Advertisment

ଆଫ୍‌ଗାନିସ୍ତାନ ଉପରେ ଆକ୍ରମଣ କରିବ ଆମେରିକା !

ଆଫଗାନିସ୍ତାନ ଉପରେ ଡ୍ରୋନ ଆକ୍ରମଣ କରିବ ଆମେରିକା। ଚୁକ୍ତି ଅନୁସାରେ, ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଥିଲେ ମଧ୍ୟ ପୂରା କାବୁଲ ଉପରେ ନଜର ରଖିଛି। ତେବେ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରାଯିବ ବୋଲି ଆମେରିକା ସରକାର ସ୍ପଷ୍ଟ ଭାବେ କହିଥିବା କଥା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବି କହିଛନ୍ତି

ଅଦ୍ୟତନ ହୋଇଛି
drone strikes in Afghanistan

drone strikes in Afghanistan

Advertisment

ଆମେରିକା: ଆଫଗାନିସ୍ତାନ ଉପରେ ଡ୍ରୋନ ଆକ୍ରମଣ କରିବ ଆମେରିକା। ଚୁକ୍ତି ଅନୁସାରେ, ଆମେରିକା ଆଫଗାନିସ୍ତାନରୁ ଓହରି ଯାଇଥିଲେ ମଧ୍ୟ ପୂରା କାବୁଲ ଉପରେ ନଜର ରଖିଛି। ତେବେ ଆବଶ୍ୟକ ହେଲେ ଭବିଷ୍ୟତରେ ‘ଇସ୍‌ଲାମିକ୍‌ ଷ୍ଟେଟ୍‌-ଖୋରସାନ୍‌ ପ୍ରଦେଶ’ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ଅନ୍ୟମାନଙ୍କ ଉପରେ ଡ୍ରୋନ୍‌ ଆକ୍ରମଣ କରାଯିବ ବୋଲି ଆମେରିକା ସରକାର ସ୍ପଷ୍ଟ ଭାବେ କହିଥିବା କଥା ପେଣ୍ଟାଗନ୍‌ ପ୍ରେସ୍‌ ସଚିବ ଜନ୍‌ କିର୍ବି କହିଛନ୍ତି।

Advertisment

‘ଆଇଏସ୍‌ଆଇଏସ୍‌-କେ ଷଡ଼ଯନ୍ତ୍ରକାରୀ’ ଏବଂ ସନ୍ଦିଗ୍ଧ ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣକାରୀ ବୋଲି କୁହାଯାଉଥିବା ବ୍ୟକ୍ତିବି‌ଶେଷଙ୍କ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ବହୁବାର ଡ୍ରୋନ୍‌ ଆକ୍ରମଣ କରିଛି। ଆଉ ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ବାହାରେ ହୋଇଥିବା ବିସ୍ଫୋରଣରେ ଆମେରିକାର ୧୩ ସୈନ୍ୟ ମଧ୍ୟ ପ୍ରାଣ ହରାଇଥିଲେ। କିନ୍ତୁ ଆମେରିକା ସ୍ପଷ୍ଟ କରିଛି ଯେ, ଯଦି ଆଗାମୀ ଦିନରେ ସ୍ଥିତି ଏପରି ସମ୍ବେଦନଶୀଳ ରହିବ ଓ ଅଶାନ୍ତି ଦେଖାଯିବ ତେବେ ବାଧ୍ୟ ହୋଇ ଆମେରିକା ଆକ୍ରମଣ କରିବ। ଏହାସହ ଆମେରିକା ସ୍ପଷ୍ଟ କରିଛି ଯେ, ଆମେ ଆମ ଦେଶର ନାଗରିକମାନଙ୍କୁ ସୁରକ୍ଷିତ ଦେବାକୁ ସଂପୂର୍ଣ୍ଣ ସମର୍ଥ। ଆମ ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ଆମ ଲାଗି ମୂଲ୍ୟବାନ। ତେଣୁ କୌଣସି ପ୍ରତିକୂଳ ପରିସ୍ଥିତିର ଆମେ ସାମ୍ନା କରିବା ଲାଗି ସବୁବେଳେ ପ୍ରସ୍ତୁତ ବୋଲି ଆମେରିକା କହିଛି।

Advertisment

ସେପଟେ, ରୋଚକ ଢଙ୍ଗରେ ଆଫଗାନିସ୍ତାନ ଛାଡିଛନ୍ତି ଆମେରିକା ସୈନ୍ୟ। ଅଗଷ୍ଟ ୩୦ ରାତି ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଆମେରିକା ଅଭିମୁଖେ ଉଡ଼ାଣ ଭରିଥିଲା ଆମେରିକା ବିମାନ। ଆଉ ପରେ ଏକ ରିପୋର୍ଟ ଆସିଥିଲା, କାବୁଲ୍‌ରେ ବହୁସଂଖ୍ୟାରେ ଯୁଦ୍ଧାସ୍ତ୍ର ଛାଡି ଦେଇଛି ଆମେରିକା। କିନ୍ତୁ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, କାବୁଲ୍‌ରେ ଅନେକ କୁକୁର ମଧ୍ୟ ଛାଡ଼ିଯାଇଛି ଆମେରିକା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାବୁଲରେ ଛଡାଯାଇଥିବା କୁକୁର ଗୁଡ଼ିକ ଆମେରିକାର ନୁହେଁ ବୋଲି ଆମେରିକା କହିଛି।

Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ