Advertisment

ମହିଳା ଜନ୍ମ ଦେଲେ ‘ଅନ୍‌ଲାଇନ୍ ଶିଶୁ’

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ 'ଅନ୍‌ଲାଇନ୍ ଶିଶୁ' କୁ ଜନ୍ମ ଦେଇଛନ୍ତି। ଏହି ମହିଳା ଅନଲାଇନ୍ ସହଯୋଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Online Baby

Online Baby

Advertisment

ଲଣ୍ଡନ୍ : ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ବିଚିତ୍ର ଖବର ଭାଇରାଲ ହୋଇଥାଏ। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜିକାଲି ଏପରି ଏକ ଅଜବ ଖବର ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଖବରଟି ଜଣେ ମହିଳାଙ୍କ ସହ ଜଡିତ, ଯିଏ ତାଙ୍କର ଏକ 'ଅନ୍‌ଲାଇନ୍ ଶିଶୁ' କୁ ଜନ୍ମ ଦେଇଛନ୍ତି। ଏହି ମହିଳା ଅନଲାଇନ୍ ସହଯୋଗରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲା ପରେ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଏହା କିପରି ସମ୍ଭବ ହେଲା। ତେବେ ଆସନ୍ତୁ ଜାଣିନେବା ପୂରା ଘଟଣାଟି ବିଷୟରେ।

Advertisment

ଇଂଲଣ୍ଡର ନାନଥାର୍ପର ୩୩ ବର୍ଷୀୟ ଷ୍ଟେଫନି ଟେଲର ତାଙ୍କ 'ଅନଲାଇନ୍ ଶିଶୁ'କୁ ଜନ୍ମ ଦେଇଛନ୍ତି। ସେ ନିଜ ଶିଶୁ କନ୍ୟାକୁ 'ଇ-ବେବି' ବୋଲି କହିଛନ୍ତି। ପୂର୍ବରୁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ମଧ୍ୟ ଆଉ ଗୋଟିଏ ସନ୍ତାନ ଚାହୁଁଥିଲେ। ବିବାହର କିଛି ବର୍ଷ ପରେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ବିଚ୍ଛେଦ ହୋଇଯାଇଥିଲେ ଏବଂ କୌଣସି ନୂଆ ସମ୍ପର୍କ ରଖିବାକୁ ମଧ୍ୟ ଚାହୁଁ ନ ଥିଲେ। ଡାକ୍ତରଖାନାରେ ଆଇଭିଏଫ୍ ପ୍ରକ୍ରିୟା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ନ ଥିଲା। ତେଣୁ ଷ୍ଟେଫ୍‌ନି ଏକ ବିକଳ୍ପ ଉପାୟ ଚିନ୍ତା କରିଥିଲେ। ସେ ଏକ ଆପ୍ ମାଧ୍ୟମରେ ଅନ୍‌ଲାଇନରେ ଶୁକ୍ରାଣୁ ଅର୍ଡର କରିଥିଲେ ଏବଂ ଇ-କମର୍ସ ସାଇଟ୍‌ 'ଇ-ବେବି'ରୁ ଏକ ପ୍ରଜନନ କିଟ୍ ମଧ୍ୟ ଅର୍ଡର କରିଥିଲେ। ୟୁଟ୍ୟୁବ୍ ଭିଡିଓ ଦେଖି ଏହାର ବ୍ୟବହାର ମଧ୍ୟ କରିଥିଲେ।

Advertisment

ମହିଳା ଜଣକ କହିଛନ୍ତି ଯେ ସେ ପ୍ରଥମ ଚେଷ୍ଟାରେ ହିଁ ସଫଳ ହୋଇଥିଲେ। ୩୩ ବର୍ଷୀୟ ଷ୍ଟେଫ୍‌ନି ତାଙ୍କ ଝିଅ ଈଡେନଙ୍କ ଜନ୍ମକୁ ଏକ ଚମତ୍କାର ବୋଲି କହିଛନ୍ତି। ପ୍ରକୃତରେ ଈଡେନ୍ ଏକ 'ଅନଲାଇନ୍ ଶିଶୁ' ବୋଲି ସେ ସୋସିଆଲ୍ ମିଡିଆରେ କହିଛନ୍ତି। ଷ୍ଟେଫ୍‌ନିଙ୍କ କହିବାନୁସାରେ ଯଦି ତାଙ୍କ ପାଖରେ ଏଭଳି ସୁବିଧା ନ ଥାନ୍ତା, ତେବେ ସେ କଦାପି ଆଉ ମା’ ହୋଇ ପାରି ନ ଥାନ୍ତେ। ଷ୍ଟେଫ୍‌ନିଙ୍କର ପୂର୍ବରୁ ଫ୍ରାଙ୍କି ନାମରେ ଏକ ପୁଅ ଅଛି, ଯାହାର ବୟସ ୫ ବର୍ଷ | ଫ୍ରାଙ୍କି ଜନ୍ମ ହେବାର ଅଳ୍ପ ଦିନ ପରେ ଷ୍ଟେଫନି ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଯାଇଥିଲା। ଯେଉଁ କାରଣରୁ ଦୁହେଁ ଅଲଗା ହୋଇଯାଇଥିଲେ।

ଷ୍ଟେଫନି ତାଙ୍କର ଜଣେ ବନ୍ଧୁଙ୍କୁ ଏହି ଆପ୍ ବିଷୟରେ କହିଥିଲେ ଯେଉଁଥିରେ ମହିଳାମାନେ ସେମାନଙ୍କର ଇଚ୍ଛା ଅନୁଯାୟୀ ଶୁକ୍ରାଣୁ ବାଛି ପାରିବେ। ଷ୍ଟେଫନି ଏପରି ଏକ ପୁରୁଷର ଶୁକ୍ରାଣୁ ଚାହୁଁଥିଲେ ଯାହାର କୌଣସି ପ୍ରକାରର ରୋଗ ନ ଥିବ। କିଛିଦିନ ପରେ ସେ ତାଙ୍କ ଇଚ୍ଛାଧିନ ପୁରୁଷକୁ ଖୋଜି ପାଇଥିଲେ। ୟୁଟ୍ୟୁବରେ ଭିଡିଓ ଦେଖି ପ୍ରଜନନ କିଟ୍‌ର ବ୍ୟବହାର ମଧ୍ୟ ଶିଖିଲେ। ଭବିଷ୍ୟତରେ ଈଡେନଙ୍କ ତାଙ୍କ ଝିଅର ପିତାଙ୍କ ଶହ ପରିଚୟ କରାଇବାରେ ସେ କୌଣସି ଶଙ୍କା କରିବେ ନାହିଁ ବୋଲି କହିଛନ୍ତି।

Advertisment
England London
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ