Advertisment

Guinness World Record: ୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ତିଆରି ହେଲା ସବୁଠୁ ବଡ ଟି-ସାର୍ଟ

୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଏକ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି। ଏହା ଦୁନିଆର ସବୁଠୁ ବଡ ଟି-ସାର୍ଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
World's largest T-shirt made entirely of recycled plastic bottle

World's largest T-shirt made entirely of recycled plastic bottle

Advertisment

ଯେଉଁ ଜିନିଷ ତିଆରି କରିବା ବା ଚିନ୍ତା କରିବା ବି କଷ୍ଟକର ମନେହୁଏ, କିମ୍ବା ଯାହାକୁ ଆମ କଳ୍ପନା ବାହାରେ ବୋଲି କହିଥାଉ ତାହା ଏକ ରେକର୍ଡ ସୃଷ୍ଟି କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ଟି-ସାର୍ଟ ବିଷୟରେ କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହାକୁ ଯେମିତି ପ୍ରସ୍ତୁତ କରାଯାଇଛି ତାହା ଆପାଣଙ୍କ କଳ୍ପନା ବାହାରେ। ବୋଧହୁଏ ଏହି କାରଣ ଯୋଗୁଁ ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜିକୃତ ହୋଇଛି।

Advertisment

ରୋମାନିଆରେ ୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲର ପୁନଃ ବ୍ୟବହାର କରି ଏକ ଟି-ସାର୍ଟ ପ୍ରସ୍ତୁତ କରାଯାଇଛି, ଯାହା ଦୁନିଆର ସବୁଠୁ ବଡ ଟି-ସାର୍ଟ ଭାବେ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି। ପୁନଃ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ, ଏହି ମାଷ୍ଟରପିସ୍ Asociatia 11 even, Kaufland Romania ଏବଂ Federatio Romana ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଅଧିକ ପଢ଼ନ୍ତୁ: ୬ ଘଣ୍ଟା ଧରି ଗୋଟିଏ ଆଙ୍ଗୁଠିରେ ଛତା ବାଲାନ୍ସ କରି Guinness World Record କଲେ ଯୁବକ

Advertisment

ଗିନିଜ ୱାର୍ଲ୍ଡ ରେକର୍ଡର ବିବୃତ୍ତି ଅନୁଯାୟୀ, ରୋମାନିଆର ବୁଖାରେଷ୍ଟରେ ଯେତେବେଳେ ମାର୍ଚ୍ଚ ୨୭ରେ ଏହି ଟି-ସାର୍ଟକୁ ଖୋଲି ଦିଆଗଲା, ଏହାର ଲମ୍ବ ୧୦୮.୯୬ ମିଟର ଏବଂ ମୋଟେଇ ୭୩.୪୮ ମିଟର ଥିଲା। ୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲକୁ ପୁନଃ ବ୍ୟବହାର କରି ଏହୁ ଟି-ସାର୍ଟର କପଡା ପ୍ରସ୍ତୁତ କରାଯାଇଛି।

ଏହି ସବୁ ପ୍ଲାଷ୍ଟିକ୍ ବୋତଲ ସଂଗ୍ରହ କରିବାକୁ ତିନି ସପ୍ତାହ ସମୟ ଲାଗିଥିବାବେଳେ ଟି-ସାର୍ଟ ସିଲେଇ କରିବାକୁ ଏକ ମାସ ସମୟ ଲାଗିଥିଲା। ଟି-ସାର୍ଟର ଡିଜାଇନ୍ ରୋମାନିଆର ପତାକାରୁ ଆସିଥିବା ବେଳେ ଏଥିରେ ବ୍ୟବହୃତ ଟ୍ରାଇ କଲର୍ ବେଲ୍ଟ ରୋମାନିଆର ରଗ୍‌ବୀ ଟିମ୍‌ର ଅଫିସିଆଲ୍ ଜର୍ସିରୁ ନିଆଯାଇଛି।

Advertisment

ଏହି ବିଶାଳ ଟି-ସାର୍ଟ ରୋମାନିଆର ଆର୍କୁଲ୍ ଡି ଟ୍ରାଇମ୍ଫ୍ ନ୍ୟାସ୍‌ନାଲ ରଗ୍‌ବୀ ଷ୍ଟାଡିୟମରେ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯାଇଛି। ଟି-ସାର୍ଟକୁ ସଂପୂର୍ଣ୍ଣ ଭାବେ ବିସ୍ତାର କରିବା ପାଇଁ ୧୨୦ ଜଣ ସ୍ୱେଚ୍ଛାସେବୀଙ୍କର ଆବଶ୍ୟକତା ଥିଲା। ରୋମାନିଆର ରଗ୍‌ବୀ ଟିମ୍ ମଧ୍ୟ ଏଥିରେ ସାହାଯ୍ୟ କରିଛନ୍ତି।

ଏହି ବିଶାଳ ଟି-ସାର୍ଟରୁ ସାଧାରଣତଃ ବ୍ୟବହୃତ ହେଉଥିବା ଦଶ ହଜାର ଟି-ସାର୍ଟ ପ୍ରସ୍ତୁତ କରାଯାଇଛି। ସେସବୁକୁ ଗରିବ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।

Guinness World Record
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ