Advertisment

World Bank Report: ଦିନକୁ ଦିନ କାଙ୍ଗାଳ ହେଉଛି ପାକିସ୍ତାନ, ପୋଲ୍ ଖୋଲିଲା ବିଶ୍ୱ ବ୍ୟାଙ୍କ

ପାକିସ୍ତାନରେ ଲଗାତର ଦାରିଦ୍ର୍ୟ ବଢ଼ିବାରେ ଲାଗିଛି । ଆତଙ୍କବାଦୀଙ୍କୁ ପୋଷୁଥିବା ପାକ୍‌ ପାଖରେ ନିଜ ଦେଶର ଲୋକେ ପେଟକୁ ମୁଠାଏ ଦାନା ଦେବାକୁ ସକ୍ଷମ ନାହିଁ । ଲୋକଙ୍କ ହିତ ପାଇଁ ତାଙ୍କ ସରକାର କେତେ ଯତ୍ନବାନ ତାହାର ପର୍ଦ୍ଦାଫାସ କରିଛି ବିଶ୍ୱବ୍ୟାଙ୍କ ରିପୋର୍ଟ ।

ଅଦ୍ୟତନ ହୋଇଛି
Pakistan Economic Crisis

Pakistan Economic Crisis

Advertisment

ନିଜ ଦେଶର ଲୋକଙ୍କ ପେଟକୁ ଦାନା ଦେବାକୁ ଅସମର୍ଥ କିନ୍ତୁ ଭାରତ ସହ ଯୁଦ୍ଧ ଲଢ଼ିବାକୁ ହମହମ । ଇଏ ପାକିସ୍ତାନର ଅସଲ ଚେହେରା । ଭାରତ ବିରୁଦ୍ଧରେ ଯୁଦ୍ଧ ଲଢ଼ିବାର ଫୁଟାଣି ମାରୁଥିବା ପାକିସ୍ତାନର ବାସ୍ତବତା କାହାକୁ ଅଛପା ନାହିଁ । ବିଶ୍ୱରୁ ଭିକ ମାଗୁଥିବା ପାକିସ୍ତାନର ପୁଣିଥରେ ଅନ୍ତର୍ଜାତୀୟ ଫୋରମରେ ଭିକାରି ଅବସ୍ଥାର ପର୍ଦ୍ଦାଫାସ ହୋଇଛି । ଲୋକଙ୍କ ହିତ ପାଇଁ ତାଙ୍କ ସରକାର କେତେ ଯତ୍ନବାନ ବିଶ୍ୱବ୍ୟାଙ୍କର ରିପୋର୍ଟରୁ ତାହା ଜଳଜଳ ଦେଖାଦେଇଛି । 

Advertisment

ପାକିସ୍ତାନରେ ଲଗାତର ଦାରିଦ୍ର୍ୟ ବଢ଼ିବାରେ ଲାଗିଛି । ଆତଙ୍କବାଦୀଙ୍କୁ ପୋଷୁଥିବା ପାକ୍‌ ପାଖରେ ନିଜ ଦେଶର ଲୋକେ ପେଟକୁ ମୁଠାଏ ଦାନା ଦେବାକୁ ସକ୍ଷମ ନାହିଁ । ଖାଦ୍ୟ ପାଇଁ କରୁଛନ୍ତି ନିଇତି ସଂଘର୍ଷ । ଗତ କିଛି ବର୍ଷ ହେବ ଡାଲି, ଚାଉଳ, ଅଟା, ଗ୍ୟାସ୍‌ଠୁ ଆରମ୍ଭ କରି ପାଣି ପାଇଁ ଲୋକ ଜୀବନ ବାଜିରେ ଲଗାଉଥିବା ଦେଖିବାକୁ ମିଳୁଛି । ତଥାପି ପାକିସ୍ତାନ ନିଜ ଲୋକଙ୍କ କଥା ନ ଭାବି ଭାରତକୁ ଧମକ ଦେଉଛି ।  

ଅଧିକ ପଢ଼ନ୍ତୁ: ଦେଶ ଭକ୍ତି ପାଇଁ ବାଧା ଦିଏନି ବୟସ; ପ୍ରମାଣିତ କଲେ କୁନି ଯୋଦ୍ଧା

ବିଶ୍ୱ ବ୍ୟାଙ୍କର ଏହି ରିପୋର୍ଟରେ କୁହାଯାଇଛି ଯେ, ପାକିସ୍ତାନରେ ଜିଏସଟି ଦେୟ ଟିକସ ପୂର୍ବରୁ ଖର୍ଚ୍ଚର 7% ରୁ ଅଧିକ । ଏହି କାରଣରୁ ପାକିସ୍ତାନ ଗରିବରୁ ଆହୁରି ଗରିବ ହେବାରେ ଲାଗିଛି । ଅର୍ଥାତ୍, ପାକିସ୍ତାନରେ ଜିଏସଟି ଦେଶରେ ଦାରିଦ୍ର୍ୟ ବୃଦ୍ଧିର ସବୁଠାରୁ ବଡ଼ କାରଣ । 

Advertisment

ବିଶ୍ୱ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ, ପାକିସ୍ତାନର 39.4 ପ୍ରତିଶତ ଜନସଂଖ୍ୟା ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ପାକିସ୍ତାନ ବିଶ୍ୱର ଅନେକ ଋଣଦାତା ସଂସ୍ଥାଠାରୁ ଋଣ ନେଇଛି । ଏଥିରେ ବିଶ୍ୱ ବ୍ୟାଙ୍କ, ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ, ଆଇଏମଏଫ ଏବଂ ଚୀନ୍ ଓ ସାଉଦି ଆରବ ଭଳି ଦେଶ ସାମିଲ । ଚୀନ୍ ପାକିସ୍ତାନକୁ ସର୍ବାଧିକ ୨୮.୭ ବିଲିୟନ ଡଲାର (୨.୪୨ ଲକ୍ଷ କୋଟି ଟଙ୍କା) ଋଣ ଦେଇଛି । ଆଇଏମଏଫ ସମ୍ପ୍ରତ୍ତି ପାକିସ୍ତାନକୁ ୮୪୦୦ କୋଟି ଟଙ୍କା ଋଣ ଦେଇଛି। ଦେଶ ଏହି ରିଲିଫ୍ ପ୍ୟାକେଜ ଆଧାରରେ ଚାଲିଛି ।

ପହଲଗାମ ଆକ୍ରମଣ ପରେ ବିଶ୍ୱ ଆଗରେ ଭିକ ମାଗିଥିଲା କାଙ୍ଗାଳ ପାକିସ୍ତାନ। IMF ଆଗରେ ଲୋନ୍‌ ପାଇଁ କରିଥିଲା ଗୁହାରି । IMF ମଧ୍ୟ 1 ବିଲିୟନ ଡଲାରର ଅତିରିକ୍ତ ଆର୍ଥିକ ସହାୟତା ସହିତ ପାକିସ୍ତାନ ପାଇଁ ଏକ ବେଲଆଉଟ୍ ମଞ୍ଜୁର କରିଥିଲା । ତା’ପରେ ୧୧ଟି ନୂଆ ସର୍ତ୍ତ ରଖି ପାକ୍‌କୁ ଦେଇଥିଲା ଝଟ୍‌କା । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ଯେଉଁ ଦେଶ ନିଜ ଲୋକଙ୍କ ପେଟ ପୋଷିବା କଷ୍ଟକର, ଯେଉଁଠାରେ ଟିକସ ଗରିବଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି, ଏବଂ ଶିକ୍ଷା ମଧ୍ୟ ବୋଝ ପାଲଟିଛି, ସେହି ଦେଶ ଭାରତ ଭଳି ଶକ୍ତିଶାଳୀ ଦେଶ ସହ ଲଢ଼ିବାକୁ କିଭଳି ଚିନ୍ତା କରୁଛି ?

Advertisment

ଅଧିକ ପଢ଼ନ୍ତୁ: କେଶ ପ୍ରତିରୋପଣ ସର୍ଜରୀ କଲେ ଦାନ୍ତ ଡାକ୍ତର; ଚାଲିଗଲା ଦୁଇ ଇଞ୍ଜିନିୟରଙ୍କ ଜୀବନ

Pakistan World Bank Economic Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ