Advertisment

ତାଲିବାନ ଭୟରେ ଦେଶ ଛାଡ଼ିଲେ କି ପୂର୍ବତନ ଉପରାଷ୍ଟ୍ରପତି?

ଆଫଗାନିସ୍ତାନରେ ରାଜ୍‌ କରୁଛି ତାଲିବାନ। ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଞ୍ଜଶିର ଉପତ୍ୟକାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡି ପଳାଇଛନ୍ତି

ଅଦ୍ୟତନ ହୋଇଛି
Amrullah Saleh

Amrullah SalehAmrullah Saleh

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଜ୍‌ କରୁଛି ତାଲିବାନ। ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଅନୁସାରେ, ତାଲିବାନର ମୁଖପାତ୍ର କହିଛନ୍ତି ଯେ, ତାଞ୍ଜଶିର ଉପତ୍ୟକାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡି ପଳାଇଛନ୍ତି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି। ତାଲିବାନର ଜଣେ ମୁଖପାତ୍ର ଦାବି କରିଛନ୍ତି ଯେ ଅମରୁଲ୍ଲା ସାଲେହ ତାଜିକିସ୍ତାନକୁ ପଳାଇଛନ୍ତି। ତେବେ ଏହା ପୂର୍ବରୁ କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ସାଲେହ ଏକ ଗୁପ୍ତ ସ୍ଥାନରେ ଏବେ ଲୁଚି ରହିଛନ୍ତି ଏବଂ ସେହିଠାରୁ ହିଁ ଚାଲିବାନ ସହ ଯୁଦ୍ଧର ନେତୃତ୍ୱ ନେଉଛନ୍ତି। ଏହା ଆଫଗାନୀ ନେତା କହିଛନ୍ତି ଯେ, ପୂର୍ବତନ ଉପରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ତାଲିବାନ ଆଗରେ ସେ ଆତ୍ମସମର୍ପଣ କରିବା ନେଇ କିଛି ନିଷ୍ପତ୍ତି ହୋଇନାହିଁ।

Advertisment

ତେବେ ତାଲିବାନର ଅଭିଯାନର ଅଗ୍ରଗତି ଦେଖି ସେ ଦେଶ ଛାଡିଥାଇ ପାରନ୍ତି। କିନ୍ତୁ ସୋସିଆଲ ମିଡିଆରେ ସକ୍ରିୟ ଥିବା ସାଲେହ କେଉଁଠି ଅଛନ୍ତି ଓ କେମିତି ଅଛନ୍ତି ସେନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଦେଇନାହାନ୍ତି। ଆଉ ଏହି ସମୟରେ ତାଲିବାନ କହିଛି ଯେ ଆଫଗାନିସ୍ତାନରେ ପରିସ୍ଥିତିକୁ ସ୍ୱାଭାବିକ କରିବାକୁ ଆମେ ଚେଷ୍ଟା କରୁଛୁ ଏବଂ ଖୁବଶୀଘ୍ର ସରକାର ମଧ୍ୟ ଗଠନ ହେବାକୁ ଯାଉଛି।

Advertisment

କେବଳ ଏତିକି ନୁହେଁ ବରଂ ତାଲିବାନ ଆହୁରି କହିଛି ଯେ ଖୁବଶୀଘ୍ର କାବୁଲରୁ ଅନ୍ୟ ଦେଶକୁ ବିମାନ ସେବା ଆରମ୍ଭ ହେବ। ଅନ୍ତର୍ଜାତୀୟ ବିମାନ ଚଳାଚଳ କଲେ ଯାତ୍ରୀମାନେ ମଧ୍ୟ ଯାତ୍ରା କରିପାରିବେ। ଯେଉଁମାନେ ବାହାର ଦେଶକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଯିବାକୁ ଦିଆଯିବ। ଏହାସହ ବିଶ୍ୱ ସହ ପୁଣି ଥରେ ଆଫଗାନ୍‌ ଯୋଡ଼ି ହେବ।

ତେବେ ପଞ୍ଜଶୀର ଉପତ୍ୟକାକୁ କବଜା କରିବା ନେଇ ତାଲିବାନ ଦାବି କରିବା ପରେ ଆଫଗାନିସ୍ତାନରେ ଏହାର ଶାସନ ବିରୁଦ୍ଧରେ ବିଦ୍ରୋହ କରୁଥିବା ଲୋକଙ୍କୁ କଡ଼ା ଚେତାବନୀ ମଧ୍ୟ ଦେଇଛି। ତାଲିବାନ କହିଛି ଯେ ଯଦି କେହି ବିଦ୍ରୋହ କରନ୍ତି ତେବେ ସେମାନଙ୍କୁ ଛଡ଼ା ଯିବ ନାହିଁ । ଏହା ବ୍ୟତୀତ ତାଲିବାନ ମୁଖପାତ୍ର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆଫଗାନିସ୍ତାନରେ ବର୍ତ୍ତମାନ କେବଳ ଏକ ମଧ୍ୟବର୍ତ୍ତୀ ସରକାର ଗଠନ ହେବ, ଯେଉଁଥିରେ ପରେ ପରିବର୍ତ୍ତନ କରାଯାଇପାରିବ। ହେଲେ ସରକାରର ମୁଖ୍ୟ କିଏ ହେବ ଏବଂ ମଧ୍ୟବର୍ତ୍ତୀକାଳୀନ ସରକାର କେଉଁ ଦିନ ଗଠନ ସେନେଇ କୌଣସି ସୂଚନା ତାଲିବାନ ପକ୍ଷରୁ ଦିଆଯାଇନାହିଁ।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ