Advertisment

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ?

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Elon Musk

Elon Musk

Advertisment

କାହିଁକି ଟ୍ୱିଟରକୁ କିଣିବାକୁ ଚାହୁଁଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ? ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହା ପୂର୍ବରୁ ମାର୍ଚ୍ଚରେ ଟ୍ୱିଟର ଉପରେ ଏକ ପୋଲ୍ କରିଥିଲେ ମସ୍କ।ଟ୍ୱିଟର ଫ୍ରି ସ୍ପିଚ୍‌କୁ ସୁରକ୍ଷା ଦେଇପାରୁଛି କି ନାହିଁ, ଏନେଇ ମସ୍କ ନିଜର ଫଲୋୟର୍ସଙ୍କୁ ପଚାରିଥିଲେ। ଏଥିରେ ୨୦ ଲକ୍ଷ ୟୁଜର୍ସ ଜବାବ ଦେଇଥିବା ଦାବି କରନ୍ତି ମସ୍କ। ଏହାସହ ୭୦% ଉତ୍ତର ନା ଥିବା ସେ କହିଛନ୍ତି। ଏହାପରେ ଏଲନ ମସ୍କ ଟ୍ୱିଟରର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ କରିବା ସହ ଏହାକୁ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଥିଲେ।

Advertisment

ଇତିମଧ୍ୟରେ ବାକ୍ ସ୍ୱାଧୀନତାକୁ ନେଇ ଟ୍ୱିଟରକୁ ଟାର୍ଗେଟ କରିଛନ୍ତି ମସ୍କ। ଏକ ପବ୍ଲିକ୍ ପ୍ଲାଟ୍‌ଫର୍ମ ଭାବେ ଟ୍ୱିଟର ଉପରେ ଆମର ଭରସା ଦୃଢ଼ ହେବା ଦରକାର ବୋଲି ସେ କହିଛନ୍ତି। ତେବେ ବାକ୍ ସ୍ୱାଧୀନତାକୁ ନେଇ ମସ୍କ ଟ୍ୱିଟରରେ ପରିବର୍ତ୍ତନ ଆଣିବାକୁ ଚାହୁଁନାହାନ୍ତି ତ ? ଭିନ୍ନ ଦେଶ ପାଇଁ ଭିନ୍ନ ପଲିସିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି କି ମସ୍କ ? ଏବେ ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ମସ୍କ ପୂର୍ବରୁ ନିଜର ଟ୍ୱିଟ୍‌ ପାଇଁ ମଧ୍ୟ ଅନେକ ଥର ଟ୍ରୋଲର ଶିକାର ହୋଇଛନ୍ତି।

ଟ୍ୱିଟରକୁ ସମ୍ପୂର୍ଣ୍ଣ ରୂପେ ଅଧିଗ୍ରହଣ କରିବାକୁ ଲାଗିପଡ଼ିଥିବା ମସ୍କ ନଜିର ଅଫର ରାଶିକୁ ଆହୁରି ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ଟ୍ୱିଟରର ଶହେ ପ୍ରତିଶତ ଶେୟାର ପାଇଁ ୪୩ ବଲିୟନ୍ ଡଲାର ଅଫର କରିଛନ୍ତି ଏଲନ ମସ୍କ। ପରେ ସେ କିଛି ବୋର୍ଡ ମେମ୍ବରଙ୍କୁ ହାତ କରି ନିଜର ଅଫରକୁ ଆହୁରି ବଢ଼ାଇପାରନ୍ତି  ା କିନ୍ତୁ ଏହାରି ମଧ୍ୟରେ କମ୍ପାନୀର ସହ-ସଂସ୍ଥାପକ ଜ୍ୟାକ ଡୋର୍ସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି ବୋଲି କୁହାଯାଉଛି।

Advertisment

୨୦୨୧ରେ ଡୋର୍ସି, ସିଇଓ ପଦ ଛାଡ଼ିବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଟ୍ୱିଟରର ନୂଆ ସିଇଓ ହୋଇଥିଲେ। କିନ୍ତୁ ଡୋର୍ସିଙ୍କ ପାଖରେ କମ୍ପାନୀର ଶେୟାର ଥିବାବେଳେ ସେ ବୋର୍ଡର ମେମ୍ବର ମଧ୍ୟ  ଅଛନ୍ତି। ତେବେ ଗୋଟିଏ ପଟେ ମସ୍କ ଟ୍ୱିଟର ପାଇଁ ଜୋର ଦେଇ ଥିବାବେଳେ ତାଙ୍କ କମ୍ପାନୀ ଟେସ୍ଲାର ଶେୟାର ମୂଲ୍ୟ ହ୍ରସ୍ ପାଉଥିବା ଦେଖିବାକୁ ମିଳିଛି।  ଏଲନ ମସ୍କଙ୍କ ଟ୍ୱିଟର ନିଶା ଦେଖି ଟେସ୍ଲାର ନିବେଶକମାନେ ଆଶା-ଆଶଙ୍କାରେ ରହିଛନ୍ତି। ସେପଟେ ଟ୍ୱିଟରରେ ମସ୍କ ଶେୟାର କିଣିବା ପରଠୁ କମ୍ପାନୀର  ଶେୟାର ମୂଲ୍ୟ ବଢ଼ିଛି। କିନ୍ତୁ ତାହା ମସ୍କ ଅଫର କରିଥିବା ମୂଲ୍ୟଠୁ ବହୁତ କମ୍। ଆଉ ଏବେ ତାଙ୍କ ଅଫରକୁ ଟ୍ୱିଟର ବୋର୍ଡ ମେମ୍ବର ମାନିନେବେ ନା ଏଲନ୍ ମସ୍କ ନିଜର ପ୍ଲାନ ବି ଆପଣାଇବେ ତାକୁ ନେଇ ଚର୍ଚ୍ଚା ହେଉଛି।

Twitter Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ