Russian President Vladimir Putin, Ukrainian President Volodymyr Zelensky
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ପରେ ହୋଇଥିବା ନିଷ୍ପତ୍ତିର ସଠିକ୍ ଅନୁପାଳନ ହୋଇପାରିବ ତ ? ଆକ୍ରମଣ ହ୍ରାସ ସହ ସୈନ୍ୟ ପ୍ରତ୍ୟାହାର କରିବେ ତ ପୁଟିନ? ରୁଷ ସୈନ୍ୟ ପ୍ରତ୍ୟାହାର କଲେ ଆମେରିକା ଓ ୟୁରୋପୀୟ ଦେଶ କଟକଣା କୋହଳ କରିବେ କି? ଏସବୁକୁ ନେଇ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିବା ବେଳେ, ଏପଟେ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ନେଇ ଦେଖାଦେଇଛି ନୂଆ ବିବାଦ ।
ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଛି । ତେବେ ରାଜିନାମାକୁ ଏଯାଏଁ କାର୍ଯ୍ୟକାରୀ କରାଯାଇପାରିନି । ଅନ୍ୟପକ୍ଷରେ ସେ ଏତେ ନିର୍ବୋଧ ନୁହନ୍ତି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଗଲା ୮ ବର୍ଷ ହେଲା ଡୋନବାସ୍ରେ ଯାହା ଘଟୁଛି, ସେଥିରୁ ୟୁକ୍ରେନ ଋଷିଆର ଆଚରଣ ବିଷୟରେ ଜାଣିସାରିଛି । ଶାନ୍ତିପ୍ରତିଷ୍ଠା ନେଇ ଋଷ ପ୍ରଥମେ ଆଖିଦୃଶିଆ ପଦକ୍ଷେପ ନେବା ଜରୁରୀ ବୋଲି ଜେଲେନସ୍କି ସ୍ପଷ୍ଟ କରିଦେଇଛନ୍ତି ।
ଆସନ୍ତାକାଲି ଭିଡିଓ କନ୍ଫେରେନସିଂରେ ଋଷ-ୟୁକ୍ରେନ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ କଥାବାର୍ତ୍ତା ହେବ । ତେବେ ଷଷ୍ଠ ପର୍ଯ୍ୟାୟରେ ଶାନ୍ତି ଫେରାଇ ଆଣିବା ଲାଗି ରାଜିନାମା ହୋଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ କୌଣସି ସଫଳତା ମିଳିନଥିବା କ୍ରେମଲିନ୍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି । ସେହିପରି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜିନ୍ ଲେ ଡ୍ରିଆନ୍ ବି କଥାବାର୍ତ୍ତାରୁ କୌଣସି ବଡ଼ ସଫଳତା ମିଳିବା ଆଶାରେ ନାହାନ୍ତି ।
ତେବେ ପ୍ରତିଟି ଋଷ ସୈନ୍ୟ ୟୁକ୍ରେନ ନଛାଡ଼ିବା ଯାଏଁ ଋଷିଆ ଉପରୁ ୟୁରୋପୀୟ କଟକଣା ହଟାଯିବାର ପ୍ରଶ୍ନ ଉଠୁନି ବୋଲି ସଫା ସଫା ଶୁଣାଇଦେଇଛନ୍ତି ବ୍ରଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭ୍ରୋଭ ଚୀନ୍ ଯାଇ ସମର୍ଥନ ଜୁଟାଇବାକୁ ଉଦ୍ୟମ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1648806894.jpg)