Wallet
ସମୁଦ୍ରରେ ହଜିଯାଇଥିଲା ମନିପର୍ସ । ୮ ମାସ ପରେ ପାଇଲେ ମହିଳା । ସୁରକ୍ଷିତ ଭାବେ ପର୍ସଟିକୁ ଉଦ୍ଧାର କରାଗଲା । ଆଉ ପର୍ସରେ ସବୁକିଛି ମଧ୍ୟ ଠିକ୍ ଠାକ୍ ଥିଲା । ସାଧାରଣତଃ ସମସ୍ତେ ଜାଣନ୍ତି, ସମୁଦ୍ର ସବୁ କିଛି ଫେରାଇ ଦିଏ । ଯେକୌଣସି ଜିନିଷ ସମୁଦ୍ରରେ ପଡ଼ିଗଲେ ମାତ୍ର କିଛି ସମୟ ପରେ ସେ କୂଳକୁ ଚାଲିଆସେ । ହେଲେ ଦୀର୍ଘ ୮ ମାସ ପରେ ଗୋଟିଏ ପର୍ସ କୂଳକୁ ଆସିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
କଥାଟା ଆପଣଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ସତ । ଏପରି ଏକ ଅବିଶ୍ୱସନୀୟ କଥା ନିକଟରେ ସାମ୍ନାକୁ ଆସିଛି । ଅଫ୍ ଗ୍ରୀଡ୍ ଦ୍ୱୀପପୁଞ୍ଜରେ ଏହି ଘଟଣା ଘଟିଛି । କାନାଡ଼ାରେ ଦୀର୍ଘ ଆଠ ମାସ ପରେ ସମୁଦ୍ର ପର୍ସଟିକୁ ଫେରାଇ ଦେଇଛି । ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ମାଲିକଙ୍କ ମହାନତା...ମୃତ୍ୟୁ ପୂର୍ବରୁ କର୍ମଚାରୀଙ୍କ ନାଁରେ ଲେଖିଦେଲେ କମ୍ପାନୀ...ଜାଣନ୍ତୁ କାହିଁକି...
ସୂଚନା ଅନୁସାୟୀ ଜଣେ ମହିଳା ସମୁଦ୍ର କୂଳରେ ତାଙ୍କ କୁକୁରକୁ ବୁଲାଉଥିଲେ । ସେହିସୟରେ ତାଙ୍କ ହାତରୁ ପର୍ସଟି ଖସିପଡ଼ିଥିଲା । ପର୍ସଟି ସମୁଦ୍ରର ଲହଡ଼ିରେ ସମୁଦ୍ର ଭିତରକୁ ଚାଲିଯାଇଥିଲା । ଫଳରେ ପର୍ସଟିକୁ ସେ ଉଦ୍ଧାର କରିପାରିନଥିଲେ । ୨୦୨୩ ଜୁନ୍ ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ ପର୍ସଟିକୁ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଛି ।
ଘଟଣାକୁ ନେଇ ମହିଳା ଜଣକ ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ମୁଁ ମୋ ପର୍ସଟି ପାଇଛି । ୮ ମାସ ପରେ ଫେରିପାଇବା ଆଶ୍ଚର୍ଯ୍ୟର କଥା । ପର୍ସରେ ୨୦ ଡଲାର ଥିଲା । ତାହା ସହିତ ପର୍ସରେ କିଛି କାର୍ଡ ମଧ୍ୟ ଥିଲା । ସବୁ କିଛି ମଧ୍ୟ ପର୍ସରେ ରହିଛି । ହେଲେ ବହୁଦିନ ହୋଇଯାଇଥିବାରୁ ପର୍ସଟି କିଛି ଖରାପ ହୋଇଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Wallet_1708513268.jpg)