Advertisment

‘ପ୍ଲେଜର ମ୍ୟାରେଜ୍’ ବଦଳରେ ଟଙ୍କା ବର୍ଷା; ଏହି ଦେଶରେ ଟୁରିଷ୍ଟଙ୍କୁ ବାହା ହେଉଛନ୍ତି ଯୁବତୀ

ବିବାହ ଏକ ପବିତ୍ର ବନ୍ଧନ। ହେଲେ ଏହା ଏବେ ପ୍ରହସନ ପାଲଟିଛି। ସାମାନ୍ୟ କିଛି ଟଙ୍କା ପାଇଁ ଅନୌପଚାରିକ ବିବାହ କରୁଛନ୍ତି ଯୁବତୀ।

What is pleasure marriage?

What is pleasure marriage?

Advertisment

ବିବାହ ଏକ ପବିତ୍ର ବନ୍ଧନ। ହେଲେ ଏହା ଏବେ ପ୍ରହସନ ପାଲଟିଛି। ସାମାନ୍ୟ କିଛି ଟଙ୍କା ପାଇଁ ଅନୌପଚାରିକ ବିବାହ କରୁଛନ୍ତି ଯୁବତୀ। ଦକ୍ଷିଣ ପୂର୍ବ ଏସିଆର ଏକ ମୁସଲମାନ ବହୁଳ ଦେଶ ହେଉଛି ଇଣ୍ଡୋନେସିଆ। ତେବେ ଏଠାରେ ଏହି ବିବାହ ପ୍ଲେଜର ମ୍ୟାରେଜ ବହୁଳ ମାତ୍ରାରେ କରାଯାଉଛି। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ୍ ମିଡିଆରେ ଲୋକେ ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି।

Advertisment

ଇଣ୍ଡୋନେସିଆର ପଶ୍ଚିମରେ ରହିଛି ପୁଙ୍କାକ ଗାଁ। ପ୍ରତିବର୍ଷ ପଶ୍ଚିମ ଏସିଆ ଏବଂ ଆରବ ଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସନ୍ତି । କୋଟା ବୁଙ୍ଗାରେ ଏକ ରିସୋର୍ଟରେ ପ୍ରାୟତଃ ଏମାନେ ରହିଥାଆନ୍ତି। ଏଠାରେ ସେମନେ ଏକ ଏଜେନ୍ସି ମାଧ୍ୟମରେ ସ୍ଥାନୀୟ ମହିଳାମାନଙ୍କ ସହିତ ପରିଚିତ ହୁଅନ୍ତି । ଉଭୟ ପକ୍ଷ ରାଜି ହେବା ପରେ ଏକ ଅନୌପଚାରିକ ବିବାହ କରାଯାଇଥାଏ। ଯାହାକୁ ପ୍ଲେଜର ମ୍ୟାରେଜ କୁହାଯାଏ।

ପ୍ଲେଜର ମ୍ୟାରେଜ କ’ଣ ?

ସାଧାରଣ ବିବାହ ପରି ଏହି ବିବାହ ଅନୁଷ୍ଠିତ ହୁଏ। ମାତ୍ର ଏହି ବିବାହ ଅସ୍ଥାୟୀ । ବିବାହ ପୂର୍ବରୁ ଏଥିପାଇଁ ଚୁକ୍ତି ଥାଏ। ବରକୁ କନ୍ୟାର ମୂଲ୍ୟ ଦେବାକୁ ପଡିଥାଏ। ବିବାହ ପରେ ସ୍ବାମୀ-ସ୍ତ୍ରୀ ଏକାଠି ରହନ୍ତି। ପତ୍ନୀ ଘରର ସବୁ କାମଧନ୍ଦା ବି କରନ୍ତି। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ବି ରହିଥାଏ। କିନ୍ତୁ ଯେତେବେଳେ ତାଙ୍କ ସ୍ବାମୀ ଇଣ୍ଡୋନେସିଆ ଛାଡନ୍ତି, ସେତେବେଳେ ବିବାହ ଭାଙ୍ଗି ଯାଇଥାଏ।

Advertisment

ଇଣ୍ଡୋନେସିଆ ନିୟମ ଅନୁଯାୟୀ ପ୍ଲେଜର ମ୍ୟାରେଜ ସ୍ବୀକୃତିପ୍ରାପ୍ତ ନୁହେଁ। ଦେଶରେ ବିବାହ ନିୟମ ଉଲ୍ଲଂଘନ କଲେ ଜେଲଦଣ୍ଡ ଏବଂ ଜରିମାନା ବ୍ୟବସ୍ଥା ରହିଛି। ମାତ୍ର ପୁଙ୍କାକ ଅଞ୍ଚଳରେ ଏହା ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି। ପୂର୍ବରୁ ପରିବାର ସଦସ୍ୟ କିମ୍ବା ପରିଚିତମାନେ ଝିଅମାନଙ୍କୁ ପର୍ଯ୍ୟଟକଙ୍କ ସହିତ ପରିଚିତ କରାଉଥିଲେ। କିନ୍ତୁ ବର୍ତ୍ତମାନ ଏହା ଏକ ଶିଳ୍ପ ପରି ହୋଇଗଲାଣି। ଏଜେନ୍ସି ସମସ୍ତଙ୍କୁ ସ୍ଥାନିତ କରାଯାଇଛି।

ଏନେଇ ସ୍ଥାନୀୟ ମହିଳା କହାୟା ନିଜର ଅନୁଭୂତି ବାଣ୍ଟିଥିଲେ। ସେ ୧୭ ବର୍ଷ ବୟସରେ ପ୍ରଥମ ଥର ପାଇଁ ପ୍ଲେଜର ମ୍ୟାରେଜ କରିଥିଲେ।ଏବେସୁଦ୍ଧା ସେ ୧୫ରୁ ଅଧିକ ଥର ପ୍ଲେଜର ମ୍ୟାରେଜ କରିସାରିଛନ୍ତି। କହାୟାଙ୍କର ପ୍ରଥମ ବିବାହ ସୌଦି ଆରବର ଜଣେ ୫୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ସହିତ ହୋଇଥିଲା। ବିବାହର ପାଞ୍ଚ ଦିନ ପରେ ସେମାନେ ଛାଡପତ୍ର ନେଇ ଅଲଗା ହୋଇଯାଇଥିଲେ। ବ୍ୟକ୍ତି ଜଣକ ମୋଟ ୮୫୦ ଆମେରିକୀୟ ଡଲାର ପ୍ରଦାନ କରିଥିବା ବେଳେ କାହୟା ମାତ୍ର ଅଧା ଟଙ୍କା ପାଇଥିଲେ। ସେ ପ୍ରତିଟି ପ୍ଲେଜର ମ୍ୟାରେଜରୁ ୩୦୦ ରୁ ୫୦୦ ଆମେରିକୀୟ ଡଲାର ରୋଜଗାର କରନ୍ତି ବୋଲି କହିଛନ୍ତି।

Advertisment

ଘରେ ବୃଦ୍ଧ ଜେଜେବାପା ଅଛନ୍ତି, ସେ ଏହି ଟଙ୍କା ଦେଇ ନିଜ ଘର ଚଳାନ୍ତି ଏବଂ ଜେଜେବାପାଙ୍କର ଯତ୍ନ ନିଅନ୍ତି । ସେହିଭଳି ଏକ କାହାଣୀ ଅନ୍ୟ ଜଣେ ମହିଳା ନିସା ସେୟାର କରିଛନ୍ତି। ସେ କହିଛନ୍ତି ଯେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଥର ବିବାହ କରିଛନ୍ତି। ବର୍ତ୍ତମାନ ସେ ଏହି କାମ ଛାଡି ଇଣ୍ଡୋନେସିଆର ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏଥିସହ ନିସା କହିଛନ୍ତି ଯେ ସେ ପୂର୍ବ ଜୀବନକୁ ଫେରିବାକୁ ଚାହୁଁନାହାଁନ୍ତି। 

Divorce Marriage Indonesia Tourist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ