Vladimir Vladimirovich Putin
ରୁଷ୍ ରେ ପୁଣି ପୁଟିନଙ୍କ ରାଜ୍। ରାଷ୍ଟ୍ରପତି ନିର୍ବାଚନରେ ପୁଣି ଥରେ ବିଜୟୀ ହୋଇଛନ୍ତି ଭ୍ଲାଦିମିର ପୁଟିନ। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ନିର୍ବାଚନରେ ରେକର୍ଡ ବିଜୟ ସହ ପୁଟିନ ଇତିହାସ ରଚିଛନ୍ତି। ପୁଟିନଙ୍କୁ ମିଳିଛି ୮୮ ପ୍ରତିଶତ ଭୋଟ୍। ବହୁ ବିରୋଧ ସତ୍ତ୍ୱେ ପୁଟିନଙ୍କୁ ପୁଣି ଥରେ ଜିତାଇଛନ୍ତି ମତଦାତା।
ରବିବାର ଭୋଟିଂ ବେଳେ ରୁଷର ବିଭିନ୍ନ ଭୋଟିଂ କେନ୍ଦ୍ରରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭୋଟିଂରେ ସ୍ବଚ୍ଛତା ଅବଲମ୍ବନ କରାଯାଉନଥିବା ନେଇ ଆମେରିକା ମଧ୍ୟ ଅଭିଯୋଗ ଆଣିଥିଲା। ଏହା ସତ୍ତ୍ୱେ ମଧ୍ୟ ପୁଟିନ ପୁଣି ଥରେ ବିଜୟୀ ହୋଇଛନ୍ତି। ୪ ପ୍ରତିଶତ ଭୋଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ରୁଷିଆନ ଫେଡେରେସନର ପ୍ରାର୍ଥୀ ନିକୋଲାଇ ଖାରିତୋନଭ୍।
ଏହାପୂର୍ବରୁ ରବିବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପ୍ରକ୍ରିୟା ଶେଷ ହୋଇଥିଲା । ମୋଟ ୧୧.୪୨ କୋଟି ଭୋଟରଙ୍କ ମଧ୍ୟରୁ ୭୨.୮୪ ପ୍ରତିଶତ ଲୋକ ତିନି ଦିନରେ ଭୋଟ୍ ଦେଇଛନ୍ତି । ୧୯୯୯ ମସିହାରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଭାବରେ ପୁଟିନ ରୁଷରେ କ୍ଷମତାରେ ଅଛନ୍ତି । ଯେତେବେଳେ ସ୍ୱାସ୍ଥ୍ୟ ଖରାପ ହେତୁ ବୋରିସ୍ ୟେଲତସିନ୍ ତାଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ, ସେବେ ରୁଷ ନିଜର ଅସ୍ତିତ୍ୱ ପାଇଁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710729637.jpg)