Advertisment

ୟୁକ୍ରେନ୍‌ ସେନାଙ୍କ ଗୁଳିରେ ଟଳିଲେ ଋଷିଆ ମେଜର୍‌ ଜେନେରାଲ !

ୟୁକ୍ରେନ୍‌ ଖାରକିଭ୍‌ରେ ରୁଷର ମେଜର ଜେନେରାଲ ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ଆଖିବୁଜିଛନ୍ତି। ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Russia General Killed

Russia General Killed

Advertisment

ୟୁକ୍ରେନ୍-ରୁଷିଆ ଘମାଘୋଟ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ୟୁକ୍ରେନ୍ ଆକ୍ରମଣରେ ରୁଷିଆର ମେଜର ଜେନେରାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସୁଛି । ୟୁକ୍ରେନର ଖାରକିଭରେ ରୁଷିଆର ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି। ଏହି ଦାବି କରିଛି ୟୁକ୍ରେନ୍ ।

Advertisment

ୟୁକ୍ରେନ୍‌ ଖାରକିଭ୍‌ରେ ରୁଷର ମେଜର ଜେନେରାଲ ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ଆଖିବୁଜିଛନ୍ତି। ମେଜର ଜେନେରାଲ ବିଟାଲି ଗେରାସିମବଙ୍କ ମୃତ୍ୟୁ ହୋଇଛି। ‘ଦ କିଭ୍‌ ଇଣ୍ଡିପେଣ୍ଡେଣ୍ଟ’ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଦାବି କରିଛି। ଏହାପୂର୍ବରୁ ରୁଷର ଅନ୍ୟ ଜଣେ ବରିଷ୍ଠ ସୈନ୍ୟ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ନେଇ ୟୁକ୍ରେନ୍‌ ଦାବି କରିଥିଲା।

‘ଦ କିଭ୍‌ ଇଣ୍ଡିପେଣ୍ଡେଣ୍ଟ’ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟର ମୁଖ୍ୟ ଗୁପ୍ତଚର ବିଭାଗ କହିଛି ଯେ ଖାରକିଭ୍‌ ନିକଟରେ ୟୁକ୍ରେନ ରୁଷର ମେଜର ଜେନେରାଲ ବିଟାଲି ଗେରାସିମବଙ୍କୁ ହତ୍ୟା କରିଛି। ଗେରାସିମବ ରୁଷର ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ ଥିଲେ, ଯିଏ ଦ୍ୱିତୀୟ ଚେଚନ୍ୟା ଯୁଦ୍ଧରେ ଭାଗ ନେଇଥିଲେ ଏବଂ ତାଙ୍କୁ କ୍ରିମିଆ ଉପରେ କବ୍‌ଜା କରିଥିବା ନେଇ ବୀର ପଦକରେ ସମ୍ମାନୀତ କରାଯାଇଥିଲା। ବିଟାଲି ସିରିଆ ଯୁଦ୍ଧରେ ମଧ୍ୟ ଭୂମିକା ଗ୍ରହଣ କରିଥିଲେ।

Advertisment

କିଛି ଦିନ ପୂର୍ବରୁ ରୁଷର ମେଜର ଜେନେରାଲ ଆନ୍ଦ୍ରେଇ ସୁଖୋଭେତ୍ସକିଙ୍କୁ ୟୁକ୍ରେନ ସୈନ୍ୟମାନେ ହତ୍ୟା କରିଥିଲେ। ପୁଟିନଙ୍କ ଅତ୍ୟନ୍ତ ଖାସ୍‌ ବୋଲି କୁହାଯାଉଥିବା ଆନ୍ଦ୍ରେଇ ରୁଷର ସପ୍ତମ ଏୟାରବୋର୍ନ ଡିଭିଜନର କମାଣ୍ଡିଂ ଅଫିସର ଥିଲେ। ଫେବୃଆରୀ ୨୪ରୁ ଚାଲିଥିବା ଏହି ଯୁଦ୍ଧରେ ରୁଷ ତା’ର ଦୁଇଜଣ ବରିଷ୍ଠ ସୈନିକଙ୍କୁ ହରାଇଛି। ସେପଟେ କିନ୍ତୁ ରୁଷ ସରକାରଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Ukraine Russia War Russia General Killed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ