Advertisment

ଋଷରେ ପୁଟିନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା, ଗୁପ୍ତ ସନ୍ତାନ ଲୁଇଜ୍‌ର ଫଟୋ ଭାଇରାଲ !

ଲୁଇଜ୍ ରୋସୋଭା ଏବେ ଅଧ୍ୟୟନ କରୁଛନ୍ତି । ସେ ଜଣେ ସାଧାରଣ କ୍ଲିନର୍‌ରୁ ମଲ୍ଟିମିଲିନିୟର ବ୍ୟବସାୟୀ ପାଲିଟିଥିବା ଶ୍ୱେତଲିନା କ୍ରିଭୋନୋଗିଖଙ୍କ ଝିଅ ।

ଅଦ୍ୟତନ ହୋଇଛି
Putin's Secret Child

Putin's Secret Child

Advertisment

ଲୁଇଜ ରୋଜୋଭା ଏବେ ଟିନ୍‌ ଏଜ୍‌ରେ ଅଛନ୍ତି। ଆଉ ସେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହୋମ୍‌ଟାଉନ୍‌ ସେଣ୍ଟ ପିଟର୍ସବର୍ଗରେ ରୁହନ୍ତି। ତାଙ୍କୁ ଋଷର ଗଣମାଧ୍ୟମ ସବୁବେଳେ ଭ୍ଲାଦିମିର ପୁଟିନଙ୍କ ସିକ୍ରେଟ୍ ଚାଇଲ୍ଡ ଭାବରେ ଉପସ୍ଥାପନ କରିଥାନ୍ତି । ଏଭଳି ଗୁଜବ କାରଣରୁ ତାଙ୍କ ଜୀବନରେ ଅନେକ ପ୍ରଭାବ ପଡ଼ିଛି । ଏହି କାରଣରୁ ସେ ପ୍ରାୟତଃ ସର୍ବସାଧାରଣ ସ୍ଥାନରୁ ଦୂରେଇ ରୁହନ୍ତି ।

Advertisment
Putin's Secret ChildPutin's Secret Child

ଲୁଇଜ୍ ରୋସୋଭା ଏବେ ଅଧ୍ୟୟନ କରୁଛନ୍ତି । ସେ ଜଣେ ସାଧାରଣ କ୍ଲିନର୍‌ରୁ ମଲ୍ଟିମିଲିନିୟର ବ୍ୟବସାୟୀ ପାଲିଟିଥିବା ଶ୍ୱେତଲାନା କ୍ରିଭୋନୋଗିଖଙ୍କ ଝିଅ। ୪୫ ବର୍ଷୀୟ ଶ୍ୱେତଲାନା ଏବେ ଋଷ ବ୍ୟାଙ୍କର ଏକ ପାର୍ଟନର ରହିଛନ୍ତି। ତାଙ୍କୁ ଭ୍ଲାଦିମିର ପୁଟିନଙ୍କ ଗର୍ଲଫ୍ରେଣ୍ଡ ବୋଲି ମଧ୍ୟ କୁହାଯାଏ ।

Putin's Secret ChildPutin's Secret Child

ଏବେ ଲୁଇଜ୍ ରୋଜୋଭାଙ୍କ ମାଆ ଶ୍ୱେତଲାନାଙ୍କ ପାଖରେ ୩.୧ ମିଲିୟନ୍‌ର ମୋନୈକା ମେନ୍‌ସନ୍‌ ରହିଛି । ସେ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ସେ କେବେ ତାଙ୍କ ଝିଅ ଲୁଇଜ୍‌ଙ୍କ ବାପା ପୁଟିନ୍‌ ବୋଲି କହିନାହାନ୍ତି। କିନ୍ତୁ ଲୁଇଜ୍‌ଙ୍କ ମୁହଁର ଗଢ଼ଣ ଅବିକଳ ପୁଟିନଙ୍କ ଭଳି ରହିଛି । ତେଣୁ ତାଙ୍କୁ ପୁଟିନ୍‌ଙ୍କ ସିକ୍ରେଟ୍‌ ଚାଇଲ୍ଡ ବୋଲି ଋଷୀୟ ଗଣମାଧ୍ୟମଗୁଡ଼ିକ ବିବେଚନା କରୁଛନ୍ତି।

Advertisment
Putin's Secret ChildPutin's Secret Child

ଭ୍ଲାଦିମିର ପୁଟିନ ଏହି ପ୍ରସଙ୍ଗ ନେଇ ସର୍ବସାଧାରଣରେ କେବେ ବି କିଛି କହିନାହାଁନ୍ତି । କିନ୍ତୁ ଶ୍ୱେତଲାନା ସ୍ୱୀକାର କରିଛନ୍ତି ଯେ, ପୁଟିନ୍‌ ଚେହେରା ସହ ଲୁଇଜ୍‌ଙ୍କ ଗଢ଼ଣ କିଛି ମାତ୍ରାରେ ମିଶୁଥାଇପାରେ। ଲୁଇଜ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କ ଫଲୋୟର୍‌ ସଂଖ୍ୟା ୮୪ ହଜାରରେ ପହଞ୍ଚିଲାଣି।

Putin's Secret ChildPutin's Secret Child

ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଲୁଇଜଙ୍କୁ ନେଇ ଚର୍ଚ୍ଚା ଜୋର ହେଉଛି । କିନ୍ତୁ ଦେଖିବାକୁ ଗଲେ ପୁଟିନଙ୍କ ସହ ଲୁଇଜ୍‌ଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ତଥାପି ତାଙ୍କୁ ଟ୍ରୋଲ କରିବା ଛାଡି ନାହାଁନ୍ତି ସୋସିଆଲ ମିଡିଆ ୟୁଜର୍ସ । କେହି କେହି ତାଙ୍କ ଆକାଉଣ୍ଟରେ ଲେଖିଛନ୍ତି - 'ହତ୍ୟାକାରୀର ଝିଅ, ଯୁଦ୍ଧ ଅପରାଧୀ, ମାନସିକ ରୋଗୀ ଏବଂ ଡ୍ରଗ୍ ଆଡିକ୍ଟର ଝିଅ'।

Advertisment
Putin's Secret ChildPutin's Secret Child

ଲୁଇଜ୍‌ଙ୍କୁ ନେଇ ଭୁଲ୍‌ ଚର୍ଚ୍ଚା କରାଯାଉଥିବାରୁ ଅନେକ ଏହାକୁ ନିନ୍ଦା ମଧ୍ୟ କରିଛନ୍ତି । କିଛି ଲୋକ ଲେଖିଛନ୍ତି ଯେ, ତାଙ୍କୁ ଏନେଇ କିଛି କହିବା ଆବଶ୍ୟକ ନାହିଁ । କାରଣ ଏଥିରେ ତାଙ୍କର କିଛି ଭୁଲ ନାହିଁ । ସେପଟେ ଲୁଇଜ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । କିନ୍ତୁ ସୋସିଆଲ ମିଡିଆରେ ସେ ନିଜର ବିଳାସପୂର୍ଣ୍ଣ ଲାଇଫ୍‌ଷ୍ଟାଇଲ ଫଟୋ ସବୁବେଳେ ପୋଷ୍ଟ କରୁଛନ୍ତି ।

Russia-Ukraine War Putin's Secret Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ