Advertisment

ଦକ୍ଷିଣ ଆଫ୍ରିକାରେ ଭାରତୀୟ ନାଗରିକଙ୍କ ବିରୋଧରେ ହିଂସା

ଦକ୍ଷିଣ ଆଫ୍ରିକାର କେତେକ ପ୍ରଦେଶରେ ଆଜିକାଲି ଭାରତୀୟ ଏବଂ ଅଶ୍ୱେତ ଆଫ୍ରିକୀୟ ସମୁଦାୟ ମଧ୍ୟରେ ଜାତିଗତ ତିକ୍ତତା ଚାଲିଛି। ତେଣୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶୁକ୍ରବାର କହିଛନ୍ତି ଯେ ସେ ପୋଲିସ ମନ୍ତ୍ରୀ ଓ କ୍ୱାଜୁଲୁ ନାଟାଲ ପ୍ରଦେଶର ମୁଖ୍ୟଙ୍କୁ ଡର୍ବାନ ସହରକୁ ପଠାଇଛନ୍ତି।

ଦକ୍ଷିଣ ଆଫ୍ରିକାରେ ଭାରତୀୟ ନାଗରିକଙ୍କ ବିରୋଧରେ ହିଂସା

South Africa President

Advertisment

ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକାର କେତେକ ପ୍ରଦେଶରେ ଆଜିକାଲି ଭାରତୀୟ ଏବଂ ଅଶ୍ୱେତ ଆଫ୍ରିକୀୟ ସମୁଦାୟ ମଧ୍ୟରେ ଜାତିଗତ ତିକ୍ତତା ଚାଲିଛି। ତେଣୁ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସା ଶୁକ୍ରବାର କହିଛନ୍ତି ଯେ ସେ ପୋଲିସ ମନ୍ତ୍ରୀ ଓ କ୍ୱାଜୁଲୁ ନାଟାଲ ପ୍ରଦେଶର ମୁଖ୍ୟଙ୍କୁ ଡର୍ବାନ ସହରକୁ ପଠାଇଛନ୍ତି। ପ୍ରକାଶଥାଉ ଯେ ଡର୍ବାନରେ ବହୁ ସଂଖ୍ୟକ ଭାରତୀୟ ମୂଳ ଲୋକ ବାସ କରନ୍ତି। ନିକଟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀ ନାଲେଦି ପଣ୍ଡୋରଙ୍କ ସହ କଥା ହୋଇ ସେଠାକାର ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

Advertisment

ସୂଚନା ମୁତାବକ ପୂର୍ବତନ ରାଷ୍ଟ୍ରପତି ଯାଦବ ଜୁମାଙ୍କ ଜୁଲାଇ ୭ ଗିରଫ ପରେ ହିଂସାକୁ ନେଇ ଦୁଇ ସମ୍ପ୍ରଦାୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଫିନିକ୍ସ ଏବଂ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଡର୍ବାନ୍ ଏବଂ ଏହାର ଆଖପାଖ ସହରଗୁଡିକରେ ବ୍ୟାପକ ହିଂସା ଆରମ୍ଭ ହୋଇଥିଲା। ଏହି ଅଞ୍ଚଳରେ ହିଂସା ଏବଂ ଲୁଟ୍ ଘଟଣା ପରେ ରାମାଫୋସା ଇଥେକ୍‌ବିନିର କିଛି ସ୍ଥାନକୁ ଯାଇଥିଲେ।

ତେବେ ସେ ଅଧିକ ପ୍ରଭାବିତ ହୋଇଥିବା ଫିନିକ୍ସ ଏବଂ କ୍ୱାଜୁଲୁ-ନାଟାଲ୍ ପ୍ରଦେଶର ରାଜଧାନୀ ପିଟରମାରିଜବର୍ଗ ପରିଦର୍ଶନ କରି ନାହାଁନ୍ତି। କ୍ୱାଜୁଲୁ ନାଟାଲ୍ ପ୍ରଦେଶର ଡର୍ବାନ୍ ସବୁଠାରୁ ବଡ ସହର। ରାମାଫୋସା ପୋଲିସ ମନ୍ତ୍ରୀ ଭେକି ସେଲେ ଏବଂ କ୍ୱାଜୁଲୁ ନାଟାଲ ପ୍ରଦେଶ ମୁଖ୍ୟ ସିହଲେ ଜିକାଲାଲାଙ୍କୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଉକ୍ତ ଅଞ୍ଚଳକୁ ଯିବାକୁ କହିଥିଲେ।

Advertisment

ତେବେ ପୋଲିସ ମନ୍ତ୍ରୀ ଫିନିକ୍ସ ଯାଉଥିବା ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି । ଏହା ସହିତ ସେ କହିଛନ୍ତି ଯେ “ଆମର ସ୍ଥାନୀୟ ନେତା- ପ୍ରମୁଖ, ନଗର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ଏହି ପରିସ୍ଥିତିର ମୁକାବିଲା କରିବାକୁ ଯାଉଛନ୍ତି।” ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାରେ ବ୍ୟାପକ ହିଂସା ଏବଂ ଦଙ୍ଗା ନେଇ ଚିନ୍ତିତ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବୁଧବାର ତାଙ୍କ ଦକ୍ଷିଣ ଆଫ୍ରିକାର ପ୍ରତିପକ୍ଷ ନାଲେଦି ପାଣ୍ଡୋରଙ୍କ ସହ ଆଲୋଚନା କରିଛନ୍ତି ।

Advertisment

ଏହି ପରିପ୍ରେକ୍ଷୀରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଫିନିକ୍ସ ଏବଂ ଚେଟ୍‌ସୱର୍ଥ ହେଉଛି ଦୁଇଟି ବୃହତ ସହର ଯାହା ରଙ୍ଗଭେଦ ନୀତି ସମୟରେ ହଜାର ହଜାର ଭାରତୀୟ ନାଗରିକଙ୍କୁ ବଳପୂର୍ବକ ସେଠାକୁ ସ୍ଥାନାନ୍ତର କରିବା ପାଇଁ ନିର୍ମିତ ହୋଇଥିଲା। ବର୍ତ୍ତମାନ ଅଶ୍ୱେତ ଆଫ୍ରିକୀୟମାନଙ୍କର ଅନେକ ସହର ଫିନିକ୍ସ ଚାରିପାଖରେ ଗଢିଉଠିଛି।

South Africa Violence Against India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ