Advertisment

Operation Midnight Hammer: ଆମେରିକାର ଅପରେସନ୍ 'ମିଡଲାଇଟ୍ ହାମର୍', ୨୫ ମିନିଟରେ କରିଦେଲା ଛାରଖାର

ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗସେଥ୍ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଇରାନର ଆଣବିକ କାର୍ଯ୍ୟକ୍ରମ ଦ୍ୱାରା ଆମେରିକା ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ଆମେରିକାର ହିତ ଦୃଷ୍ଟିରୁ ଏପରି ଆକ୍ରମଣ କରାଯାଇଛି । ତା' ଛଡା ଇସ୍ରାଏଲ୍ ଆମ ମିତ୍ର ରାଷ୍ଟ୍ର ।

ଅଦ୍ୟତନ ହୋଇଛି
USA

USA

Advertisment

ଇରାନ ଉପରେ ଆକ୍ରମଣ ନେଇ ସ୍ପଷ୍ଟ କଲେ ଆମେରିକାର ପ୍ରତିରକ୍ଷା ସଚିବ । କହିଲେ, ଅପରେସନର ନାମ ‘ମିଡ୍‌ନାଇଟ୍‌ ହାମର’ ରଖାଯାଇଥିଲା । ଆକ୍ରମଣରେ ୧୪ଟି ବଙ୍କର-ବଷ୍ଟର ବୋମା ବ୍ୟବହାର କରାଯାଇଛି । ବି-2 ବମ୍ବର ଜରିଆରେ ସଠିକ୍‌ ଟାର୍ଗେଟ୍‌ ହିଟ୍‌ କରିଛୁ ବୋଲି କହିଲା ଆମେରିକା । ଆମେରିକା ଯୁଦ୍ଧ ଚାହେଁନି ବୋଲି ସ୍ପଷ୍ଟ କଲେ ପ୍ରତିରକ୍ଷା ସଚିବ । ଇରାନର ସାମରିକ କ୍ଷେତ୍ର ଓ ଲୋକଙ୍କୁ ଆକ୍ରମଣ କରିନି ଆମେରିକା । ଇରାନର ୩ ଆଣବିକ ପ୍ରସ୍ତୁତି କେନ୍ଦ୍ରକୁ ଆକ୍ରମଣ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଥିଲା ।

Advertisment

ଅପରେସନ୍ ମିଡନାଇଟ୍ ହାମର୍ ଜରିଆରେ ତାଙ୍କ ନିର୍ଦ୍ଦେଶର ଅନୁପାଳନ କରାଯାଇଛି । ଆମେରିକା ଶାନ୍ତି ଚାହେଁ । ଆଦୌ ଯୁଦ୍ଧ ଚାହେଁ ନାହିଁ । ଇରାନ ଏହାକୁ ଅନୁସରଣ କରୁ ବୋଲି କହିଲା ଆମେରିକା । ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗସେଥ୍ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଇରାନର ଆଣବିକ କାର୍ଯ୍ୟକ୍ରମ ଦ୍ୱାରା ଆମେରିକା ପ୍ରତି ବିପଦ ଆଶଙ୍କା ରହିଛି । ତେଣୁ ଆମେରିକାର ହିତ ଦୃଷ୍ଟିରୁ ଏପରି ଆକ୍ରମଣ କରାଯାଇଛି ।

ମିତ୍ର ରାଷ୍ଟ୍ର ଇସ୍ରାଏଲକୁ ସୁରକ୍ଷା ଦେବା ମଧ୍ୟ ଏହାର ଆଉ ଏକ ଉଦ୍ଦେଶ୍ୟ ବୋଲି ସ୍ପଷ୍ଟ କରିଛି ଆମେରିକା । ଏହି ଅପରେସନରେ ୧୨୫ଟି ବିମାନ ସାମିଲ୍ ହୋଇଥିଲା । ଏହା ଭିତରେ ୭ଟି ବି-୨ ବମ୍ୱର ମଧ୍ୟ ଥିଲା । ୨୫ ମିନିଟରେ ହୋଇଥିଲା ଏହି ଅପରେସନ । ଏଥିପାଇଁ ବହୁ ଆଗରୁ ଯୋଜନା କରାଯାଇଥିଲା ।

Advertisment

ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ଦିନକୁ ଦିନ ଅତି ଭୀଷଣ ହେବାରେ ଲାଗିଛି । ଦୁଇ ଦେଶ ପରସ୍ପର ଉପରେ ଶକ୍ତିଶାଳୀ ମିସାଇଲ ଆଟାକ୍‌ କରୁଥିବାରୁ ସ୍ଥିତି ଅତି ଭୟଙ୍କର ରୂପ ନେଉଛି । ଯୁଦ୍ଧ ନିଆଁରେ ଜଳୁଛି ଉଭୟ ଦେଶ । ଇରାନର ମିସାଇଲ ମାଡ଼ରେ ତେଲ୍‌ ଅଭିଭ୍‌ ସମେତ କେନ୍ଦ୍ରୀୟ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଇସ୍ରାଏଲ ମଧ୍ୟ ପ୍ରଚଣ୍ଡ ଜବାବୀ ଆକ୍ରମଣ କରୁଛି ।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ; ଆମେରିକାର ଆଟାକ୍‌ ପରେ ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି

Advertisment
USA Iran N-Deal Israel America Air Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ