Advertisment

ଏଲିଏନ୍‌ ପ୍ରେମରେ ଯୁବତୀ, ବୟଫ୍ରେଣ୍ଡ୍‌କୁ ନେଇ ରହିଛି ଏହି ଭୟ...

ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍‌କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍‌ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।

Woman In Love Aith Alien

Woman In Love Aith Alien

Advertisment

ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଇମାନୁଏଲା ରୋଜ୍ ନିଜର ଏଲିଏନ୍ ପୁରୁଷ ବନ୍ଧୁଙ୍କ ସମ୍ପର୍କରେ ନିଜର ସାକ୍ଷାତକାରରେ କହିଛନ୍ତି। ସେ ଦାବି କରିଛନ୍ତି ଯେ, ପୂର୍ବ ଲଣ୍ଡନରୁ ଏକ ୟୁଏଫଓ ତାଙ୍କୁ ଅପହରଣ କରି ନେଇଥିଲା। ଏହାପରେ ଏଲିଏନ୍ ବୟଫ୍ରେଣ୍ଡ୍‌ ସହ ତାଙ୍କର ସାକ୍ଷାତ ହୋଇଥିଲା ବୋଲି ସେ କହିଛନ୍ତି।

Advertisment

ଇମାନୁଏଲା ନିଜର ଏଲିଏନ୍ ବୟଫ୍ରେଣ୍ଡ୍‌କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍‌ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି। ଡେଲି ଷ୍ଟାରରେ ପ୍ରକାଶିତ ଖବର ଅନୁସାରେ, ସେ ନିଜର ବୟଫ୍ରେଣ୍ଡ୍‌ଙ୍କ ଚେହେରା ଦେଖାଇବାକୁ ଚାହୁଁ ନାହାନ୍ତି। କାରଣ ତାଙ୍କର ଏଲିଏନ୍ ପ୍ରେମିକକୁ ଏରିଆ ଫିଫ୍ଟି ଓ୍ବାନ୍‌କୁ  ପଠାଇ ଦିଆଯିବ ବୋଲି ଇମାନୁଏଲା ଭୟ କରୁଛନ୍ତି।

ଏଲିଏନ୍ ସହ ନିଜର ଲଭ୍ ଲାଇଫ୍ ସମ୍ପର୍କରେ ଇମାନୁଏଲା କହିଛନ୍ତି, ଅନ୍ୟ ଗ୍ରହକୁ ଯିବା ତାଙ୍କ ପାଇଁ ସମ୍ଭବପର ହେଉନଥିଲେ ସୁଦ୍ଧା ଏଲିଏନ୍ ପ୍ରେମିକ ସହ ସେ ଫିଲ୍ମ ଦେଖିବାକୁ ଯାଉଛନ୍ତି। ତାଙ୍କର ପ୍ରେମିକ ମଣିଷ ବେଶରେ ରହୁଥିବାରୁ ତାଙ୍କୁ କେହି ଚିହ୍ନି ପାରୁନଥିବା ସେ ଦାବି କରିଛନ୍ତି। ଇମାନୁଏଲା ନିଜର ପୁରୁଷ ବନ୍ଧୁଙ୍କଠୁ ବୋର୍ ହୋଇଯାଇଥିଲେ ବୋଲି କହିଛନ୍ତି। ତେଣୁ ତାଙ୍କୁ ଏଲିଏନ୍ ପ୍ରେମିକଙ୍କ ସହ ରହିବାକୁ ଏପରିକି ଶାରିରୀକ ସମ୍ପର୍କ ସ୍ଥାପନ କରିବାକୁ ଭଲ ଲାଗୁ ଥିବା ସେ କହିଛନ୍ତି।

Advertisment

ଏପରିକିି ଯେଉଁମାନେ ପୁରୁଷଙ୍କ ପ୍ରତି ବିମୁଖ ହୋଇପଡ଼ୁଛନ୍ତି ସେମାନଙ୍କୁ ଏଲିଏନଙ୍କ ସହ ସମ୍ପର୍କ ସ୍ଥାପନ କରିବା ଦରକାର ବୋଲି ଇମାନୁଏଲା ପରାମର୍ଶ ଦେଇଛନ୍ତି। ମଣିଷଙ୍କ ତୁଳନାରେ ଏଲିଏନଙ୍କ ସହ ରିଲେସନଶିପ୍ ବହୁ ଅଧିକ ସୁଖ ଦାୟକ ବୋଲି ସେ ଦାବି ମଧ୍ୟ କରିଛନ୍ତି।

ଇମାନୁଏଲା ନିଜ ଲଭ୍ ଲାଇଫ୍‌କୁ ନେଇ ଏତେ ଖୁସି ଅଛନ୍ତି ଯେ, ସେ ନିଜର ଏଲିଏନ୍ ପ୍ରେମିକଙ୍କୁ ବିବାହ କରିବାକୁ ଭାବୁଛନ୍ତି ବୋଲି କହିଛନ୍ତି। ତାଙ୍କ ଏଲିଏନ୍ ପ୍ରେମିକ ପୃଥିବୀର ଚାଲିଚଳନ ଏବଂ ମଣିଷର ଭାଷା ଶିଖିବାକୁ ଚେଷ୍ଟା କରୁଥିବା ନେଇ  ଇମାନୁଏଲା ଅଜବ ଦାବି କରିଛନ୍ତି। ତେବେ ଏନେଇ ସେ ଅନେକ ଥର ସାକ୍ଷାତକାରରରେ ପ୍ରକାଶ କରିଥିବା ବେଳେ ଏହା ପଛରେ କେତେ ସତ୍ୟତା ରହିଛି ତାହା ଜଣାପଡ଼ିନାହିଁ। 

Advertisment
Alien Alien Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ