Advertisment

ୟୁକ୍ରେନ୍‌ ଉପରେ ଋଷ୍‌ର ୱାଇପର୍ ମାଲ୍‌ୱେୟାର୍‌ ଆକ୍ରମଣ

ଋଷ୍ ୟୁକ୍ରେନ୍ ଉପରେ ସାଇବର ଆକ୍ରମଣ ନେଇ ହ୍ୟାକିଂ ଟୁଲ୍ ବିକଶିତ କରିଛି। ୱାଇପର୍‌ ମାଲ୍‌ୱେୟାର୍ ଚିନ୍ତାର ବିଷୟ ହୋଇଛି ଯାହା ଦ୍ୱାରା ଋଷ୍ ଆକ୍ରମଣ କରୁଛି। ତେବେ କ’ଣ ଏହି ୱାଇପର୍‌ ମାଲ୍‌ୱେୟାର୍, କିପରି କରୁଛି ଆକ୍ରମଣ, ଏଥିରୁ କିପରି ମିଳିବ ରକ୍ଷା ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
What is wiper malware cyber attacks

What is wiper malware cyber attacks

Advertisment

ନୂଆଦିଲ୍ଲୀ: ଋଷ୍‌ ଗୁରୁବାର ୟୁକ୍ରେନ୍‌ ଉପରେ ଆକ୍ରମଣ କରିଦେଇଛି। ଦୁଇ ଦେଶ ମଧ୍ୟରେ ସାଇବର ଆକ୍ରମଣ ଉପରେ ସମସ୍ତଙ୍କ ନଜର ରହିଛି। ଋଷ୍‌ ମଧ୍ୟ ୟୁକ୍ରେନ୍‌ ସରକାରୀ ୱେବ୍‌ସାଇଟ୍‌କୁ ଟାର୍ଗେଟ୍‌ କରିବା ଆରମ୍ଭ କରିଛି। ଏହା ସହିତ ଋଷ୍‌ ୟୁକ୍ରେନ୍‌ର ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରିଛି।

Advertisment

କିନ୍ତୁ ସବୁଠାରୁ ବଡ ଚିନ୍ତା ହେଉଛି ୱାଇପର୍ ମାଲୱେୟାର ଯାହା ମାଧ୍ୟମରେ ଋଷ୍‌ ସାଇବର ଆକ୍ରମଣ କରୁଛି। ଏହି ମାଲୱେୟାର୍‌ ଏପରି ଯେ ଏହା ସିଷ୍ଟମରେ ଉପସ୍ଥିତ ଥିବା ସମସ୍ତ ତଥ୍ୟକୁ ସବୁଦିନ ପାଇଁ ନଷ୍ଟ କରିଦେଇପାରେ। ଏହାକୁ ରିକଭରୀ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପାରେ।

ୱାଇପର୍ ମାଲୱେୟାର୍‌ କ’ଣ:

ୱାଇପର୍‌ ମାଲୱେୟାର୍ ଯେକୌଣସି ସିଷ୍ଟମକୁ ଆକ୍ରମଣ କରେ ସମସ୍ତ ତଥ୍ୟ ନଷ୍ଟ କରିଦିଏ। ସବୁଠାରୁ ଚିନ୍ତାର କଥା ହେଉଛି ଏହି ତଥ୍ୟ ଆଉ ପୁନରୁଦ୍ଧାର ହୋଇପାରିବ ନାହିଁ। ତେବେ ୱାଇପର୍‌ ଆକ୍ରମଣର ଏକମାତ୍ର ଉଦ୍ଦେଶ୍ୟ ହେଉଛି ସମଗ୍ର ସିଷ୍ଟମ୍‌କୁ ନଷ୍ଟ କରିବା। ଏପରି ସ୍ଥିତିରେ, ଯୁଦ୍ଧ ପରି ପରିସ୍ଥିତିରେ ଆକ୍ରମଣକାରୀ ଦେଶମାନଙ୍କ ପାଇଁ ୱାଇପର୍‌ ମାଲ୍‌ୱେୟାର ବହୁତ ଉପଯୋଗୀ।

Advertisment

କିପରି କରେ ଆକ୍ରାମଣ?

ୱାଇପର ମାଲୱେୟାର୍ ସାଧାରଣତଃ ପ୍ରମାଣ ନଷ୍ଟ କରିବାକୁ ବ୍ୟବହୃତ ହୁଏ। ୟୁକ୍ରେନ ପ୍ରତିଷ୍ଠାନ ଉପରେ ସାଇବର ଆକ୍ରମଣ ଦ୍ୱାରା ଋଷ୍‌ ଏହାର ପାଦଚିହ୍ନକୁ ଲିଭାଇ ଦେଇପାରେ। ୱାଇପର୍‌ ମାଲୱେୟାର୍ ଏତେ ଶକ୍ତିଶାଳୀ ଯେ ଏହା ସମଗ୍ର ଉପକରଣଗୁଡ଼ିକୁ ନଷ୍ଟ କରିଦେଇପାରେ। ଏହାର ଆକ୍ରମଣ ପରେ, ଜଣେ ବ୍ୟକ୍ତି ବା ସଂସ୍ଥା ସଂପୂର୍ଣ୍ଣ ଅସହାୟ ହୋଇଯାଏ ଏବଂ ଆକ୍ରମଣର ପ୍ରମାଣ ଦେବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ତଥ୍ୟ ମଧ୍ୟ ନଥାଏ।

ବିଶ୍ୱାସ କରାଯାଏ ଯେ ୱାଇପର୍‌ ମାଲୱେୟାର କିମ୍ବା ସେହିଭଳି ଅନ୍ୟାନ୍ୟ ବିପଜ୍ଜନକ ମାଲ୍‌ୱେୟାର୍‌ କେବଳ ମାନବୀୟ ତ୍ରୁଟି ହେତୁ ସିଷ୍ଟମ୍‌ରେ ପ୍ରବେଶ କରିଥାଏ। ସୁରକ୍ଷା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ କୌଣସି ସନ୍ଦେହଜନକ ଫାଇଲ୍‌ଗୁଡ଼ିକୁ ଡାଉନ୍‌ଲୋଡ୍ କରିବା ଠାରୁ ଦୂରେଇ ରହିବା ଉଚିତ ଏବଂ ଏହାର କାର୍ଯ୍ୟସୂଚୀ ପୂର୍ବରୁ କୌଣସି ସଫ୍ଟୱେର୍ ଅପଡେଟ୍ ହେବା ଉଚିତ୍ ନୁହେଁ। ସୂଚନା ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ଏହି ଜିନିଷଗୁଡ଼ିକ ଉପରେ ନଜର ରଖିଛନ୍ତି ଏବଂ ଲୋକଙ୍କୁ ଏହା ବିଷୟରେ ସଚେତନ କରୁଛନ୍ତି।

Advertisment

କିପରି ରକ୍ଷା ପାଇବା ମାଲୱେର୍ ଆକ୍ରମଣରୁ:

ସାଇବର୍‌ ଆକ୍ରମଣରୁ ସୁରକ୍ଷା ନେଇ ତଥ୍ୟର ବ୍ୟାକଅପ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଯଦି କୌଣସି ମାଲ୍‌ୱେୟାର୍ ଆପଣଙ୍କ ସିଷ୍ଟମ ଉପରେ ଆକ୍ରମଣ କରେ, ତେବେ ଆପଣଙ୍କ ତଥ୍ୟ ସୁରକ୍ଷିତ ରହିବ। ଆପଣଙ୍କ କମ୍ପ୍ୟୁଟରର ଫାୟାର୍‌ୱାଲ୍‌ ସିଷ୍ଟମ୍‌କୁ ମଜବୁତ କରନ୍ତୁ ଫଳରେ ଆପଣଙ୍କ ସଂସ୍ଥାର ନେଟ୍‌ୱାର୍କରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପକୁ ଚିହ୍ନଟ କରାଯାଇ ଏହା ଉପରେ ରୋକ ଦିଆଯାଇପାରିବ।

ଯେକୌଣସି ସାଇବର୍‌ ଆକ୍ରମଣରେ ତଥ୍ୟ ରିକଭରୀ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଅନେକ ସଂସ୍ଥା ଏହାକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ। ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବେଳେ ବେଳେ ଡାଟା ପ୍ରୋସେସିଂ ମେସିନ୍‌ଗୁଡ଼ିକୁ ଅପ୍‌ଡେଟ୍ କରି ରଖିବା ଉଚିତ।

International News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ