Advertisment

ବିଶ୍ୱର ପ୍ରଥମ ମ୍ୟାଲେରିଆ ଭ୍ୟାକ୍ସିନ୍‌କୁ WHOର ମଞ୍ଜୁରୀ

ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Malaria Vaccine For Children

Malaria Vaccine For Children

Advertisment

ଜେନେଭା(ସ୍ୱିଜରଲ୍ୟାଣ୍ଡ): ମ୍ୟାଲେରିଆ ପାଇଁ ଭ୍ୟାକ୍ସିନ୍। ମ୍ୟାଲେରିଆ ବିପକ୍ଷରେ ବିଶ୍ୱର ପ୍ରଥମ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ମଞ୍ଜୁରୀ ଦେଇଛି। ମ୍ୟାଲେରିଆ ବିପଦକୁ କମ୍ କରିବା ପାଇଁ ବୈଜ୍ଞାନିକମାନେ ଏହି ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି। ଏହି ଭ୍ୟାକ୍ସିନ୍ ଛୋଟ ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି।

Advertisment

ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ RTS,S/AS01 ମ୍ୟାଲେରିଆ ଭ୍ୟାକ୍ସିନ୍‌କୁ ବୁଧବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମର୍ଥନ କରିଛି। ଏହି ଭ୍ୟାକ୍ସିନ୍‌ର ବହୁଳ ବ୍ୟବହାର ନେଇ WHO ପରାମର୍ଶ ଦେଇଛି। ମଶା ଦ୍ୱାରା ବ୍ୟାପୁଥିବା ମ୍ୟାଲେରିଆ ବିପକ୍ଷରେ ଏହା ହେଉଛି ବିଶ୍ୱର ପ୍ରଥମ ଭ୍ୟାକ୍ସିନ।

ମ୍ୟାଲେରିଆ ଯୋଗୁ ବିଶ୍ୱରେ ପ୍ରତି ବର୍ଷ ୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ପ୍ରତି ୨ ମିନିଟରେ ମ୍ୟାଲେରିଆରେ ବିଶ୍ୱରେ ଜଣେ ପିଲାଙ୍କ ଜୀବନ ଚାଲି ଯାଉଛି। ତେଣୁ ଏହି ଟିକା ଆସିବା ପରେ ଏବେ ମ୍ୟାଲେରିଆ ବିପକ୍ଷରେ ଲଢ଼େଇ ସହଜ ହୋଇପାରିବ ବୋଲି ଆଶା କରାଯାଉଛି।

Advertisment

୨୦୧୯ରୁ ଘାନା, କେନିୟା ଓ ମାଲାୱିରେ ଟିକାର ୨ ନିୟୁତରୁ ଅଧିକ ଡୋଜ୍‌  ପିଲାମାନଙ୍କୁ ଦିଆଯାଇଥିଲା। ଏହି ପରୀକ୍ଷା ମୂଳକ ଟିକାକରଣରେ ସଫଳତା ମିଳିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଅନୁମୋଦନ କରିଛି। ପ୍ରଥମେ ଫାର୍ମାସିଟ୍ୟକାଲ କମ୍ପାନୀ ଜିଏସ୍‌କେ ୧୯୮୭ରେ ଏହି ଟିକା ବାହାର କରିଥିଲା। କିନ୍ତୁ ଏଯାଏ ଏହାକୁ ଅନୁମୋଦନ ମିଳି ନଥିଲା।

Malaria Malaria Vaccine WHO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ