Advertisment

ସୁନ୍ଦରୀ ହେବା ପାଇଁ ଖର୍ଚ୍ଚ କଲେ ୪୦ ଲକ୍ଷ ଟଙ୍କା; ଏତେ ସୁନ୍ଦର ହେଲେ ଯେ, ଏବେ କେହି ମିଳୁ ନାହାନ୍ତି...

ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି।

Woman Spent 40 Lakh On Plastic Surgery

Woman Spent 40 Lakh On Plastic Surgery

Advertisment

ନିଜକୁ ସୁନ୍ଦର ଓ ପର୍‌ଫେକ୍ଟ ଦିଶିବା ପାଇଁ ସମସ୍ତେ ଚାହାନ୍ତି। ଏପରିକି ଅଧିକ ସୁନ୍ଦର ଦିଶିବା ପାଇଁ କେହି କେହି କସ୍ମେଟିକ୍‌ ଓ ପ୍ଲାଷ୍ଟିକ ସର୍ଜରୀର ମଧ୍ୟ କରିଥାନ୍ତି। ଆମେ ଆପଣଙ୍କୁ ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବୁ ଯିଏ ଅଧିକ ସୁନ୍ଦର ଦିଶିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଏବେ ଯାଏ ତାଙ୍କ ମନ ପସନ୍ଦର ରାଜକୁମାର ମିଳିପାରି ନାହିଁ। ଏବେବି ସେ ନିଜର ଭଲ ପାଇବାକୁ ଖୋଜୁଛନ୍ତି। 

Advertisment

ଆମେରିକାର ଏହି ଯୁବତୀ ସୁନ୍ଦର ଦିଶିବା ପାଇଁ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ଏବେ ତାଙ୍କର ଏମିତି ଅବସ୍ଥା, ବୟଫ୍ରେଣ୍ଡ୍‌ କିମ୍ବା ରିଲେଶନଶିପ୍‌ ତ ଦୂରର କଥା ଲୋକମାନେ ତାଙ୍କୁ ମଣିଷ ଭାବେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ଆମେରିକାର Wisconsinରେ ରହୁଥିବା Mz. Dani ନାମକ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ନିଜର ଡ୍ରିମ୍‌ ଲୁକ୍‌ ପାଇଁ କଠିନ ପରିଶ୍ରମ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ଓ କଠିନ ପରିଶ୍ରମ କରି ଯେତେବେଳେ ସେ ଏକ ସୁନ୍ଦର ଚେହେରା ପାଇଥିଲେ ମଧ୍ୟ ତାଙ୍କୁ ମନ ପସନ୍ଦର ରାଜକୁମାର ମିଳୁ ନାହାନ୍ତି। 

‘ଖେଳନା’ ଭାବୁଛନ୍ତି ଲୋକେ...

ମିରର୍‌ ରିପୋର୍ଟ ଅନୁସାରେ, ୩୫ ବର୍ଷୀୟା ମିଜ୍‌ ଡାନି ନିଜକୁ ବାର୍ବି ଡଲ୍‌ ଭଳି ଦେଖାଯିବା ପାଇଁ £42,000 ଅର୍ଥାତ୍‌ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଶେଷରେ ପରିସ୍ଥିତି ଏମିତି ହେଲା ଯେ, ତାଙ୍କର ଏହି ଚେହେରା ଲୋକଙ୍କୁ ପସନ୍ଦ ଆସିଥିଲେ ମଧ୍ୟ ତାଙ୍କୁ ଡଲ୍‌ ବୋଲି ସମସ୍ତେ ଭାବୁଛନ୍ତି। ତାଙ୍କର ଲୁକ୍‌ ଓ ସୌନ୍ଦର୍ଯ୍ୟକୁ ଲୋକମାନେ ପ୍ରଶଂସା କରୁଛନ୍ତି ସତ ହେଲେ କେହି ତାଙ୍କୁ ଜୀବନ୍ତ ଭାବି ତାଙ୍କ ସହ ଡେଟ୍‌ କରିବାକୁ ଚାହୁଁ ନାହାନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ସୋସିଆଲ୍‌ ମିଡିଆରେ 653,000 ଫଲୋର୍ସ ଥିବା ଡାନିଙ୍କୁ ଏବେ ଯାଏ ନିଜ ମନ ପସନ୍ଦର ବୟଫ୍ରେଣ୍ଡ୍‌ ମିଳିପାରି ନାହିଁ। 

Advertisment

ଡାନିକୁ ମିଳୁ ନାହାନ୍ତି ମନ ପସନ୍ଦର ରାଜକୁମାର...

ଡାନିଙ୍କ କହିବା ଅନୁସାରେ, ଲୋକମାନେ ତାଙ୍କୁ ପସନ୍ଦ କରିବା ସହ ତାଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି। ତଥାପି ତାଙ୍କ ବ୍ୟକ୍ତିତ୍ୱକୁ ଭଲ ପାଇବା ସହ ତାଙ୍କ ସହ ଡେଟ୍‌ କରିବା ଭଳି କେହିବି ମିଳି ନାହାନ୍ତି। ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବେଶ୍‌ ଅଧିକ ଥିବାବେଳେ ରିୟଲ୍‌ ଲାଇଫ୍‌ରେ ପ୍ରକୃତ ଭଲ ପାଉଥିବା ମଣିଷ ତାଙ୍କ ଲାଇଫ୍‌ରେ ନାହାନ୍ତି। ଅଧିକାଂଶ ଲୋକେ ତାଙ୍କୁ ବାର୍ବି ଡଲ୍‌ ସହ ତୁଳନା କରିଥାନ୍ତି। 

Plastic Surgery Cosmetic Surgery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ