US Teen Pronounced Dead
ମେଡିକାଲରେ ଚାଲିଥିଲା ଯୁବକଙ୍କ ଚିକିତ୍ସା । ଦୀର୍ଘ ଦୁଇ ଘଣ୍ଟାର ଚିକିତ୍ସା ପରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଯୁବକଙ୍କ ପରିବାକୁ ଏହି ଖବର ଦେବା ପରେ ଭାଙ୍ଗିପଡ଼ିଥିଲା ପୂରା ପରିବାର । ହେଲେ ୨ ଘଣ୍ଟା ପରେ ପୁଣି ଫେରିଥିଲା ଯୁବକଙ୍କ ଜୀବନ । ନିଃଶ୍ୱସ-ପ୍ରଶ୍ୱାସ ନେବା ସହ ଉଠି ବସିଥିଲେ ଯୁବକ ।
ଘଟଣାଟି ୟୁଏସ୍ର ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଯୁବକ ଜଣକଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ତାଙ୍କୁ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କିଛି ଘଣ୍ଟାର ଚିକିତ୍ସାପରେ ତାଙ୍କର ହାର୍ଟବିଟ୍ ବନ୍ଦ ହୋଇଯାଇଥିଲା । ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ହେଲେ ଡାକ୍ତରଙ୍କ ମୃତ ଘୋଷଣାର ପ୍ରାୟ୨ ଘଣ୍ଟା ପରେ ହଠାତ୍ ଯୁବକଙ୍କ ହାର୍ଟବିଟ୍ ଚାଲିବା ଆରମ୍ଭ କରିଥିଲା । ଯାହାକୁ ଦେଖି ପରିବାର ଲୋକ ଡାକ୍ତରଙ୍କୁ ଖବର ଦେଇଥିଲେ । ଯୁବକ ଜଣଙ୍କୁ ଜୀବିତ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପରି ଆଗରୁ କେବେ ଘଟିନଥିବା ଡାକ୍ତର କହିଥିଲେ ।
ପରେ ପରେ କିଛି ସମୟ ପାଇଁ ଯୁବକ ଜଣକ ତାଙ୍କ ସ୍ମରଣଶକ୍ତି ହରାଇଥିଲେ । ତାଙ୍କର ଦୀର୍ଘ ସମୟ ଧରି CPR କରାଯାଇଥିଲା । ମେରୁଦଣ୍ଡ ହାଡ଼ରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଥିଲା । ଯୁବକ ସାମିଙ୍କର ହୃଦ୍ଘାତକୁ ଏକ ବିରଳ ଜେନେଟିକ୍ ଭାବେ ଦର୍ଶାଯାଇଥିଲା । ଯାହା କ୍ୟାଟେଚୋଲାମିନର୍ଜିକ୍ ପଲିମୋର୍ଫିକ୍ ଭେଣ୍ଟ୍ରିକୁଲାର ଟାଚାଇକାର୍ଡିଆ ଭାବରେ ଜଣାଶୁଣା । ୨୦୨୦ରେ ତାଙ୍କ ସାନଭାଇଙ୍କ ଜୀବନରେ ମଧ୍ୟ ଏହା ଘଟିସାରିଥିବା ସେ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682067571.jpg)