍ଦ୍ଦିଷ୍ଟ ସମୟରୁ ଗୋଟେ ମିନିଟ୍‌ ବି ଅଧିକ ଲଗାନ୍ତିନି। ବିଜୁଳୀ ବିଲ୍ ବଞ୍ଚେଇବାକୁ ବେଳେ ବେଳେ ଥଣ୍ଡା ପାଣିରେ ବି ଗାଧାନ୍ତି। ସେ ଏବେ ଯେଉଁ ଘରେ ରହୁଛନ୍ତି, ସେଇଟା ତାଙ୍କ ପୂର୍ବ ସ୍ୱାମୀଙ୍କର। ଘର ସଫେଇ ପାଇଁ ମଧ୍ୟ ସେ ଟଙ୍କାଟିଏ ଖର୍ଚ୍ଚ କରନ୍ତିନି। ତାଙ୍କ ପୂର୍ବ ସ୍ୱାମୀ ଘର ସଫେଇ ଟଙ୍କା ଦେଇ ଦିଅନ୍ତି। ତାଙ୍କର ଗୋଟିଏ ଲକ୍ଷ୍ୟ ଯେନତେନ ପ୍ରକାରେ ଅର୍ଥ ସଞ୍ଚୟ କରିବା। 

ଆଉ ଏକ ମଜାଦାର କଥା ହେଉଛି, ସେ ସବୁ ବେଳେ ଲୁଜ୍ ଖାଦ୍ୟ ହିଁ କିଣିଥାନ୍ତି। କାରଣ ପ୍ୟାକେଟ୍ ଖାଦ୍ୟ କିଣିଲେ ଅଧିକ ଅର୍ଥ ଖର୍ଚ୍ଚ ହୋଇଯିବ। ଏମି ଏବେ ରିଅଲ ଇଷ୍ଟେଟ୍ ବିଜିନେସ୍ କରୁଛନ୍ତି। ସେ ବେଳେ ବେଳେ ରିଅଲିଟି ଶୋ’ରେ ମଧ୍ୟ ଭାଗ ନିଅନ୍ତି ଏବଂ ସେଠି ନିଜ ଜୀବନର ଏହି ଅକୁହା କଥା ଗୁଡ଼ିକୁ କହିଥାନ୍ତି। ଏପରି କାରନାମା ଜାଣିବା ପରେ ଲୋକେ ତାଙ୍କ କୃପଣ କୋଟିପତି ବୋଲି ଡାକିବା ଆରମ୍ଭ କଲେଣି।  

Advertisment
Millionaire Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ