ଉତ୍ତର ଆଟ୍‌ଲାଣ୍ଟିକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଖବର ପାଇ ଫାୟାର ଫାଇଟର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏତେ ସହଜରେ ନିଆଁ ଲିଭିନଥିଲା।

Fire Mishap

ଉତ୍ତର ଆଟ୍‌ଲାଣ୍ଟିକ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ୩ଟି ଅଏଲ ଟାଙ୍କର, ଟ୍ରାକ୍ଟର ଏବଂ ଟ୍ରଲରରେ ନିଆଁ ଲାଗିବା ପରେ ଏକ ବିରାଟ ବିସ୍ଫରୋଣ ଘଟିଛି । ଏହାସହ ଦୀର୍ଘ ସମୟ ଧରି ଜଳିଥିଲା ନିଆଁ । ଶନିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା । ଖବର ପାଇ ଫାୟାର ଫାଇଟର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଏତେ ସହଜରେ ନିଆଁ ଲିଭିନଥିଲା।

ଗୋଟିଏ ପରେ ଗୋଟିଏ ଟାଙ୍କରରେ ନିଆଁ ଲାଗିବା ପରେ ନିଆଁର ମାତ୍ର ଅଧିକ ହୋଇଥିଲା। ଆଉ ତାକୁ ଆୟତ୍ତ କରିବା କଷ୍ଟସାଧ୍ୟ ଥିଲା ବୋଲି ନିଆଁ ଲିଭା କର୍ମଚାରୀମାନେ କହିଥିଲେ । ପୁରା ଅଞ୍ଚଳ ଧୁଆଁ ମୟ ହୋଇଯାଇଥିଲା ।

ଫାୟର ଡିପାର୍ଟମେଣ୍ଟ ପକ୍ଷରୁ ଏନେଇ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି । ଫଟୋ ଓ ଭିଡିଓକୁ ଦେଖିଲେ ଯେକେହି ବି ଅନୁମାନ କରିପାରିବେ, ନିଆଁ ପ୍ରକୋପ କେତେ ଭୟଙ୍କର ଥିଲା ।

ପ୍ରଥମେ ଉତ୍ତର ଆଟ୍‌ଲାଣ୍ଟିକ୍‌ ସର୍ଭିସରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା। ପରେ ଧିରେ ଧିରେ ଏହା ବ୍ୟାପିଥିଲା। ୬ରୁ ଅଧିକ ଦମକଳ ବାହିନୀ ଏହି ନିଆଁ ଲିଭା କାର୍ଯ୍ୟରେ ଯୋଗଦେଇଥିଲେ । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।