Advertisment

Woman Died For 8 Minutes: ମୃତ୍ୟୁ ପରର ଦୁନିଆ; ୮ ମିନିଟ୍‌ ପାଇଁ ମରିଥିବା ମହିଳା ବଖାଣିଲେ ଅଦ୍ଭୁତ କଥା...

ମରିଗଲେ କି ଅନୁଭବ ହୁଏ ? ଆତ୍ମା କେଉଁଠିକୁ ଯାଏ, ଏସବୁ ପ୍ରଶ୍ନ ମଧ୍ୟରେ 8 ମିନିଟ୍ ପାଇଁ ମୃତ ଘୋଷିତ ହୋଇଥିବା ଜଣେ ୩୩ ବର୍ଷୀୟା ଆମେରିକୀୟ ମହିଳା ଯାହା ଦେଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେବ।

ଅଦ୍ୟତନ ହୋଇଛି
Woman Died For 8 Minutes

Woman Died For 8 Minutes

Advertisment

ଜୀବନ-ମରଣ ଖେଳ ଭିତରେ ମଣିଷ ସବୁବେଳେ ଭାବେ ମୃତ୍ୟୁ ପରେ କ’ଣ ହୁଏ ? ମରିଗଲେ କି ଅନୁଭବ ହୁଏ ? ଆତ୍ମା କେଉଁଠିକୁ ଯାଏ, କଣ ସତରେ ସ୍ୱର୍ଗ ଅଛି ? ଏମିତି କେତେ କଣ... ପ୍ରକୃତରେ ଜୀବନ ଚାଲିଯିବା ପରେ କଣ ହୁଏ ଜାଣିବା ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ଆଉ ଏହି ଉତ୍କଣ୍ଠାର ପୂର୍ଣ୍ଣଚ୍ଛେଦ ଟାଣି 8 ମିନିଟ୍ ପାଇଁ ମୃତ ଘୋଷିତ ହୋଇଥିବା ଜଣେ ମହିଳା ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଦେବ ! 

Advertisment

ଚେତନାର ଆଉ ଏକ ପାର୍ଶ୍ୱକୁ ଅନୁଭବ କରି ମହିଳା ଜଣକ କହିଛନ୍ତି, ସେ ଏମିତି ଅନୁଭବ କରୁଥିଲେ, ଯେମିତି ସେ ତାଙ୍କ ନିର୍ଜୀବ ଶରୀର ଉପରେ ଭାସୁଛନ୍ତି, ଲାଗୁଥିଲା ଯେମିତି ଅନ୍ୟ ଏକ ରାଇଜରେ ଅଛନ୍ତି, ଯେଉଁଠି ସମୟର କୌଣସି ଅସ୍ତିତ୍ୱ ନାହିଁ । କେବଳ ଏତିକି ନୁହେଁ, ମରିଯିବା ପରେ ସେ ଏକ ସ୍ୱର ବି ଶୁଣିଥିଲେ । ଯେଉଁ ସ୍ୱର ତାଙ୍କୁ ପଚାରିଥିଲା- ତମେ ଏବେ ପ୍ରସ୍ତୁତ ଅଛ ତ... ଆଉ ତା' ପରେ ଚାରିଦିଗ ଅନ୍ଧକାର ହୋଇଯାଇଥିବା ଅନୁଭବ କରିଛନ୍ତି । 

ଅଧିକ ପଢ଼ନ୍ତୁ: ୧୮୦ ମିଟର ଯିବାକୁ ଓଲା ବାଇକ୍‌ ବୁକ୍ କଲେ ମହିଳା, କାରଣ ଜାଣିଲେ ହସି ହସି ଗଡ଼ିଯିବେ...

Advertisment

ସେ ଆହୁରି କହିଛନ୍ତି- ମରଣ ଏକ ଭ୍ରମ, କାରଣ ଆମ ଆତ୍ମା ଅମର, ଆତ୍ମାର ମୃତ୍ୟୁ ନାହିଁ । ଆମ ଚେତନା ଜୀବିତ ରହିଥାଏ, କେବଳ ଆମ ସାର ଅଂଶ ରୂପାନ୍ତରିତ ହୁଏ । ପରଲୋକରେ ମୋ ଭାବନା ସାକାର ହୋଇଗଲା । ମୁଁ ଅନୁଭବ କଲି ଯେ ଆମ ଭାବନା ସେଠାରେ ବାସ୍ତବତାକୁ ଆକାର ଦିଏ । ଏମିତି ଲାଗିଲା ଯେମିତି ମୁଁ ହଠାତ୍ ମୋର ଭୌତିକ ଶରୀରରୁ ଅଲଗା ହୋଇଗଲି । ମୁଁ ମୋର ମଣିଷ ସ୍ୱଭାବକୁ ନା ଦେଖିପାରିଲି, ନା ଅନୁଭବ କରିପାରିଲି । ମୁଁ ସମ୍ପୂର୍ଣ୍ଣ ସ୍ଥିର ଥିଲି, ତଥାପି ପୂର୍ବ ଅପେକ୍ଷା ଜୀବିତ, ସଚେତନ ଆଉ ନିଜକୁ ଅଧିକ ଅନୁଭବ କରୁଥିଲି । ସେଠାରେ କୌଣସି ଯନ୍ତ୍ରଣା ନଥିଲା, କେବଳ ଶାନ୍ତି ଆଉ ସ୍ପଷ୍ଟତାର ଏକ ଗଭୀର ଭାବନା ଅନୁଭବ ହେଉଥିଲା ।

ଅବଚେତନାର ଏ ଅନ୍ୱେଷଣ ମଧ୍ୟରେ ମହିଳା ଜଣକ ଆହୁରି କହିଛନ୍ତି ଯେ, ଆମର ପାର୍ଥିବ ଅସ୍ତିତ୍ୱ ଶେଷ ନୁହେଁ । ଆମଠାରୁ ବହୁ ଉପରେ କାହାର ଉପସ୍ଥିତି କିମ୍ବା ଏକ ବୁଦ୍ଧିମତା ଅଛି, ଯାହା ଆମକୁ ନିଃସ୍ୱାର୍ଥପର ପ୍ରେମ କରିବା ସହ ସଠିକ୍ ମାର୍ଗଦର୍ଶନ ଦେଉଛି ଏବଂ ଆମକୁ ନିରୀକ୍ଷଣ କରୁଛି । ସେଠାରେ ସବୁକିଛି ଏକା ସାଙ୍ଗରେ ଘଟୁଛି, ଯେପରି ସମୟର କୌଣସି ଅସ୍ତିତ୍ୱ ନାହିଁ, ତଥାପି ସବୁକିଛି ଗୋଟିଏ କ୍ରମରେ ଚାଲିଛି । 

Advertisment

ଏପରି ଅନୁଭବ କରିଥିବା ମହିଳା ଜଣକ ହେଉଛନ୍ତି 33 ବର୍ଷୀୟ ଆମେରିକୀୟ ବ୍ରିଆନା ଲାଫର୍ଟି । ସେ ଏକ ଗୁରୁତର ସ୍ନାୟୁଜନିତ ରୋଗ ମାୟୋକ୍ଲୋନସ୍ ଡିଷ୍ଟୋନିଆରେ ପୀଡ଼ିତ ଥିଲେ । ଦୀର୍ଘଦିନର ଚିକିତ୍ସା ପରେ ଡାକ୍ତର ତାଙ୍କୁ ଆଠ ମିନିଟ୍ ପାଇଁ ମୃତ ଘୋଷିତ କରିଥିଲେ ।  

ଅଧିକ ପଢ଼ନ୍ତୁ: ଚାଲିଗଲା କି ଲାଇନ୍, ବ୍ୟସ୍ତ ହୁଅନ୍ତୁ ନାହିଁ; ଗୋଟିଏ ପାଣି ବୋତଲ ହିଁ ଘରକୁ କରିଦେବ ଆଲୁଅ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ