Advertisment

ଅଜବ ନିୟମ ! ଅନ୍ୟ ଦେଶର ଫିଲ୍ମ ଦେଖିବାରୁ ୧୪ ବର୍ଷର ଛାତ୍ରକୁ ୧୪ ବର୍ଷ ଜେଲ୍‌

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି ।

North korea

North korea

Advertisment

ପିଲାଠାରୁ ବୁଢ଼ା ଯାଏଁ, ସମସ୍ତେ ଫିଲ୍ମ ଦେଖିବାକୁ ଭଲ ପାଆନ୍ତି । ବଡ଼ ମାନେ ଟାଇମ୍‌ ପାସ୍‌ ପାଇଁ ଫିଲ୍ମ ଦେଖିବାକୁ ଭଲ ପାଉଥିବା ବେଳେ ଛୋଟ ପିଲାଙ୍କ ପାଇଁ ଫିଲ୍ମ ଦେଖିବା ଏକ ଅନନ୍ୟ ଅନୁଭବ । ତେବେ ଆପଣ କେବେ ଶୁଣିଛନ୍ତି କି ଫିଲ୍ମ ଦେଖିବା ଯୋଗୁଁ, କାହାକୁ ଜେଲ୍‌ ଦଣ୍ଡ ଦିଆଯାଇଛି । ନିକଟରେ ଉତ୍ତର କୋରିଆରେ ଠିକ୍‌ ଏମିତି କିଛି ଘଟଣା ଘଟିଛି । ଜଣେ ୧୪ ବର୍ଷର ସ୍କୁଲ ଛାତ୍ର ୫ ମିନିଟ୍‌ ପାଇଁ ଫିଲ୍ମ ଦେଖିଥିଲେ । ଯାହାଫଳରେ ତାଙ୍କୁ ୧୪ ବର୍ଷର ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Advertisment

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ-ଜୋଙ୍ଗ ଏବଂ ତାଙ୍କର ସରକାର, ସବୁବେଳେ ନିଜର ଅଜବ ଗଜବ ନିଷ୍ପତି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଉତ୍ତର କୋରିଆବାସୀ ଅନେକ ପ୍ରତିବନ୍ଧକ ମଧ୍ୟରେ ଜୀବନ ବିତାଉଛନ୍ତି । ଯେଉଁଥିରୁ ବାହାରିବା ତାଙ୍କ ପାଇଁ ମୁସ୍କିଲ । ସେଠାକାର ସରକାର ଓ ତାଙ୍କ ଦ୍ୱାରା ପ୍ରସ୍ତୁତ କାନୁନ, ତାଲିବାନୀ ଶାସନଠାରୁ କମ୍ ନୁହେଁ । ନିକଟରେ ଏବେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ୧୪ ବର୍ଷର ସ୍କୁଲ ଛାତ୍ର ଦକ୍ଷିଣ କୋରିଆ ଚଳଚ୍ଚିତ୍ରର ଏକ ଛୋଟ ଦୃଶ୍ୟ ଦେଖିଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି ।

ପିଲାଟି ୫ ମିନିଟ୍ ପାଇଁ ଦେଖିଥିଲା ​​ଫିଲ୍ମ

ଗଣମାଧ୍ୟମ (ଡେଲି ଷ୍ଟାର) ରିପୋର୍ଟ ଅନୁଯାୟୀ, ନଭେମ୍ବର ୭ରେ ଜଣେ ୧୪ ବର୍ଷର ବାଳକ ଦକ୍ଷିଣ କୋରିଆର ଫିଲ୍ମ ‘ଦି ଅଙ୍କଲ’ର ୫ ମିନିଟର ଏକ ସିନ୍‌ ଦେଖିଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ଫିଲ୍ମଟି ମିଷ୍ଟ୍ରି ଏବଂ ଡ୍ରାମା ଆଧାରିତ । ଏହାକୁ କିମ୍ ୟୋଙ୍ଗ ଜିନ୍‌ ନିର୍ଦ୍ଦେଶନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଗିରଫ ଅଭିଯୁକ୍ତ ହେଇସେନ ସିଟିର ଏକ ଏଲିମେଣ୍ଟ୍ରି ଏବଂ ମିଡିଲ୍‌ ସ୍କୁଲର ଛାତ୍ର । ପିଲାଟି ମାତ୍ର ୫ ମିନିଟ୍ ପାଇଁ ଏହି ଫିଲ୍ମ ଦେଖିଥିଲା । ​​ଯାହା ପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇ ୧୪ ବର୍ଷର ଶଶ୍ରମ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି ।

Advertisment

ମାତା-ପିତାଙ୍କୁ ବି ମିଳିପାରେ ଦଣ୍ଡ

କୁହାଯାଉଛି, ଦେଶର ଆସୋସିଏସନ ସିଷ୍ଟମ ଅଧୀନରେ ପିଲାଟିର ପିତା-ମାତାଙ୍କୁ ମଧ୍ୟ ଗିରଫ କରାଯାଇପାରେ । ଏହି ନିୟମ ଅଧିନରେ ଯଦି ସଂସ୍କୃତି ସହ ଜଡ଼ିତ କିଛି ବି ଅପରାଧ ଦେଶରେ ଘଟେ, ଆଉ ଏହାର କାରଣ ଯଦି ଦାୟିତ୍ୱ ହୀନତା ପାଇଁ ହୋଇଥାଏ, ତେବେ ଏହି ଦାୟିତ୍ୱହୀନ ଶିକ୍ଷା ପାଇଁ ଯିଏ ଦାୟୀ ତାଙ୍କୁ ୧୬ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ । ଏହି ପରିମାଣ ସେଠାକାର ଲୋକଙ୍କ ପାଇଁ ଢ଼େର ଅଧିକ । କାରଣ ସେଠାରେ ଲୋକଙ୍କ ରୋଜଗାର ଖୁବ୍‌ କମ୍‌ । ଲୋକଙ୍କୁ ଖୁବ୍‌ କମ୍‌ ପରିମାରଣ ଦରମା ମିଳିଥାଏ ।

North Korea South Korea
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ