Advertisment

ଭାରତ ପରେ ଏବେ ଲଣ୍ତନରୁ ବି ବିଦା ହେବେ ବିଜୟ ମାଲ୍ୟା

ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି।

ଅଦ୍ୟତନ ହୋଇଛି
Mallya's House

Mallya's House

Advertisment

ଦେଶରୁ ହଜାର ହଜାର କୋଟି ଠକି ବିଦେଶକୁ ପଳାୟନ କରିଥିବା ବ୍ୟବସାୟୀ ଏବେ ବେଘର ହେବାକୁ ଯାଉଛନ୍ତି । ଲଣ୍ତନସ୍ଥିତ ତାଙ୍କର ଆଲିସାନ ଘର ଏବେ ନିଲାମ ହେବାକୁ ଯାଉଛି । ବିଜୟ ମାଲ୍ୟାଙ୍କୁ ଲଣ୍ଡନ ହାଇକୋର୍ଟ ପୂର୍ବରୁ ଦେବାଳିଆ ଘୋଷଣା କରିଥିବା ବେଳେ ଏବେ ବେଘର କରିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଅର୍ଥାତ ତାଙ୍କର ଆଲିସାନ୍ ଘରକୁ ନିଲାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ସୁଇସ୍‌ ବ୍ୟାଙ୍କ ୟୁବିଏସ୍‌ ସହ ଦୀର୍ଘ ଦିନ ଧରି ଆଇନଗତ ଲଢ଼େଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଦେଶ ଉପରେ ରୋକ ଲଗାଇବାକୁ ମାଲ୍ୟା କୋର୍ଟରେ ଆବେଦନ କରିଥିବା ବେଳେ ତାଙ୍କ ଆବେଦନ କିନ୍ତୁ ଅଗ୍ରାହ୍ୟ ହୋଇଯାଇଛି। ଲଣ୍ଡନର ରିଜେଣ୍ଟ ପାର୍କ ନିକଟରେ ଥିବା ଲକଜୁରୀ ଆପାର୍ଟମେଣ୍ଟରେ ଥିବା ଆଲିଶାନ ଫ୍ଲାଟ୍‌ରେ ମାଲ୍ୟାଙ୍କ ୯୫ ବର୍ଷୀୟା ମା’ ଲଳିତା ରହୁଛନ୍ତି। ଏହାର ମୂଲ୍ୟ ବହୁ ଲକ୍ଷ ପାଉଣ୍ଡ ହେବ ବୋଲି ଆକଳନ କରାଯାଇଛି।

ଲଣ୍ତନ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯଥା ଶୀଘ୍ର ମାଲ୍ୟାଙ୍କ ପରିବାର ନିଜ ଇଚ୍ଛାରେ ଘର ନ ଛାଡିଲେ ବାଧ୍ୟତାମୂଳକ ଭାବେ ତାଙ୍କୁ ସେ ଘରୁ ବିତାଡିତ କରାଯିବ । ଏହାର ଶୁଣାଣି କରି ଲଣ୍ଡନ ହାଇକୋର୍ଟ ବିଚାପତି ମ୍ୟେଥୁ ମାର୍ଶ କହିଛନ୍ତି, ମାଲ୍ୟାଙ୍କ ଉପରେ ସୁଇସ୍‌ ବ୍ୟାଙ୍କର ୨.୦୪ କୋଟି ପାଉଣ୍ଡର ଋଣ ଥିବା ବେଳେ ଦିନ ଗଡ଼ାଇ ଚାଲିଛନ୍ତି ମାଲ୍ୟା। ହେଲେ ଏହାକୁ ଶୁଝିବା ପାଇଁ ତାଙ୍କୁ ଅଧିକ ସମୟ ଦେଇ ହେବ ନାହିଁ। ତେଣୁ ମାଲ୍ୟାଙ୍କ ଉପରେ ଥିବା ଅବଶିଷ୍ଟ ବକେୟା ରାଶି ଆଦାୟ ପାଇଁ ଲଣ୍ଡନସ୍ଥିତ ଘରୁ ତାଙ୍କୁ ବେଦଖଲ କରାଯାଇ ପାରିବ ବୋଲି କହିଛନ୍ତି ବିଚାରପତି।

Advertisment

ସୂଚନାଯୋଗ୍ୟ, କିଙ୍ଗଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉର୍ଦ୍ଧ୍ୱ ବ୍ୟାଙ୍କରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା। କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ। ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ। ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା। ପଳାତକ ମାଲ୍ୟାଙ୍କୁ ସୁପ୍ରିମକୋର୍ଟ ୨୦୧୭ ମେ’ ୯ରେ ଦୋଷୀ ଘୋଷଣା କରିଥିଲେ, କାରଣ ସେ ନିଜ ସମ୍ପତ୍ତିର ପୂରା ତାଲିକା କୋର୍ଟଙ୍କ ନିକଟରେ ଦାଖଲ କରି ନ ଥିଲେ।

Vijay Mallya London Mansion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ