Advertisment

ଅଜଣା ମସ୍ତିଷ୍କ ରୋଗରେ ୬ ମୃତ, ୫୦ ଆକ୍ରାନ୍ତ

କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ୫୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି ।

Brain Disease

Brain Disease

Advertisment

ନୂଆଦିଲ୍ଲୀ: କରୋନା ପରେ ପୁଣି ସାମ୍ନାକୁ ଆସିଲା ଏକ ରହସ୍ୟମୟ ରୋଗ । କାନାଡାର ନ୍ୟୁ ବ୍ରନ୍ସୱିକ୍ ସହରରେ ଏହି ଅଜଣା ମସ୍ତିଷ୍କ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ୬ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ଅଜଣା ମସ୍ତିଷ୍କ ରୋଗରେ ଅନେକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ୫୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଛି ।

Advertisment

କରୋନାର ଭୟାବହ କମି ନଥିବା ବେଳେ ଆଉ ଏକ ନୂଆ ରୋଗ ଏବେ ଆଖି ସାମ୍ନାକୁ ଆସିବାରେ ଲାଗିଛି । ଏନେଇ ଏବେ କାନାଡା ଚିନ୍ତାରେ ପଡିଛି । କାନାଡାରେ ଦେଖାଯାଇଥିବା ଏହି ଅଜଣା ମସ୍ତିସ୍କ ରୋଗରେ ୬ ଜଣଙ୍କର ଜୀବନ ଗଲାଣି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୪୮ ଜଣ ଲୋକ ଏହି ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ଲୋକେ ଭୁଲିଯିବା ଏବଂ ଦ୍ୱନ୍ଦ୍ୱରେ ପଡିବା ଆଦି ଅଭିଯୋଗ କରିଛନ୍ତି। ଏହି ରହସ୍ୟମୟ ନ୍ୟୁରୋଲୋଜିକାଲ୍ ସିଣ୍ଡ୍ରୋମ ବିଷୟରେ ସ୍ଥାନୀୟ କର୍ତ୍ତୃପକ୍ଷ ମଧ୍ୟ ତଦନ୍ତ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଡାକ୍ତରମାନେ ଏହି ରୋଗର କାରଣ ଜାଣିପାରୁ ନାହାଁନ୍ତି। ରିପୋର୍ଟ ଅନୁଯାୟୀ ମୃତ୍ୟୁ ଘଟିଥିବା ଲୋକଙ୍କର ବୟସ ୧୮ ରୁ ୮୫ ବର୍ଷ ଅଟେ ।

Advertisment

ଏହି ରୋଗରେ ଦେଖାଯାଉଥିବା ଲକ୍ଷଣ ।

ପୀଡ଼ିତାଙ୍କ ମନରେ ଥକାପଣ ଦେଖାଯାଉଛି। ଏହି ରୋଗ ଦ୍ୱାରା ଲୋକଙ୍କ ମଧ୍ୟରେ ଚିନ୍ତା, ମୁଣ୍ଡ ବୁଲାଇବା, ମତିଭ୍ରମ, ଯନ୍ତ୍ରଣା, ଭୁଲିବା ଆଦି ଲକ୍ଷଣ ଦେଖାଯାଉଛି । ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ରିପୋର୍ଟ ଅନୁଯାୟୀ ଏହି ରୋଗରେ ଆକ୍ରାନ୍ତ ଜଣେ ଝିଅ ଏକ ଅଦ୍ଭୂତ କଥା କହିଛନ୍ତି ଯେ ତାଙ୍କୁ ସମାନ ଟିଭି ଶୋ ବାରମ୍ବାର ଦେଖିବାକୁ ପଡୁଛି, କାରଣ ସେ ନୂଆ ତଥ୍ୟକୁ ମନେ ରଖିପାରୁ ନାହାନ୍ତି। ଏହି ରୋଗରେ ନିଜ ମାଂସପେଶୀ ଉପରେ ମଧ୍ୟ ନିୟନ୍ତ୍ରଣ ରହୁନାହିଁ।

ଜନସ୍ୱାସ୍ଥ୍ୟ ଏଜେନ୍ସି ଅଫ୍ କାନାଡା (PHAC) ଗତ ବର୍ଷ ଶେଷରେ ଏହି ଅଞ୍ଚଳରେ ଏକ ବଡ ଅଜଣା ମସ୍ତିଷ୍କ ରୋଗ ବିଷୟରେ ଚେତାବନୀ ଦେଇଥିଲେ । ଏହି ରୋଗରେ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ବେଳେ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । PHAC କହିଛି ଯେ ନ୍ୟୁ ବ୍ରନ୍ସୱିକ୍ ପ୍ରଦେଶର ଅଧିକାରୀ ମାନେ ବର୍ତ୍ତମାନ ନିଜେ ଅନୁସନ୍ଧାନର ନେତୃତ୍ୱ ନେଇଛନ୍ତି। ଏଥିରେ ଫେଡେରାଲ୍ ଏଜେନ୍ସିର ଭୂମିକା ସହାୟକ ହେବ ।

Advertisment
Canada Death Unknown Brain Disease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ