Advertisment

ଫେରିଲା ତାଲିବାନ୍‌, ଆତଙ୍କରେ ଆଫ୍‌ଗାନ୍‌

ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏୟାରପୋର୍ଟରେ ଗୁଳିମାଡ଼ ସାଙ୍ଗକୁ ଦଳାଚକଟା ଓ ଉଡ଼ନ୍ତା ବିମାନରୁ ଖସି ଅନେକ ଲୋକଙ୍କ ମୃତ୍ୟୁର ବି ସୂଚନା ମିଳୁଛି।

ଅଦ୍ୟତନ ହୋଇଛି
ଫେରିଲା ତାଲିବାନ୍‌, ଆତଙ୍କରେ ଆଫ୍‌ଗାନ୍‌

Afghanistan

Advertisment

ଭୁବନେଶ୍ୱର: ଫେରିଲା ତାଲିବାନ, ଆତଙ୍କରେ ସାରା ଆଫଗାନିସ୍ତାନ। ତାଲିବାନର କ୍ଷମତା ଦଖଲ ପରେ ଲୋକଙ୍କୁ ଭୟ ଏମିତି ଘାରିଛି ଯେକୌଣସି ମତେ ଦେଶ ଛାଡ଼ି ଚାଲିଯିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମରୁ ଏୟାରପୋର୍ଟରେ ସାଂଘାତିକ ସ୍ଥିତି ସୃଷ୍ଚି ହୋଇଛି। ଏପରିକି ବିମାନରେ ଓହଳି ପଳାୟନ ଉଦ୍ୟମ ବେଳେ କିଛି ଲୋକ ଉଡ଼ନ୍ତା ବିମାନରୁ ଖସି ପଡୁଥିବାର ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। ଅପରପକ୍ଷେ ତାଲିବାନ୍ ଡରରେ ଗାଦିଛାଡ଼ି ତାଜିକିସ୍ତାନ ପଳାଇଥିବା ରାଷ୍ଟ୍ରପତି ଅଶ୍ରଫ୍ ଘନି ପ୍ରଥମଥର ପାଇଁ ସୋସିଆଲ୍ ମିଡିଆରେ ନିଜ ବିବୃତ୍ତି ରଖି, ଏହା ଛଡ଼ା ତାଙ୍କ ପାଖରେ ଆଉ ଅନ୍ୟ ରାସ୍ତା ନଥିଲା ବୋଲି ଲେଖିଛନ୍ତି।

Advertisment

ଭୟ, ଆତଙ୍କ ଓ ଅନିଶ୍ଚିତତାର ସାଂଘାତିକ ସ୍ଥିତି। ତାଲିବାନଠୁ ଜୀବନ ବଞ୍ଚାଇ ଦେଶଛାଡ଼ି ଚାଲିଯିବା ଉଦ୍ୟମର ବିକଳ ଚିତ୍ର ଆଜି ଦେଖିବାକୁ ମିଳିଥିଲା। କାବୁଲ ହେଉ କି କାନ୍ଦାହାର, ଏୟାରପୋର୍ଟରେ ହାହାକାର ସ୍ଥିତି। ଭିଡ଼ ଏମିତି, ଯେମିତି ଇଏ ବିମାନ ବନ୍ଦର ନୁହେଁ ବସଷ୍ଟାଣ୍ଡ। ପ୍ଲେନ୍ ତ ନୁହେଁ ଲୋକାଲ୍ ଟ୍ରେନ। ସୋସିଆଲ୍ ମିଡିଆରେ ଭାଇରାଲ୍ ଗୋଟିକ ପରେ ଗୋଟିଏ ଛାତି ଥରାଇ ଦେବା ଭଳି ଦୃଶ୍ୟ, ମନ ମସ୍ତିଷ୍କକୁ ବିଚଳିତ କରିଦେଲା ଭଳି ଚିତ୍ର ଦେଖିବାକୁ ମିଳିଛି। ଆତଙ୍କୀଙ୍କ ବନ୍ଧୁକକୁ ଡରି ଆଫଗାନ୍ ଛାଡ଼ିବାର ପ୍ରୟାସରେ କିଏ ବିମାନର ଚକ ଉପରେ ଚଢ଼ିଗଲେଣି ତ କେଉଁଠି ଉଡ଼ାଣ ଭରୁଥିବା ଫ୍ଲାଇଟରେ ଯେକୌଣସି ମତେ ପଶିଯିବାକୁ ଉଦ୍ୟମ କରୁଥିଲେ ଲୋକେ। ଟ୍ରେନ୍ ଧରିଲା ଭଳି ରନୱେରେ ଦୌଡ଼ୁଛନ୍ତି ଶହ ଶହ ଆଫଗାନୀ ଓ ବିଦେଶୀ ଜନତା।

ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଛି। ଭିଡ଼ ନିୟନ୍ତ୍ରଣ ପାଇଁ ଏୟାରପୋର୍ଟରେ ଗୁଳିମାଡ଼ ସାଙ୍ଗକୁ ଦଳାଚକଟା ଓ ଉଡ଼ନ୍ତା ବିମାନରୁ ଖସି ଅନେକ ଲୋକଙ୍କ ମୃତ୍ୟୁର ବି ସୂଚନା ମିଳୁଛି।

Advertisment

ଏପଟେ ୨୦ ବର୍ଷ ପରେ କାବୁଲ ଦଖଲ ପରେ ତାଲିବାନୀ ନେତାମାନେ ରାଷ୍ଟ୍ରପତି ପ୍ୟାଲେସକୁ ପ୍ରବେଶ କରିବାର ଦୃଶ୍ୟ ବି ସାମ୍ନାକୁ ଆସିବାରେ ଲାଗିଛି। ଅଲ୍ଜଜିରା ଚ୍ୟାନେଲ୍ ସହ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ସେହିସବୁ ଚିତ୍ର। ତାଲିବାନୀ ଫାଇଟରଙ୍କ ଗହଣରେ ଶୀର୍ଷ ନେତା ମାନେ ପ୍ୟାଲେସରେ ବିଭିନ୍ନ ସ୍ଥାନ ବୁଲି ଦେଖିବା, ଗାଦିରେ ବସିବା ସହ ଫଟୋ ଉଠାଇବା ଏବଂ ଏପରିକି ପାର୍ଲାମେଣ୍ଟରେ ମଧ୍ୟ ସଶସ୍ତ୍ର ତାଲିବାନୀ ଆତଙ୍କୀ ଆଡ୍ଡା ଜମାଇବା ସହ ସ୍ପିକର ଚେୟାର ବସୁଥିବାର ମୋବାଇଲ୍ ଭିଡିଓ ସାମ୍ନାକୁ ଆସିଛି। କ୍ଷମତାକୁ ଆସିବା ପରେ ସଂଗଠନର ଟପ୍ ନେତା ମୁଲ୍ଲା ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଉ ଏପଟେ ତାଲିବାନ୍ ଭୟରେ ଗାଦି ଛାଡ଼ି ତାଜିକିସ୍ତାନ ଚାଲିଯାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନି ସୋସିଆଲ ମିଡ଼ିଆରେ ପ୍ରଥମଥର ପାଇଁ ବିବୃତ୍ତି ଜାରି କରି ଦେଶରେ ରକ୍ତବନ୍ୟାକୁ ରୋକିବା ଲାଗି ଦେଶଛାଡ଼ିବା ବ୍ୟତିତ ତାଙ୍କ ପାଖରେ ଆଉ ଅନ୍ୟ ଉପାୟ ନଥିଲା ବୋଲି ଲେଖିଛନ୍ତି। ହେଲେ ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ସାରା ବିଶ୍ୱ ଚୁପଚାପ୍‌ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ନୂଆଦିଲ୍ଲୀରେ ଥିବା ଆଫଗାନିସ୍ତାନର ପୂର୍ବତନ ସାଂସଦ ଜମିଲ କାରଜାଇ ମଧ୍ୟ ଏଭଳି କଠିନ ସମୟରେ ରାଷ୍ଟ୍ରପତି ଘନି ଦେଶ ଛାଡ଼ି ଚାଲିଯିବା ଠିକ ହୋଇନାହିଁ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ବିଶେଷଜ୍ଞଙ୍କ ମତରେ ଆଫଗାନିସ୍ତାନର ଶାସନକ୍ଷମତା ତାଲିବାନ ହାତକୁ ଯିବା ଭାରତ ପାଇଁ ଆଦୌ ଶୁଭଙ୍କର ନୁହେଁ।

Advertisment

ଆଫଗାନିସ୍ତାନକୁ ତାଲିବାନ୍ କବଜାକୁ ନେବା ପରେ ନିଜର ଏବଂ ଦେଶରେ ଥିବା ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କ ଭବିଷ୍ୟତକୁ ନେଇ ଆଶଙ୍କାରେ ଭାରତ ସମେତ ବିଭିନ୍ନ ଦେଶରେ ରହୁଥିବା ଆଫଗାନ୍ ନାଗରିକ। ଏପଟେ ଆମେରିକାରେ ଶୁଭିଛି ତାଲିବାନ୍ ବିରୋଧୀ ସ୍ୱର। ଆମେରିକାର ହ୍ୱାଇଟ୍‌ ହାଉସ ସାମ୍ନାରେ ଶହ ଶହ ଲୋକ ତାଲିବାନ ବିରୋଧୀ ନାରା ଦେବା ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ବାଇଡେନ ଆଫଗାନ ନାଗରିକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏପରିକି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଆଫଗାନିସ୍ତାନର ବର୍ତ୍ତମାନ ସ୍ଥିତି ପାଇଁ ବାଇଡେନଙ୍କ ନୀତିକୁ ସମାଲୋଚନା କରିଛନ୍ତି। ତେବେ ଏଭଳି ସମାଲୋଚନାକୁ ଖଣ୍ଡନ କରି ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଟୁଇଟ୍ କରି କହିଛନ୍ତି ଆଫଗାନିସ୍ତାନରେ ଲମ୍ବା ସମୟ ଧରି ରହିବା ଆମେରିକୀୟଙ୍କ ସ୍ୱାର୍ଥ ଅନୁକୂଳ ନଥିଲା। ଆଫଗାନ ଫୋର୍ସର ଅତିଶୀଘ୍ର ପରାଜୟ ଓ ତାଲିବାବ୍ର କ୍ଷମତା ଦଖଲ ଆମେରିକାର ଆକଳନ ବାହାରେ ଥିଲା ବୋଲି ସେ କହିଛନ୍ତି।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ